26.1 C
Bhubaneswar
Wednesday, March 19, 2025
Homeଓଡିଶାହକି ବିଶ୍ୱକପ୍‌, ବିଡିଏର ୧୭ଟି ସ୍ୱତନ୍ତ୍ର ସ୍କ୍ୱାଡ ଗଠନ

ହକି ବିଶ୍ୱକପ୍‌, ବିଡିଏର ୧୭ଟି ସ୍ୱତନ୍ତ୍ର ସ୍କ୍ୱାଡ ଗଠନ

ଭୁବନେଶ୍ୱର: ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ(ବିଡିଏ) ପକ୍ଷରୁ ୧୭ଟି ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇଛି । ସୌନ୍ଦର୍ଯ୍ୟକରଣ, ପାର୍କିଂ ସମସ୍ୟା ଆଦିକୁ ନିୟମିତ ଭାବେ ଏହି ସ୍କ୍ୱାଡ ପରିଖିବ । ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ ଗଠନ ହୋଇଛି । ଗଠିତ ସ୍କ୍ୱାଡ ପାଇଁ ସ୍ୱତନ୍ତ୍ର ଗାଡି ବ୍ୟବସ୍ଥା ହୋଇଛି । ଏହାସହ ସ୍ୱତନ୍ତ୍ର ଡ୍ରେସକୋଡ ସହ ପୁଲିିସ ସାଇରନ ବଜାଇ ଗାଡିରେ ବୁଲିବେ ଏନଫୋର୍ସମେଣ୍ଟ୍ ସ୍କ୍ୱାଡ । ଏହିି ଏନଫୋର୍ସମେଣ୍ଟ ସ୍କ୍ୱାଡକୁ ଜଣେ ଓଏସ ସ୍ତରର ଅଧିକାରୀ ମନିଟରିଂ କରିବେ । ପ୍ରତିି ସ୍କ୍ୱାଡ୍‌ରେ ଜଣେ ଏନଫୋର୍ସମେଣ୍ଟ ଆସିଷ୍ଟାଣ୍ଟ, ସର୍ଭେ ଆସିଷ୍ଟାଣ୍ଟ, ଜଣେ ବିଏମସି ଅଧିକାରୀ, ଜଣେ ୱାର୍କ ସାଇଟ ଆସିଷ୍ଟାଣ୍ଟ ଓ ୨ଜଣ ସିକ୍ୟୁରିଟି କର୍ମଚାରୀ ରହିଛନ୍ତି । ହକି ବିଶ୍ୱକପ ପାଇଁ ବିଭିନ୍ନ ସମସ୍ୟାର ସମାଧାନ କରିବେ ଏହି ସ୍କ୍ୱାର୍ଡ । ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ତଦାରଖ କରିବା ସହିତ ରାସ୍ତା ଉପରେ ଠେଲାଗାଡି ଏବଂ ଉଠାଦୋକାନୀଙ୍କୁ ହଟାଇବେ । କମିଶନରେଟ ପୁଲିସଠାରୁ ଅନୁମତି ପରେ ପ୍ରତି ଏନେଫୋର୍ସମେଣ୍ଟ ଗାଡିରେ ପୁଲିସ ଲାଇଟ ସହିତ ସାଇରନ ବ୍ୟବସ୍ଥା ହୋଇଛି । ଏହା ସହ ଗାଡିରେ ମଧ୍ୟ ଷ୍ଟିକରିଂ କରାଯାଇଛି । ଲୋକମାନେ ଉଚ୍ଛେଦକାରୀ ଦଳକୁ ଚିହ୍ନିବାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଡ୍ରେସ କୋଡର ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking