ଇନ୍‌ସୋମିନିଆ (ନିଦ୍ରାହୀନତା )ର କାରଣ ଓ ଉପଚାର…..

ଭୁବନେଶ୍ୱର : ଆଜିର ଯୁବପିଢୀଙ୍କ ମଧ୍ୟରେ ହେଉଥିବା ସବୁଠୁ ବଡ଼ ସମସ୍ୟା । ଯାହାକୁ ଆମେ ମାନସିକ ଚାପ ମଧ୍ୟ କହିଥାଉ । ଆସନ୍ତୁ ଜାଣିବା ବୃଦ୍ଧିହେବାର କାରଣ ଏବଂ ଏହାର ଉପଚାର ବିଷୟରେ ।
ଆଜିକାଲି ଲୋକଙ୍କୁ ନିଦ ନହେବା,ସକାଳୁ ଅଧିକ ଅଳସ ଲାଗିବା ଏହାଏକ ସାଧାରଣ କଥା ହୋଇଗଲାଣି । ନିଦ ନହେବା ,ମୁଣ୍ଡ ବ୍ୟଥା ହବା, କାମରେ ମନ ନଲାଗିବା, ଇତ୍ୟାଦି ଇନ୍‌ସୋମିନିଆର ଲକ୍ଷଣ ବୋଲି ଜଣାଯାଏ । ଏହାକୁ ହେୟ ନକରି ଏହାର ଉପଚାର ପାଇଁ ଧ୍ୟାନ ଦେବା ଉଚିତ୍ ।
ଏହାସହ ମାନସିକ ଓ ଶାରୀରିକ ଅସୁସ୍ଥତା ଦେଖାଯାଏ ।
ଏହା ମୁଖ୍ୟତଃ ୨ପ୍ରକାର ଥାଏ
୧- ଆକ୍ୟୁଟ ଇନ୍‌ସୋମିନିଆ
୨- କ୍ରୋନିକ୍ ଇନ୍‌ସୋମିନିଆ

ଆକ୍ୟୁଟ ଇନ୍‌ସୋମିନିଆ କ’ଣ ବୋଲି ଆସନ୍ତୁ ଜାଣିବା….

ଆକ୍ୟୁଟ ଇନ୍‌ସୋମିନିଆ ବିଶେଷ ଭାବରେ କମ୍ ଦିନ ପାଇଁ ରହିଥାଏ । ଏହା କିଛି ମାନସିକ ଚାପ ଥିଲେ କିମ୍ବା ଗୋଟିଏ କଥାକୁ ଅଧିକ ଭାବିାଲେ ହେଇଥାଏ । ଏଥିରେ କୌଣସି ପ୍ରକାରର ଔଷଧ ଓ ଉପଚାର ଦରକାର ପଡ଼େନାହିଁ ।

କ୍ରୋନିକ୍ ଇନ୍‌ସୋମିନିଆ କ’ଣ ବୋଲି ଆସନ୍ତୁ ଜାଣିବା….

କ୍ରୋନିକ୍ ଇନ୍‌ସୋମିନିଆରେ ଏହାଯଦି ୧ ମାସରୁ ଅଧିକ ରୁହେ ତେବେ ଏହ।।ର ଉପଚାର ନିହାତି ଆବଶ୍ୟକ ।
ଇନ୍‌ସୋମିନିଆର କାରଣ:
୧-ଏହାର ମୁଖ୍ୟ କାରଣ ମାନସିକ ଚାପ ଓ ଚିନ୍ତା
୨- ଯଦି ଆମର କିଛି ଖରାପ ଅତୀତ ଥାଏ । ଏହାର କୁପ୍ରଭାବ ଆମ ନିଦ୍ରା ଉପରେ ମଧ୍ୟ ପଡ଼ିଥାଏ ।
୩-ଶୋଇବାର ଠିକ୍ ପୁର୍ବରୁ ଅଧିକ ଭୋଜନ କରିବା ।
୪-ଅଧିକ ସମୟ ଯାଏଁ ଟେଲିଭିଜନ ଓ ମୋବାଇଲ୍ ବ୍ୟବହାର କରିବା ।
୫-ଶୋଇବା ଓ ଉଠିବାର ସଠିକ୍ ସମୟ ନରହିବା ।
୬-ଅଧିକ ଔଷଧର ସେବନ କରିବା ।

ଏହାର ଉପଚାର ଯାହା ଆମେ ନିଜେ ପ୍ରୟୋଗ କରିପାରିବା :
୧- ପ୍ରଥମେ ଶୋଇବାର ସଠିକ୍ ସମୟ ରଖିବା ।
୨-ବାୟାମ ଓ ଯୋଗ ନିୟମିତ ଭାବରେ କରିବା ।
୩-ଶୋଉଥିବା ରୁମକୁ ନିଶ୍ଚୟ ସଫା ରଖନ୍ତୁ
୪-ଶୋଇବାର ୨ ଘଣ୍ଟା ପୁର୍ବରୁ ଖାଦ୍ୟ ଖାଇ ନିୟନ୍ତୁ ।
୫- ରାତ୍ରି ଭୋଜନ ପରେ କିଛି ସମୟ ଚାଲନ୍ତୁ
ଏହାପରେ ଯଦି ଆପଣ ସୁସ୍ଥ ଅନୂଭବ କରୁନାହାନ୍ତି ତାହେଲେ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

LEAVE A REPLY

Please enter your comment!
Please enter your name here