27.1 C
Bhubaneswar
Thursday, May 22, 2025
Homeଦେଶ ବିଦେଶଶ୍ରୀଲଙ୍କା ଗସ୍ତ ପାଇଁ ବିସିସିଆଇର ନୂଆ କାର୍ଯ୍ୟସୂଚୀ

ଶ୍ରୀଲଙ୍କା ଗସ୍ତ ପାଇଁ ବିସିସିଆଇର ନୂଆ କାର୍ଯ୍ୟସୂଚୀ

ମୁମ୍ବାଇ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ନିମନ୍ତେ ଜିମ୍ବାୱେ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଏହାପରେ ଶ୍ରୀଲଙ୍କା ଗସ୍ତ କରିବ । ଏହି ଅବସରରେ ଟିମ୍ ସେଠାରେ ତିନିଟି ଟି-୨୦ ଏବଂ ସମାନ ସଂଖ୍ୟକ ଦିନିକିଆ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ । ଏହା ନବନିଯୁକ୍ତ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ପ୍ରଥମ ଗସ୍ତ ହେବ । ତେବେ ବିସିସିଆଇ ଏହି ଗସ୍ତ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ କରିଛି । ଟି-୨୦ ସିରିଜ୍‌ର ଆରମ୍ଭ ଜୁଲାଇ ୨୬ରୁ ହେବାକୁ ଥିବାବେଳେ ପ୍ରଥମ ମ୍ୟାଚ୍ ୨୭ ତାରିଖରେ ଖେଳାଯିବ ବୋଲି ବିସିସିଆଇ ସୂତ୍ରରୁ ସୂଚନା ମିଳିଛି । ଅବଶ୍ୟ ଏ ନେଇ ବିସିସିଆଇ ପକ୍ଷରୁ କୌଣସି ଆଧିକାରିକ ସୂଚନା ମିଳିନାହିଁ । ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁସାରେ ଟି-୨୦ ସିରିଜ୍‌ର ଆରମ୍ଭ ଜୁଲାଇ ୨୭ରେ ହେବ । ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଜୁଲାଇ ୨୮ ଓ ୩୦ ତାରିଖରେ ଖେଳାଯିବ । ସେହିପରି ଦିନିକିଆ ସିରିଜ୍ ଅଗଷ୍ଟ ୧ ପରିବେର୍ତ୍ତ ୨ ତାରିଖରୁ ଆରମ୍ଭ ହେବ । ସିରିଜ୍‌ର ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଯଥାକ୍ରମେ ଅଗଷ୍ଟ ୪ ଓ ୭ରେ ଆୟୋଜିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking