କୋଲକାତା: ଥମୁନି ନିପା ଭାଇରସ୍ ଆତଙ୍କ । ଦେଶରେ କାୟା ବିସ୍ତାର କରୁଛି ନିପା ଭାଇରସ୍ । ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଓଡିଶାରେ ବାଜିଛି ସତର୍କ ଘଣ୍ଟି । ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଚିହ୍ନଟ ହୋଇଛନ୍ତି ଜଣେ ନିପା ଭାଇରସ୍ ଆକ୍ରାନ୍ତ । ସଂକ୍ରମିତ ରୋଗୀଙ୍କୁ କୋଲକାତା ବେଲିଆଘାଟା ଆଇଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ କିଛି ଦିନ ହେଲା ଭୀଷଣ ଜ୍ଵର ଓ ଗଳାରେ କଷ୍ଟ ଅନୁଭବ କରୁଥିଲେ । ପ୍ରଥମେ ସେ କେରଳର ଏର୍ନାକୁଲମସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରେ ସେ ସାମାନ୍ୟ ସୁସ୍ଥ ହେବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ତେବେ ସେଠାରୁ ସେ କିଛି ଦିନ ତଳେ ପଶ୍ଚିମବଙ୍ଗ ଆସିଥିଲେ । ପଶ୍ଚିମବଙ୍ଗ ଫେରିବା ପରେ ସେ ପୁଣି ରୋଗାକ୍ରାନ୍ତ ହୋଇଥିଲେ ।
ସେଠାରେ ପୁଣି ଥରେ ତାଙ୍କୁ କୋଲକାତା ସ୍ଥିତ ବେଲିଆଘାଟା ଆଇଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଟେଷ୍ଟ କରାଯିବାପରେ ପରେ ସେ ପୁଣିଥରେ ନିପା ଭାଇରସରେ ଆକ୍ରାନ୍ତ ଥିବା ସୂଚନା ପାଇଥିଲେ ହସ୍ପିଟାଲର ସ୍ଵାସ୍ଥ୍ୟ ଅଧିକାରୀ । ସେପଟେ ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆକ୍ରାନ୍ତ ହେବାପରେ ପଶ୍ଚିମବଙ୍ଗରେ ଭୟରେ ବାତାବରଣ ସୃଷ୍ଟି ହୋଇଛି । ସେପଟେ ଏନେଇ ଓଡିଶାରେ ବି ବାଜିଲାଣି ସତଙକ ଘଣ୍ଟି ।