34.1 C
Bhubaneswar
Friday, March 29, 2024
HomeUncategorizedସପ୍ତମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର

ସପ୍ତମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ କୁମାର

ନୂଆଦିଲ୍ଲୀ: ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ପାଠ କରିଛନ୍ତି ନୀତିଶ କୁମାର । ରାଜଭବନରେ ରାଜ୍ୟପାଳ ଫାଗୁ ଚୌହାନ ନୀତିଶଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ତେବେ ନୀତିଶଙ୍କ ସମେତ ଆଉ ୧୪ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିଥିଲେ । ମାତ୍ର କଂଗ୍ରେସ ଓ ଆରଜେଡି ଏହି ଶପଥଗ୍ରହଣ ସମାରୋହରେ ସାମିଲ ହୋଇନଥିଲେ । ୭ମ ଥର ପାଇ ବିହାରର ମୁଖ୍ୟମନ୍ତ୍ରୀ ଏବେ ହୋଇସାରିଛନ୍ତି ନୀତିଶ କୁମାର । ପ୍ରଥମ ଥର ପାଇଁ ୩ ମାର୍ଚ୍ଚ ୨୦୦୦ ମସିହାରେ ସେ ମୁଖ୍ୟମନ୍ତ୍ରୀପଦ ପ୍ରାପ୍ତ କରିଥିଲେ । ହେଲେ ବହୁମତ ପ୍ରମାଣିତ ନ କରିପାରିବାରୁ ୭ ଦିନ ମଧ୍ୟରେ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ହେଲେ ୨୦୦୫ ମସିହାରେ ଲାଲୁ ଯାଦବଙ୍କ୧୫ ବର୍ଷ ଧରି ରହିଆସିଥିବା ଅଧିକାରକୁ ଶେଷରେ ନୀତିଶ କୁମାର ସମାପ୍ତ କରି ଏନଡିଏ ମେଣ୍ଟକୁ ବିହାର ବିଧାନସଭା ନିର୍ବାଚନରେ ବିଜୟ ଭେଟି ଦେଇଥିଲେ । ସେତେବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କର ତୃତୀୟ କାର୍ଯ୍ୟକାଳ ୨୬ ନଭେମ୍ବର ୨୦୧୦ରୁ ୨୦ ମଇ ୨୦୧୪ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ୨୨ ଫେବୃୟାରୀ ୨୦୧୫ରେ ନୀତିଶ କୁମାର ୪ର୍ଥ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking