ଗାନ୍ଧିଜୀଙ୍କ ନେତୃତ୍ୱରେ ଲବଣ ସତ୍ୟାଗ୍ରହ

Seventy-eight ashramites in a procession during the Salt Satyagraha, Dandi, Gujarat, March 12, 1930

ଭୁବନେଶ୍ୱର : ୧୯୨୧ରେ ଗାନ୍ଧିଜୀ ରାଷ୍ଟ୍ରୀୟ କଂଗ୍ରେସର ନେତୃତ୍ୱ ନେଲେ । ଏବେ ବିଦେଶୀ ଦ୍ରବ୍ୟ ବର୍ଜନ ଓ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର ପାଇଁ ଆହ୍ୱାନ ଦେଲେ । ଯେଉଁ ଭାରତୀୟମାନେ ଇଂରେଜମାନଙ୍କ ପାଖରେ ଚାକିରୀ କରୁଥିଲେ ତାଙ୍କୁ ଚାକିରୀ ଛାଡି ଅସହଯୋଗ ପାଇଁ ଉପଦେଶ ଦେଲେ । ଅସହଯୋଗ ଆନ୍ଦୋଳନ ସାରା ଦେଶରେ ସଫଳ ରହିଲା । ଅଧିକାଂଶ ଲୋକେ ସ୍ୱଦେଶୀ ନୀତିର ଅନୁସରଣ କଲେ । କିନ୍ତୁ ଚୌରଚୋରା ହତ୍ୟାକାଣ୍ଡ ପରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇ ୬ ବର୍ଷ କାରାଦଣ୍ଡ ଦିଆଯାଇଥିଲା । ହେଲେ ଦୁଇ ବର୍ଷ ପରେ ଛାଡି ଦିଆଯାଇଥିଲା । ଏହି ସମୟରେ ତାଙ୍କୁ ଅସହଯୋଗ ଆନ୍ଦୋଶନ ପ୍ରତ୍ୟାହାର କରିବାକୁ ପଡିଲା । ଜେଲରେ ରହି ମଧ୍ୟ ଦେଶର ବିଭିନ୍ନ ସମୟରେ ହେଉଥିବା ହିଂସାକୁ ରୋକିବା ପାଇଁ ପ୍ରୟାସ ଜାରି ରଖିଲେ । ତାଙ୍କ କାରାବାସରେ ଦୁଇ ଭାଗରେ ବାଣ୍ଟି ହୋଇଯାଇଥିବା ଭାରତୀୟ କଂଗ୍ରେସକୁ ମଧ୍ୟ ଏକ୍ କରିବା ପାଇଁ ସେ ସମସ୍ତ ଚେଷ୍ଟା କରିଥିଲେ । ୧୯୨୮ରେ ଗାନ୍ଧିଜୀ କଲିକତାର ଏକ ଅଧିବେଶନରେ ଭାରତକୁ ସ୍ୱରାଜ ଦେବା ପାଇଁ ଏକ ଆହ୍ୱାନ ଦେଲେ । ଏବଂ ଏହା ନହେଲେ ଏହା ବିରୋଧରେ ପୁଣି ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ଧମକ ଦେଲେ । ତା ପରେ ୧୯୩୦ରେ ଲୁଣ ଉପରେ ଲାଗିଥିବା କର ଉପରେ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କଲେ । ଯାହାକୁ ଲବଣ ସତ୍ୟାଗ୍ରହ କୁହାଯାଏ । ଏଥିରେ ଗୁଜୁରାଟର ଅହମ୍ମଦାବାଦରୁ ଦାଣ୍ଡି ୨୪୧କିମି ଦାଣ୍ଡି ଯାତ୍ରା ପ୍ରମୁଖ ଥିଲା । ଏହାପରେ ଦେଶରେ ଜନତା ଜାଗୃତ ହେଉଥିବା ଦେଖି ଇଂରେଜ ସରକାର ଗାନ୍ଧିଜୀଙ୍କ ସହିତ ବାର୍ତ୍ତାଳାପ ଆରମ୍ଭ କଲେ । ଏହାର ସିଦ୍ଧାନ୍ତ ଗାନ୍ଧି ଇରଉଇନ ସନ୍ଧି ଉପରେ ଆସିଲା । ଏହି ସନ୍ଧି ଆଧାରରେ ଅସହଯୋଗ ଆନ୍ଦୋଳନକୁ ସମାପ୍ତ କରିବା ବଦଳରେ ସମସ୍ତ ବାରତୀୟ ରାଜନୌତିକ କଏଦୀମାନଙ୍କୁ ମୁକ୍ତ କରାଗଲା । ଏହି ସନ୍ଧି ଅନୁସାରେ ଗାନ୍ଧିଜୀ ଭାରତୀୟ ରୀଷ୍ଟ୍ରୀୟ କଂଗ୍ରେସର ମୁଖ୍ୟ ଭାବରେ ଇଂଲଣ୍ଡର ଗୋଲଟେବୁଲ ବୈଠକରେ ଯୋଗ ଦେଲେ । କିନ୍ତୁ ଏହାର ପରିଣାମ ଗାନ୍ଧିଜୀଙ୍କୁ ସନ୍ତୁଷ୍ଟ କରିପାରିନଥିଲା । ଏହାପରେ ପୁଣି ଭାରତୀୟମାନଙ୍କ ଉପରେ ଅତ୍ୟାଚାର ବଢିବାକୁ ଲାଗିଲା । ଗାନ୍ଧିଜୀଙ୍କୁ ପୁଣି ଥରେ ଜେଲ ପଠାଗଲା । କିନ୍ତୁ ତାଙ୍କ ସମର୍ଥକଙ୍କ ଦ୍ୱାରା ଏହି ଆନ୍ଦୋଳନ ଜାରି ରହିଲା । ପୁଣି ଇଂରେଜମାନେ ଏଥିରେ ଅସଫଳ ରହିଲେ । ୧୯୩୨ ମସିହାରେ ଗାନ୍ଧିଜୀ ୬ ଦିନ ଯାଏ ଅନଶନ ଆରମ୍ଭ କଲେ । ତା ଦଳିତମାନଙ୍କ ହିତରେ ଆନ୍ଦୋଳନ ଆରମ୍ଭ କଲେ । ସେ ଦଳିତମାନଙ୍କୁ ହରିଜନ ନାମ ଦେଲେ । ଏବଂ ଏହି ଆନ୍ଦୋଳନକୁ ହରିଜନ ଆନ୍ଦୋଳନ କୁହାଗଲା । ଏହି ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥାଏ ।

LEAVE A REPLY

Please enter your comment!
Please enter your name here