30.1 C
Bhubaneswar
Wednesday, April 24, 2024
Homeଓଡିଶାପ୍ରେମୀଯୁଗଳଙ୍କ ବିବାହ ସଂପନ୍ନ, ଏତଲା ପ୍ରତ୍ୟାହାର

ପ୍ରେମୀଯୁଗଳଙ୍କ ବିବାହ ସଂପନ୍ନ, ଏତଲା ପ୍ରତ୍ୟାହାର

ଫୁଲବାଣୀ : ପ୍ରଥମେ ପ୍ରେମ ଓ ପରେ ପ୍ରତାରଣା । ଏଭଳି ଏକ ଅଭିଯୋଗ ନେଇ ନ୍ୟାୟ ପାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ଜଣେ ଅସହାୟ ଯୁବତୀଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ ସମାଜସେବୀ । ସମ୍ପୃକ୍ତ ଯୁବତୀ ଓ ତା’ର ପ୍ରେମୀକାକୁ ଏକାଠି କରି ମନ୍ଦିରରେ ଉଭୟ ପରିବାର ଲୋକ ଓ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ବିବାହ ସଂପନ୍ନ କରାଇଛନ୍ତି ।
ସୂଚନା ଅନୁଯାୟୀ, ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ଲାମପଦର ଗ୍ରାମର ଜନୈକା ୨୨ ବର୍ଷିୟା ଯୁବତୀ ଓ ଭୃଙ୍ଗିଯୋଡି ପଞ୍ଚାୟତ କଡୁରାହା ଗ୍ରାମର ହେମନ୍ତ କହଁରଙ୍କ ମଧ୍ୟରେ ଦୀର୍ଘଦିନ ହେଲା ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେମନ୍ତ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରିରୀକ ସଂପର୍କ ରଖି ପରବର୍ତ୍ତି ସମୟରେ ପ୍ରତାରଣା କରିଥିବା ନେଇ ଯୁବତୀ ଜଣକ ଫିରିଙ୍ଗିଆ ଥାନାରେ ଅଭିଯୋଗ କରିଥିଲେ । ବର୍ତ୍ତମାନ ଯୁବତୀ ଜଣକ ୭ ମାସର ଅନ୍ତଃସତ୍ୱା ଥିବା ନେଇ ଏତଲାରେ ଦର୍ଶାଇ ଥିଲେ । ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଥିଲା । ଘଟଣା ସମ୍ପର୍କରେ ଖବର ପାଇ ସମାଜସେବୀ ତଥା ଫିରିଙ୍ଗିଆ ବ୍ଲକ ପାଣକୂଳ ସମାଜ ସଭାପତି ଚନ୍ଦ୍ରମୋହନ ନାଏକ ଥାନାରେ ପହଞ୍ôଚ ଉଭୟ ଯୁବକ ଓ ଯୁବତୀଙ୍କ ପରିବାର ବର୍ଗଙ୍କ ସହିତ ଆଲୋଚନା କରିଥିଲେ । ସମସ୍ତଙ୍କ ଉପସ୍ଥିତିରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବା ପରେ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ହେମନ୍ତ ନିଜ ପ୍ରେମିକାଙ୍କୁ ଗ୍ରହଣ କରିବା ପାଇଁ ରାଜି ହୋଇ ଉଭୟଙ୍କ ମଧ୍ୟରେ ଲିଖିତ ରାଜିନାମା କରାଯାଇଥିଲା । ପରେ ସମ୍ପୃକ୍ତ ଯୁବତୀଙ୍କ ପରିବାର ପକ୍ଷରୁ ଯୁବକଙ୍କ ନାମରେ ଦିଆଯାଇଥିବା ଏତଲାକୁ ମଧ୍ୟ ପ୍ରତ୍ୟାହାର କରିନେଇଥିଲେ । ଏହାପରେ ସମାଜସେବୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଫିରିଙ୍ଗିଆର ଅଧିଷ୍ଠାତ୍ରୀ ଦେବୀ ମା’ ପିତାବଳୀ ମନ୍ଦିରରେ ଉଭୟ ପକ୍ଷର ଲୋକଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପ୍ରେମୀଯୁଗଳଙ୍କ ବିବାହପାଇଁ ପ୍ରତିବନ୍ଧକ ସାଜିଥିବା ଜାତିପ୍ରଥା ମଧ୍ୟ ସମାଜସେବୀଙ୍କ ହସ୍ତକ୍ଷେପ ପରେ ଦୂର ହୋଇଥିଲା । ଏଭଳି ଭାବେ ସମାଜସେବୀ ଶ୍ରୀ ନାୟକ ୨୬ ଜଣଙ୍କ ବିବାହ ସମ୍ପନ୍ନ କରିଥିବା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking