31.1 C
Bhubaneswar
Friday, March 29, 2024
Homeଓଡିଶାଲଣ୍ଡନରେ ବୋଇତ ବନ୍ଦାଣ ଓ କାର୍ତ୍ତିକ ପୁର୍ଣ୍ଣିମା ୱେବ ଉତ୍ସବ ଆୟୋଜନ

ଲଣ୍ଡନରେ ବୋଇତ ବନ୍ଦାଣ ଓ କାର୍ତ୍ତିକ ପୁର୍ଣ୍ଣିମା ୱେବ ଉତ୍ସବ ଆୟୋଜନ

ଲଣ୍ଡନ/ ଭୁବନେଶ୍ୱର/ନୂଆଦିଲ୍ଲୀ, .: ଲଣ୍ଡନ ସ୍ଥିତ ଓଡ଼ିଆ ସାଂସ୍କୃତିକ ସଙ୍ଘ ଆନୁକୁଳ୍ୟ ରେ ଗତକାଲି ପ୍ରଥମ ଥର ପାଇଁ ୱେବ ବୋଇତ ବନ୍ଦାଣ ଓ କାର୍ତ୍ତିକ ପୁର୍ଣ୍ଣିମା ଉତ୍ସବ ଆୟୋଜନ କରାଯାଇଥିଲା | ସାରା ବିଶ୍ୱର ପ୍ରବାସୀ ଓଡ଼ିଆ ମାନଙ୍କର ଏକ ଡିଜିଟାଲ ମଞ୍ଚରେ ମହଯୁଦି ର ସହିତ ରାଜ୍ୟର ଏହି ଗଣପର୍ବକୁ ଯେଭଳି ଅପୂର୍ବ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନା ର ସହିତ ପାଳନ କରାଯାଇଥିଲା, ତାର ଦୃଶ୍ୟ ଖୂବ ନିଆରା ଓ ମନୋରମ ଥିଲା | ୟୁନାଇଟେଡ଼ କିଙ୍ଗଡମ ର ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ସହଯୋଗ ରେ ମହା ସମାରୋହ ରେ ଅନୁଷ୍ଠିତ ଏହି ମହୋତ୍ସବ କୁ ମୁଖ୍ୟ ଅତିଥି ଭାବରେ ଯୋଗନେଇ ଓଡିଶା ବିଧାନସଭା ର ବାଚ୍ଚସ୍ପତ୍ତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ପାରମ୍ପରିକ ଦୀପ ପ୍ରଜ୍ବଳନ କରି ଶୁଭ ଉଦଘାଟନ କରିଥିଲେ |

ତାଙ୍କର ଉଦଘାଟନୀ ଭାଷଣ ରେ ଡ଼ଃ ପାତ୍ର ଓଡ଼ିଶାର ମହାନ ବୋଇତ ବନ୍ଦାଣ ପରମ୍ପରା ସଂପର୍କରେ ଉଲ୍ଲେଖ କରିବା ସହିତ ଲଣ୍ଡନ ସ୍ଥିତ ଓଡ଼ିଆ ସଂପ୍ରଦାୟ ସେମାନଙ୍କର ମାତୃ ପ୍ରଦେଶ ପାଇଁ ସାଧବ ପୁଅ ସାଜି ଧନ, ଧାନ୍ୟ ଓ ପ୍ରାଚୁର୍ଯ୍ୟ ର ବାହକ ବନିବାକୁ ଡ଼ଃ ପାତ୍ର ଆହ୍ୱାନ ଜଣାଇଥିଲେ | ସମ୍ମାନିତ ଅତିଥି ଭାବରେ ଏହି ଅନଲାଇନ ସମାବେଶକୁ ସମ୍ବୋଧନ କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ୟୁରୋପ ମହାଦେଶ ର ହୃଦଭାଗରେ ବୋଇତ ବନ୍ଦାଣ ଉତ୍ସବ ଭବ୍ୟଆକାରରେ ଆୟୋଜନ କରିଥିବାରୁ ଏଠାକାର ଓଡ଼ିଆ ଅଧିବାସୀ ମାନଙ୍କୁ ବଧାଇ ଜଣାଇଥିଲେ | ବିଶିଷ୍ଟ ଅତିଥି ଭାବରେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଆ, କା , ମା, ବୈ ର ମହତ୍ୱ ଏବଂ ଓଡ଼ିଶାର ସ୍ବର୍ଣ୍ଣାଭ ନୌ ବାଣିଜ୍ୟ ଇତିହାସ କୁ ବିସ୍ତୃତ ଭାବେ ବାଖ୍ୟାନ କରିଥିଲେ |ଉପସ୍ଥିତ ସମ୍ମାନୀତ ଅତିଥି ବରିଷ୍ଠ ସାମ୍ବାଦିକ କିଶୋରେ ଦ୍ବିବେଦୀ ସମଗ୍ର ବିଶ୍ୱ ର ସାଂସ୍କୃତିକ ରାଜଧାନୀ ଭାବରେ ପରିଚିତ ଲଣ୍ଡନ ରେ ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ଉତ୍କୃଷ୍ଟତା କୁ ଏଭଳି ବ୍ୟାପକତା ର ସହିତ ପାଳନ କରାଯିବା, ପ୍ରତ୍ୟେକ ଓଡ଼ିଆ ପାଇଁ ନିଶ୍ଚିତ ଭାବେ ଗର୍ବ ଓ ଗୌରବ ର ବିଷୟ ବୋଲି କହିଥିଲେ | ଅନ୍ୟତମ ସମ୍ମାନୀତ ଅତିଥି ରେଭେନସା ବିଶ୍ୱ ବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ ସଂଜୟ କୁମାର ଶତପଥୀ ସର୍ବବ୍ୟାପି ଓ ସଦାବିଦ୍ୟମାନ ଶ୍ରୀ ଜଗନ୍ନାଥଙ୍କର ଧର୍ମ, ଦର୍ଶନ ଓ ମହିମା ସଂପର୍କ ରେ ଦୀକ୍ଷାନ୍ତ ପ୍ରବଚନ ପ୍ରଦାନ କରିଥିଲେ | ହାଉସ ଅଫ କମନ୍ସ ର ସଦସ୍ୟ ଡ଼ଃ ବୀରେନ୍ଦ୍ର ଶର୍ମା ଭାରତର ପୁରାତନ ମୂଲ୍ୟବୋଧ ଓ ଐତିହ୍ୟ ଦ୍ୱାରା ଆଜି ର ଯୁବସମାଜ ପ୍ରେରିତ ହେବାକୁ ନିବେଦନ କରିଥିଲେ | ନାଇଜେରିଆ ର ରମେଶ ବିଶ୍ୱାଳ ବିଶ୍ୱଭରି ଶ୍ରୀ ଜଗନ୍ନାଥ ଚିନ୍ତନ ଓ ଚେତନା ଅଭିଯାନ ଉପରେ ଆଲୋକପାତ କରିଥିଲେ | ବାହାରିନ ଓଡ଼ିଆ ସମାଜ ର ସଭାପତି ଡ଼ଃ ଅରୁଣ କୁମାର ପ୍ରହରାଜ ସମାବେଶର ସଫଳତା ପାଇଁ ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ |

ୟୁ.କେ. ର ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ଡ଼ଃ ଚେତନ ଶତପଥୀ ମନ୍ଦିର ନିର୍ମାଣର ବୃହତ ଯୋଜନା ସଂପର୍କରେ ପାୱାର ପଏଣ୍ଟ ଉପସ୍ଥାପନା ଜରିଆ ରେ ସୂଚନା ପ୍ରଦାନ କରିଥିଲେ | ଓଲିଉଡ଼ ଚ୍ଚିତ୍ରତାରକା ସବ୍ୟସାଚୀ ମିଶ୍ରଙ୍କର ଯାଦୁଗିରୀ ଉପସ୍ଥିତି ଯୁବଦର୍ଶକ ମାନଙ୍କୁ ବେଶ ପ୍ରଭାବିତ କରିଥିଲା | ଗୁରୁ ପ୍ରଦୀପ କୁମାର ଦାସଙ୍କର ଶିଷ୍ୟଶିଷ୍ୟା ମାନେ ସଂଗୀତ ପରିବେଷଣ କରି ଶ୍ରୋତା ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ | ଇଣ୍ଟରନେଟ ଉତ୍ସବରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀଙ୍କର ମନଲୋଭା ଗୀତ ପ୍ରସ୍ତୁତି ଏବଂ ସ୍ୱାତୀ ସ୍ଵେତା ରାଉତ ଓ ସନ୍ତୋଷ ପରିଡାଙ୍କର ମନୋରଂଜକ ଭଜନ ପରିବେଷଣ ବେଶ ଉଚ୍ଚକୋଟୀର ଥିଲା | ଭରଚୁଆଲ ସଭାର ବିଶେଷ ଆକର୍ଷଣ ବୋଇତ ବନ୍ଦାଣ ସଂପର୍କ ରେ ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ବହୁ ଲୋକପ୍ରିୟ ଗୀତ ଓ ନୃତ୍ୟ ଆଧାରିତ ଭିଡିଓ କ୍ଳୀପ୍ସ, କ୍ୱିଜ କମ୍ପିଟିସନ ଏବଂ ନାନା ରଙ୍ଗବେରଙ୍ଗ ର ଡଙ୍ଗି ପ୍ରତିଯୋଗିତା ଆଦି ଥିଲା | ସମଗ୍ର ଆୟୋଜନ କୁ ୟୁ. କେ. ସ୍ଥିତ ଓଡିଶା ସମାଜ ର ସଭାପତି ସୁମନ୍ତ ମାନସିଂହ ସୁପରିଚାଳନା କରିଥିଲେ | ଦେବୀ ପଟ୍ଟନାୟକ , ମାଷ୍ଟର ଭୀଦିପ ସାହୁ ଓ ଦୀକ୍ଷୀତା ରାଉତ ମଞ୍ଚ ସଂଚାଳନା କରିଥିଲେ | ସୁକାନ୍ତ ସାହୁ, ଅର୍ଚ୍ଚନା ମାନସିଂହ, ଉମାକାନ୍ତ ରାଉତ, ସନ୍ତୋଷ ସାହୁ , ଅମୁଲ୍ୟ ଜେନା, ସବିତା ଦାସ, ରଶ୍ମି ନନ୍ଦ, ଶୁଭକାନ୍ତ ଦାସ ଓ ବିଜୟ ସାହୁ ପ୍ରମୁଖ ସାଂଗଠନିକ ସହାୟତା ପ୍ରଦାନ କରିଥିଲେ | ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡ଼ଃ ନଳିନୀ ପତି, ୟୁ.କେ. ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ର ଅଧକ୍ଷ ଡ଼ଃ ସହଦେଵ ସ୍ୱାଇଁ, ସାଧାରଣ ସମ୍ପାଦକ ଡ଼ଃ ପ୍ରକାଶ ଦେ ଓ ଓସୁକ ର ସାଧାରଣ ସଂପାଦକ ଶିବରଞ୍ଜନ ବିଶ୍ୱାଳ ପ୍ରମୁଖ ଅନ୍ତର୍ଭୂକ୍ତଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking