30.1 C
Bhubaneswar
Wednesday, April 24, 2024
Homeଅପରାଧପୁତ୍ରବଧୂ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ଶ୍ୱଶୁରକୁ ୧୭ ବର୍ଷ ଜେଲ୍‌

ପୁତ୍ରବଧୂ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ଶ୍ୱଶୁରକୁ ୧୭ ବର୍ଷ ଜେଲ୍‌

ସୁନ୍ଦରଗଡ଼: ୨୦୧୮ରେ ବହୁଚର୍ଚ୍ଚିତ ପୁତ୍ରବଧୂ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ଶ୍ୱଶୁରକୁ ୧୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ ମାନ୍ୟବର କୋର୍ଟ । ଏପରି ଏକ ସମ୍ବେଦନଶୀଳ ହତ୍ୟା ଘଟଣାରେ ସମସ୍ତ ତଥ୍ୟ ଓ ୪୭ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ରାଇରଙ୍ଗପୁର କୋର୍ଟର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଦୀପକ କୁମାର ଅଭିଯୁକ୍ତ ରାମ ଗୋପାଲ ଖେମକାକୁ ଦୁଷ୍କର୍ମ ଅଭିଯୋଗରେ ୧୦ ବର୍ଷ କାରାଦଣ୍ଡ ସହିତ ୫୦୦୦ ଟଙ୍କା ଜରିମାନା ଏବଂ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ଅଭିଯୋଗରେ ୫ ବର୍ଷ କାରାଦଣ୍ଡ ସହିତ ୩୦୦୦ ଟଙ୍କା ଜରିମାନା ଓ ନାରୀ ନିର୍ଯ୍ୟାତନା ପାଇଁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ରାୟ ପ୍ରକାଶ ପାଇବା ପରେ ଆସାମୀ ରାମ ଗୋପାଲ ଖେମକାକୁ ରାଇରଙ୍ଗପୁର ଉପକାରାଗାରକୁ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଗ୍ରାମର ଦିଲ୍ଲୀପ ଅଗ୍ରୱାଲଙ୍କ ଝିଅ ଶିବାଙ୍ଗୀଙ୍କ ସହିତ ରାଇରଙ୍ଗପୁର ୱାର୍ଡ ନଂ ବ-୫ ର ରାମଗୋପାଲ ଖେମକାଙ୍କ ପୁଅ ଅବିନାଶ ଖେମକାଙ୍କ ସହିତ ବୈଦିକ ରୀତିନିତୀରେ ୨୦୧୫ ମସିହା ୨୮ ଏପ୍ରିଲରେ ବାହାଘର ହୋଇଥିଲା । ତେବେ ୧୨ ଜାନୁଆରି ୨୦୧୮ରେ ଏକ ବଧୂ ନିର୍ଯାତନା ଓ କିରାସିନି ଢାଳି ନିଆଁ ଲଗାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ରାଇରଙ୍ଗପୁର ଟାଉନଥାନାରେ ।

ରାଇରଙ୍ଗପୁର ସହରର ବିଶିଷ୍ଟ ବ୍ୟବସାୟୀ ରାମ ଗୋପାଲ ଖେମକା, ତାଙ୍କ ସ୍ତ୍ରୀ ସୁନୀତା ଖେମକା, ପୁଅ ଅବିନାଶ ଖେମକା ଓ ଝିଅ ପାୟଲ ଖେମକାଙ୍କ ନାଁରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କ ଅଦାଲତରେ ମକଦ୍ଦମା ହୋଇଥିଲା । ଉକ୍ତ ମକଦ୍ଦମାରେ ରାମ ଗୋପାଲ ଖେମକା ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନେ ସାକ୍ଷ୍ୟ ଅଭାବରୁ ଖଲାସ ହୋଇଛନ୍ତି । ସେପଟେ ସରକାରଙ୍କ ପକ୍ଷରୁ ଉକ୍ତ ମକଦ୍ଦମା ସ୍ପେଶାଲ ପିପି ଅକ୍ଷୟ ମହାନ୍ତି ପରିଚାଳନା କରୁଥିବା ବେଳେ ଓକିଲ ଉମାପଦ ମଣ୍ଡଳ ଓ ମନୋଜ ସେଠୀ ତାଙ୍କୁ ସହଯୋଗ କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking