ବଡ ଧରଣର ଡକାୟତ ଦଳ ଗିରଫ 

ଯାଜପୁର : ଯାଜପୁର ରୋଡ୍ ପୋଲିସ୍ ଦ୍ବାରା ଏକ ବଡ ଧରଣର ଚୋର ଡକାୟତ ଦଳକୁ ଗିରଫ କରାଯାଇଛି ।  ସେମାନଙ୍କ ଠାରୁ ଚୋରି ଜିନିଷ ଜବଦ କରାଯଇଛି l ଅନେକ ଚୋରୀ ସାମଗ୍ରୀ ଜବତ୍। 5ଅଭିଯୁକ୍ତ ଗିରଫ୍। ଗିରଫ୍ ଅଭିଯୁକ୍ତମାନେ ଯାଜପୁର ରୋଡ୍ ଥାନା ସାପଗାଡିଆ, ଚୂନଭାଟି ପ୍ଲଟ୍, ହାଉସିଂ ବୋର୍ଡ କଲୋନୀ, ଗାୟତ୍ରୀ ବିହାର, ପ୍ରିୟଦର୍ଶିନୀ ମାର୍ଗ ଓ ଜେନାପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି। ଏମାନେ ବିଭିନ୍ନ ସ୍ଥାନରେ ଘରର ଗ୍ରୀଲ କବାଟ ଭାଙ୍ଗି ଚୋରୀ କରୁଥିଲେ। ଏକ ଲକ୍ଷ ନଗଦ ଟଙ୍କା ଓ ଚୋରୀ ସୁନା ଅଳଙ୍କାର ସହିତ 3ଟି ଏଲଇଡି ଟିଭି, 11ଟି ମୋବାଇଲ, 2ଟି ଲାପଟପ୍, 4ଟି ଇନଭର୍ଟର, 4ଟି ବ୍ୟାଟେରୀ, କ୍ୟାମେରା, ପ୍ରିଣ୍ଟର ଓ 4ଟି ୱାଟର ପମ୍ପ ଆଦି ଚୋରୀ ସାମଗ୍ରୀ ଗୁଡିକ ଜବତ୍ କରିଛି ପୋଲିସ୍। ଯାଜପୁର ରୋଡ୍ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଲେ ଯାଜପୁର ଏସପି ରାହୁଲ୍ ପିଆର୍।

LEAVE A REPLY

Please enter your comment!
Please enter your name here