ପାରାଦୀପ: ମତ୍ସ୍ୟଡିଆ ନଦୀରେ ମରି ଭାସୁଛନ୍ତି ବିଭିନ୍ନ ପ୍ରଜାତିର ମାଛ । କାହିଁକି ଏତେ ସଂଖ୍ୟାରେ ମାଛ ମରିଲେ, ତାର କାରଣ ଜଣାପଡିନାହିଁ । କିନ୍ତୁ ସେହି ଅଞ୍ଚଳରେ ଗଢି ଉଠିଥିବା ବିଭିନ୍ନ କମ୍ପାନୀରୁ ନିର୍ଗତ ଏସିଡ୍ ପାଣି ନଦୀରେ ମିଶିବା ଯୋଗୁଁ ମାଛ ମରିଥିବା ଅନୁମାନ କରାଯାଉଛି । ପାରାଦୀପରେ ମାଛ ମଡ଼କଯୋଗୁଁ ମତ୍ସ୍ୟଡିଆ ନଦୀରେ ମରି ଭାସୁଛନ୍ତି ବିଭିନ୍ନ ପ୍ରଜାତିର ମାଛ । ସାଧାରଣତଃ ପ୍ରାୟ ସମସ୍ତଙ୍କୁ ମାଛ ଖାଇବାକୁ ପସନ୍ଦ ଥିବା ବେଳେ ପାରାଦୀପ ରେ ମାଛ ଚାଷ ପାଇଁ ଅଧିକ ଚାହିଦା ରେ ରହିଥାଏ । ତେବେ ପାରାଦୀପରେ ଦେଖିବାକୁ ମିଳିଛି ମାଛ ମଡ଼କ। କାହିଁକି ଓ କଣ ପାଇଁ ତାର କାରଣ ଜଣା ପଡିନଥିବା ବେଳେ ଅନୁମାନ କରାଯାଉଛି ଯେ ନିକଟରେ ଥିବା କମ୍ପନୀ ରୁ ଏସିଡ ରୁ ଏମିତି ମାଛ ମଡ଼କ ହେଉଥିବା ସନ୍ଦେଶ କରାଯାଉଛି ।