34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବଲାଙ୍ଗିର କୋଭିଡ କେୟାର୍‌ ସେଣ୍ଟରରେ ରୋଗୀଙ୍କୁ ଯୌନ ନିର୍ଯାତନା ଘଟଣା: ବିଧାନସଭାରେ ଗର୍ଜିଲେ ନରସିଂହ

ବଲାଙ୍ଗିର କୋଭିଡ କେୟାର୍‌ ସେଣ୍ଟରରେ ରୋଗୀଙ୍କୁ ଯୌନ ନିର୍ଯାତନା ଘଟଣା: ବିଧାନସଭାରେ ଗର୍ଜିଲେ ନରସିଂହ

ବଲାଙ୍ଗିର : ବଲାଙ୍ଗିର କୋଭିଡ କେୟାର୍‌ ସେଣ୍ଟରରେ ମହିଳା କୋଭିଡ ରୋଗୀଙ୍କୁ ଯୌନ ନିର୍ଯାତନା ଘଟଣାକୁ ନେଇ ବିଧାନସଭାରେ ଗର୍ଜିଛନ୍ତି ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସେ କହିଛନ୍ତି, ବଲାଙ୍ଗିରରେ ଏକ ଯୌନ ନିର୍ଯାତନା ଘଟଣାକୁ ଚପାଇ ଦିଆଯାଇଛି । ସଂପୃକ୍ତ କୋଭିଡ୍‌ କେୟାର ସେଣ୍ଟରରେ ଜଣେ ଆୟୁଷ ଡାକ୍ତର କୋଭିଡ଼ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣେ ମହିଳା ରୋଗୀଙ୍କୁ ବିଳମ୍ବିତ ରାତ୍ରୀରେ ଦୁର୍ବ୍ୟବହାର ପ୍ରଦର୍ଶନ ଘଟଣା ସାରା ବଲାଙ୍ଗିର ସହରରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସେହି ଘଟଣାକୁ ରଫାଦଫା କରାଯାଇ ଚାପି ଦିଆଯାଇଛି । ଏହି ଘଟଣାରେ ସଂପୃକ୍ତ ଆୟୁଷ ଡାକ୍ତରଙ୍କୁ ପୀଡ଼ିତାଙ୍କ ସଂପର୍କୀୟମାନେ ଉତ୍ତମ ମଧ୍ୟମ ଭଲ କରି ଛେଚିବା ପରେ ପୋଲିସ ପାଖରେ ଜିମା ଦେଇଥିଲେ । କିନ୍ତୁ ପୋଲିସ୍‌ ଷ୍ଟେସନ୍‌ ରେ ଘଟଣାର ରଫାଦଫା କରାଯାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ । ଅନେକ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ମଧ୍ୟ ଏଭଳି ଏକ ଭୟଙ୍କର ଘଟଣାରେ ପୋଲିସ, ଚିକିତ୍ସା ଅଧିକାରୀ ସମସ୍ତେ କାହା ଚାପରେ ଚୁପ୍‌ ରହିଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ତେବେ ମା’କୁ ସମ୍ମାନର ନାରା ଦେଉଥିବା ରାଜ୍ୟ ସରକାର ଏହି ଘଟଣାର ଅଭିଯୁକ୍ତ ତଥା ମାମଲା ରଫାଦଫାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଅନୁସଂଧାନ କରି ଦଣ୍ଡ ଦେଇ ପାରିବେ କି ବୋଲି ବିଧାନସଭାରେ ସିଧାସଳଖ ସେ ପ୍ରଶ୍ନ କରିଛନ୍ତି । ବିଧାନସଭାରେ ବିଧାୟକ ଶ୍ରୀ ମିଶ୍ର ଏହା ମଧ୍ୟ କହିଛନ୍ତି ଯେ, ମହିଳା କୋଭିଡ଼୍‌ ରୋଗୀଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଡାକ୍ତରଙ୍କ ନିଯୁକ୍ତି ମଧ୍ୟ ବେଆଇନ ଥିଲା । କାହାର ପ୍ରଭାବରେ ସେ ଚାକିରୀ ପାଇଥିଲେ ଏବଂ ଏଭଳି ଲଜ୍ଜାଜନକ ଜଘଣ୍ୟ କାଣ୍ଡ ଭିଆଁଇଥିଲେ ସୁଦ୍ଧା ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହୋଇ ସେ ସୁରକ୍ଷିତ ରହିଛନ୍ତି, ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking