34.1 C
Bhubaneswar
Friday, March 29, 2024
Homeଓଡିଶାକ’ଣ ହେବ ଛାତ୍ରଛାତ୍ରୀଙ୍କ ଭିବିଷ୍ୟତ ?

କ’ଣ ହେବ ଛାତ୍ରଛାତ୍ରୀଙ୍କ ଭିବିଷ୍ୟତ ?

ନବରଙ୍ଗପୁର : କରୋନା ପାଇଁ ଚଳିତବର୍ଷ ଆଉ ସ୍କୁଲ ଖୋଲିବ ନାହିଁ । କ’ଣ ହେବ ପିଲାଙ୍କ ଭବିଷ୍ୟତ ? ମାର୍ଚ୍ଚମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ବନ୍ଦ କରିଦିଆଯାଇଛି । ସ୍କୁଲ କେବେ ଖୋଲିବ କେବେ ପରୀକ୍ଷା ହେବ ସଠିକ୍ ହୋଇନି । ଫେବୃଆରୀରେ ମାଟ୍ରିକ୍ ପରୀକ୍ଷାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଅନଲାଇନ୍ ଶିକ୍ଷା ମଧ୍ୟ ଛାତ୍ରଛାତ୍ରୀଙ୍କ କାମରେ ଆସୁନି । ମାନସିକ ଚାପରେ ଛାତ୍ରଛାତ୍ରୀ, ଅଭିଭାବକ । ଏଭଳି ଅନେକ ପ୍ରଶ୍ନର ପାହାଡ଼ ଛିଡ଼ାହେଲାଣି । ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଅନଲାଇନ୍ ଶିକ୍ଷା ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ôଚପାରିନି । ଜିଲ୍ଲାରେ ଚଳିତବର୍ଷ ୨୨୨ଟି ସରକାରୀ ଓ ବେସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ,ପ୍ରାୟ ୧୩ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ହଜାର ଅଭିଭାବକଙ୍କ ନିକଟରେ ଆଣ୍ଡ୍ରଏଡ୍ ମୋବାଇଲ୍ ରହୁଛି । ଛୁଟିଦିନ ବ୍ୟତୀତ (ଅଭିଭାବକ)ସେମାନେ ନିଜ ମୋବାଇଲ ସେଟ୍‌କୁ ଅଫିସକୁ ଆଣିଥାଆନ୍ତି । ଯେଉଁକିଛି ଅଭିଭାବକ ଫୋନ ପିଲାଙ୍କୁ ଦେଉଛନ୍ତି ପାଠପଢ଼ା ଛାଡ଼ି ପିଲା ଅଲଗା ଜିନିଷ ସେହି ମୋବାଇଲରେ ଦେଖିଲେଣି । ରାଇଘରର ଜଣେ ଅଭିଭାବକ ପିଲାଙ୍କୁ ମୋବାଇଲ ଦେଇଥିବା ଅନଲାଇନ୍ ପାଠ ପଢ଼ିବାକୁ  କିନ୍ତୁ  ପିଲା ଶାଠରେ ବେଶି ସମୟ ଦେବା ଜାଣି ପିଲାଙ୍କ ପାଖରୁ ମୋବାଇଲ ନେଇଯିବାରୁ ପିଲାଟି ଜୀବନହାରି ଦେଇଥିଲା । ଅନଲାଇନ୍ ପାଠପଢ଼ା ଫେଲ ମାରିଥିବାରୁ ବହୁ ଛାତ୍ରଛାତ୍ରୀ ଖେଳକୁଦଠାରୁ ଆରମ୍ଭ କରି ଛେଳିଚରାଇବା, ଗାଈ ଚରାଇବା, ଗାଈ ଜଗିବାରେ ଦିନ ବିତାଉଥିବାର ଦେଖିବାକୁ ମିଳୁଛି ।

ଖମ୍ବେଶ୍ୱରୀ ହାଇସ୍କୁଲର ଛାତ୍ରୀ ଗାୟତ୍ରୀ ନାୟକ କହିଛନ୍ତି, ମୋବାଇଲ ନଥିବାରୁ ନିଜଘରେ ପାଳିତ ଛେଳି ଚରାଇବାକୁ ନେଉଛି । ହାଇସ୍କୁଲର ଜଣେ ପ୍ରଧାନ ଶିକ୍ଷକ ନିଜନାମ ଗୋପନ ରଖି ସର୍ତ୍ତରେ କହିଛନ୍ତି,୧୦ମ ଶ୍ରେଣୀରେ ୧୫୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୮ଜଣ ଅଭିଭାବକଙ୍କ ନିକଟରେ ଆଣ୍ଡ୍ରଏଡ୍ ମୋବାଇଲ ଅଛି । ତାହା ପୁଣି କେତେବେଳେ ପିଲାଙ୍କ ପାଖରେ ତ’ ଆଉ କେତେବେଳେ ଅଭିଭାବକଙ୍କ  ପାଖରେ,  ତେଣୁ ପରୀକ୍ଷା ଘୁଞ୍ଚାଇବାକୁ କହିଛନ୍ତି । ଆରସିଡି ହାଇସ୍କୁଲର ଅଭିଭାବକ ଭୁବନ କଚ୍ଛତା କହିଛନ୍ତି,  ପିଲା ମାଟ୍ରିକ୍ ପରୀକ୍ଷା ଦେବେ, ଏପର୍ଯ୍ୟନ୍ତ ବହି ଦେଖିନାହିଁ କି ବହି ଖୋଲିନାହିଁ; ଅନ୍‌ଲାଇନ ମାଧ୍ୟମରେ ପାଠପଢ଼ା ହେଉଥିବା ଜାଣି ମୋବାଇଲଟିଏ ମାସେ ହେବ କିଣିଛି, ପଲ୍ଲୀଗାଁରେ ରହୁଥିବାରୁ ନେଟ୍ ଆସୁନି ପରୀକ୍ଷାରେ ମୋ ପିଲା କ’ଣ ଲେଖିବେ ବୋଲି କହିବା ସହ ଶିକ୍ଷକମାନଙ୍କୁ ମଧ୍ୟ ଅନ୍ୟ କାମରେ ନିୟୋଜିତ କରାଯାଇଛି ।

କଷ୍ଟେମଷ୍ଟେ ଗୋଟିଏ ମୋବାଇଲ କିଣିଲି ଝିଅ ଓ ପୁଅ ସେଥିରେ ଅନଲାଇନ୍ କିପରି ଏକାସାଙ୍ଗରେ ପଢ଼ିବେ, ଏହା କଷ୍ଟକର ବ୍ୟାପାର ବୋଲି କହିଥିଲେ । ତେବେ ଏ ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ନାରାୟଣ ପଣ୍ଡା କହନ୍ତି, ନଭେମ୍ବର ୧୬ତାରିଖରୁ ପାଠପଢା ହେବ ତାହା ଅତ୍ୟନ୍ତ ଆତ୍ମଘାତି ନିଷ୍ପତ୍ତି ଥିଲା । ବର୍ତ୍ତମାନ ଶୀତ ଆସିଯାଇଥିବାରୁ କରୋନା ଭାଇରସ୍ ପାଇଁ ଏହା ଅନୁକୂଳ ହେତୁ କରୋନାର ୨ୟ ଲହରୀ ଆସିବାର ଆଶଙ୍କା ଥିଲା । ତେଣୁ ସରକାର ସ୍କୁଲଗୁଡ଼ିକୁ ବନ୍ଦରଖି ପିଲାଙ୍କ ଜୀବନ ରକ୍ଷା କରିପାରିଛନ୍ତି । ପାଠ୍ୟକ୍ରମକୁ ଅଧିକରୁ ଅଧିକ ସଂକ୍ଷିପ୍ତ କରି ପରୀକ୍ଷା କରାଯିବା ଉଚିତ୍ ବୋଲି ସେ ମତ ଦେଇଥିଲେ । ତେବେ ଏ ସମ୍ପର୍କରେ ଅବସରପ୍ରାପ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ ଚୌଧୁରୀ କହନ୍ତି, ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କରୋନା ମହମାରୀ ଯୋଗୁ ପାଠପଢ଼ା ଆରମ୍ଭ ହୋଇନି । ଫେବୃଆରୀରେ ମାଟ୍ରିକ ପରୀକ୍ଷା ସମ୍ଭବପର ନୁହେଁ, ତେଣୁ ଶିକ୍ଷାବର୍ଷକୁ ଘୁଞ୍ଚାଇ ଦିଆଯାଉ ବୋଲି ସେ କହିବା ସହ ରାଜ୍ୟ ସରକାର କେନ୍ଦ୍ର ସରକାର ସହ ଏ ଘଟଣାରେ ଆଲୋଚନା କରି ନିଷ୍ପତ୍ତି ନିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking