13.1 C
Bhubaneswar
Sunday, January 18, 2026
Homeଓଡିଶାଜମି ବିବାଦରୁ ମହିଳାଙ୍କୁ ଆକ୍ରମଣ: ଆକ୍ରମଣକାରୀକୁ ଗିରଫ କଲା ପୋଲିସ

ଜମି ବିବାଦରୁ ମହିଳାଙ୍କୁ ଆକ୍ରମଣ: ଆକ୍ରମଣକାରୀକୁ ଗିରଫ କଲା ପୋଲିସ

ପୁରୀ : ଜମିଜମା ବିବାଦରୁ ମହିଳାଙ୍କୁ ଆକ୍ରମଣ । ଆହତ ମହିଳାଙ୍କ ଏତଲା କ୍ରମେ ଆକ୍ରମଣକାରୀ ଶିକ୍ଷକଙ୍କୁ ଗିରଫ କରି ଜେଲକୁ ପଠାଇଲା କାକଟପୁର ପୁଲିସ । ଜମିଜମା ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡୋଗୋଳ ଚରମ ସୀମାରେ ପହଞ୍ଚିଥିବା ବେଳେ, ଗୋଟିଏ ପରିବାରର ମହିଳା ଏବଂ ବୃଦ୍ଧଙ୍କୁ  ମରଣାତ୍ମକ ଆକ୍ରମଣ କରିଛନ୍ତି ଦୁଇଜଣ ସରକାରୀ ଶିକ୍ଷକ । ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି ।

ସୂଚନା ଅନୁସାରେ, କୃତିବାଶ ଦାସ ଏବଂ ରମେଶ ଚନ୍ଦ୍ର ଦାସ ଯିଏକି ସରକାରୀ ଶିକ୍ଷକ । ସେମାନଙ୍କ ସହିତ ପଡୋଶୀ ଶୋଭିତା ଦାସଙ୍କ ଜମିଜମା ବିବାଦ ଦୀର୍ଘଦିନ ଧରି ଲାଗିରହିଥିଲା । ଯାହାକୁ ନେଇ ଭଦ୍ରବ୍ୟକ୍ତି ଏବଂ ଥାନା ମାଧ୍ୟମରେ ସମାଧାନ କରଯାଇଥିଲା । ଉଭୟଙ୍କ ବିବାଦ ରହିଥିବା ଜମିକୁ ମାପ କରାଯାଇ ବଣ୍ଟନ କରାଯାଇଥିଲା । ଶୋଭିତାଙ୍କ ଭାଗରେ ପଡିଥିବା ଜମିକୁ ତାଙ୍କ ପରିବାର ପକ୍ଷରୁ ତାର ବାଡ ଘେରାଇ ସେହି ସ୍ଥାନକୁ ସଫା କରୁଥିବା ବେଳେ ଦୁଇ ଶିକ୍ଷକ କୃତିବାଶ ଦାସ ଏବଂ ରମେଶ ଚନ୍ଦ୍ର ଦାସ ଦୁଇ ଭାଇ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶୋଭିତା ଦାସଙ୍କ ପରିବାର ଉପରେ ଅତର୍କିତ ଆକ୍ରମଣ କରି ପରିବାରର ବୃଦ୍ଧ ଏବଂ ମହିଳାଙ୍କୁ ମରଣାନ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆହତ ମହିଳାଙ୍କୁ ପ୍ରଥମେ କାକଟପୁର ଏବଂ ପରେ ଚାରିଛକ ଏବଂ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଅଭିଯୋଗ ପରେ ଦୁଇ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking