ଥରିଲା ବାଲେଶ୍ୱର ସହର

ବାଲେଶ୍ୱର: ବାଲେଶ୍ୱର ଲୋକେ ଏବେ ଭୟଭୀତ । ତେବେ ଆଜି ଅପରାହ୍ନ ୩ଟା ୩୦ମିନିଟ ଏବଂ ୩ଟା ୩୬ମିନିଟରେ ୨ଥର ଆକାଶରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଏହି ପ୍ରଚଣ୍ଡ ଶବ୍ଦରେ ଘରର କବାଟ, ଝରକା, କାନ୍ଥ ଦୋହଲିବା ସହ ସାରାସହର ଥରି ଯାଇଥିଲା । କେବଳ ବାଲେଶ୍ୱର ଏହି ଶବ୍ଦରେ ଥରି ନଥିଲା ଏହା ସହ ଜଳେଶ୍ୱର ଓ ବସ୍ତାରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିବା ଜଣାପଡିଛି । ପ୍ରଚଣ୍ଡ ଶବ୍ଦର କାରଣ ଅସ୍ପଷ୍ଟ ରହିଛି । ତେବେ ଏହା ପ୍ରତିରକ୍ଷା ବିଭାଗର କିଛି ପରୀକ୍ଷା ବୋଲି ସନ୍ଦେହ କରାଯାଉଛି ।
https://onakhabar.com/2019/12/13/stepfather-sexually-assaulting-and-killing-daughter/