37.2 C
Bhubaneswar
Friday, April 19, 2024
Homeକରୋନାଏବେ ପରିଚୟ ପତ୍ର ଦେଖେଇଲେ ବି ଛାଡ଼ିବନି ପୋଲିସ

ଏବେ ପରିଚୟ ପତ୍ର ଦେଖେଇଲେ ବି ଛାଡ଼ିବନି ପୋଲିସ

ଭୁବନେଶ୍ୱର: ଲକ୍ ଡାଉନ ଓ ସପ୍ତାହାନ୍ତ ସଟ୍ ଡାଉନ ବେଳେ ଅନେକ ବ୍ୟକ୍ତି ବିଭିନ୍ନ ସଂସ୍ଥାର ପରିଚୟପତ୍ର ଦେଖାଇ ଯାତାୟତ କରୁଛନ୍ତି । ତେବେ ଅନେକ ଫେକ୍ ଆଇଡି କାର୍ଡ ବା ଜାଲ ପରିଚୟ ପତ୍ର ଦେଖାଉଛନ୍ତି । ଯାହା ଏବେ ପୁଲିସ ପାଇଁ ମୁଣ୍ଡବିନ୍ଧା ସାଜିଛି । ବଡକଥା ହେଲା, ଗଣମାଧ୍ୟମ ସଂସ୍ଥା ତରଫରୁ ପ୍ରଦତ କାର୍ଡ ମଧ୍ୟ ଜାଲି ବାହାରିଛି । ତେଣୁ ଏହାକୁ ରୋକିବାକୁ ପୁଲିସ କମିଶନର ନୁଆ ଫର୍ମୁଲା କାଢ଼ିଛନ୍ତି । କେଉଁ ସଂସ୍ଥା କେଉଁମାନଙ୍କୁ ଅଫିସ ଆସିବାକୁ କହିଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କରିବେ । ଏବଂ ଏହି ଷ୍ଟାଫ୍ ତାଲିକା ଡିସିପି ଅଫିସରେ ଦାଖଲ କରିବାକୁ ପଡିବ । ଅଫିସ ପ୍ରଦତ୍ତ ପରିଚୟପତ୍ର ସହ ଅଥରାଇଜେସନ୍ ଲେଟର ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଫଳରେ ଜାଲି ପରିଚୟପତ୍ରଧାରୀଙ୍କୁ ସାବାଡ କରି ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking