ସୁନ୍ଦରଗଡ଼: ନକ୍ସଲ ଆଇଇଡି ବିସ୍ଫୋରଣରେ ହାତୀ ଗୁରୁତର । ଯନ୍ତ୍ରଣାରେ ଛଟପଟ ହେଉଥିବା ହାତୀର କଏଦ ହୋଇଛି ଭିଜୁଆଲ । ସରଣ୍ଡା ଜଙ୍ଗଲରେ ୬ ବର୍ଷର ହାତୀଟି ଗୁରୁତର ଆହତ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ ଦ୍ବାରା ବିଛାଯାଇଥିଲା ଲ୍ୟାଣ୍ଡମାଇନ୍ । ଆଉ ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇ ହାତୀଟି ଗୁରୁତର ଭାବେ ଆହତ ହୋଇଛି । ହାତୀର ଗୋଟିଏ ଗୋଡ଼ ନଷ୍ଟ ହୋଇଯାଇଥିବା ବେଳେ ଜଙ୍ଗଲରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି । ଡ୍ରୋନ୍ କ୍ୟାମେରାରୁ ଏହି ଚିତ୍ର ସ୍ପଷ୍ଟ ହୋଇଛି । ଘଟଣାଟି ଗତ ଜୁନ୍ ୨୫ରେ ଘଟିଥିବା ଅନୁମାନ କରାଯାଉଛି ।