28.1 C
Bhubaneswar
Wednesday, April 24, 2024
Homeଅପରାଧଧରା ପଡ଼ିଲା ପରିବାର ଲୋକଙ୍କ ମିଛ, କରେଣ୍ଟ ଲାଗି ଯାଇଥିଲା ଯୁବତୀଙ୍କ ଜୀବନ

ଧରା ପଡ଼ିଲା ପରିବାର ଲୋକଙ୍କ ମିଛ, କରେଣ୍ଟ ଲାଗି ଯାଇଥିଲା ଯୁବତୀଙ୍କ ଜୀବନ

କୋରାପୁଟ : ବୋରିଗୁମ୍ମା ଥାନା ଚିଲିଗୁଡ଼ା ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଟ୍ୱିଷ୍ଟ ଆସିଛି । ଦୁଷ୍କର୍ମ ପରେ ହତ୍ୟା ନୁହେଁ ବରଂ କରେଣ୍ଟ ଲାଗି ଯୁବତୀଙ୍କ ମୃତ୍ୟୁ ହୋଇଛି । ଏନେଇ ପ୍ରେସମିଟ୍‌ରେ ଖୁଲାସା କରିଛନ୍ତି କୋରାପୁଟ ଏସପି । ବାରହା ଶିକାର ପାଇଁ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ଯୁବତୀଙ୍କ ମୃତ୍ୟୁ ହୋଇଥିବା ଏସପି କହିଛନ୍ତି । ଜଙ୍ଗଲରେ ବାରହା ଶିକାର ପାଇଁ ଚିଲିଗୁଡା ଜଙ୍ଗଲ ମଧ୍ୟରେ ମୃତ ଯୁବତୀଙ୍କ ସମ୍ପର୍କୀୟ ୧୧ କେଭି ତାର ବିଛାଇଥିଲେ । ଯୁବତୀ ଜଣକ ଜଙ୍ଗଲ ମଧ୍ୟକୁ ପ୍ରେମିକକୁ ଭେଟିବାକୁ ଆସିଥିବା ବେଳେ ବିଛା ଯାଇଥିବା ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ଲୁଚାଇବା ପାଇଁ ମୃତଦେହକୁ ଜଙ୍ଗଲର ଅନ୍ୟତ୍ର ସ୍ଥାନକୁ ନେଇ ଯୁବତୀଙ୍କ ଡ୍ରେସ ବାହାର କରି ଦୁଷ୍କର୍ମ ସହ ହତ୍ୟାର ରୂପ ଦେଇଥିଲେ । ପରିବାର ଲୋକଙ୍କ ସହ ସମ୍ପର୍କୀୟ ଘଟଣାକୁ ଚାପିବାକୁ ପରିବାର ଲୋକେ ମିଶି ଯୁବତୀଙ୍କ ପ୍ରେମିକଙ୍କ ବିରୋଧରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ବୋରିଗୁମା ଥାନାରେ ଅଭିଯୋଗ କରିଥିଲେ । ଏହି ଘଟଣାର ପୋଲିସ ଖୁଲାସା କରିବା ସହ ଯୁବତୀଙ୍କ ନିଜ ଭାଇ ଓ ସମ୍ପର୍କୀୟ ଭାଇଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଆଉ ୪ଜଣ ଫେରାର ଅଛନ୍ତି । ଗତ ୩୦ ତାରିଖ ଦିନ ଯୁବତୀ ଜଣକ ନିଖୋଜ ଥିବାବେଳେ ଜାନୁଆରୀ ୨ ତାରିଖରେ ମୃତଦେହ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking