ଭୁଲ୍ ଜୀବନର ଗୋଟିଏ ପୃଷ୍ଠାଅଟେ କିନ୍ତୁ ସମ୍ପର୍କ ଗୋଟିଏ ବହି.. ଯଦି ଦରକାର ପଡେ, ତାହେଲେ ଭୁଲ୍ ପୃଷ୍ଠାଟିକୁ ଚିରିଦିଅନ୍ତୁ, କିନ୍ତୁ ଗୋଟିଏ ପୃଷ୍ଠା ପାଇଁ ପୁରା ବହିଟିକୁ ନିଜ ଜୀବନରୁ ହରାନ୍ତୁ ନାହିଁ.. ଭୁଲ୍ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ, ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ୍ କରିନାହିଁ, ତା ମାନେ ସେ କେବେ ଚେଷ୍ଟା ହିଁ କରିନାହିଁ ll
ଆଗ୍ରହ,ରୁଚି ଓ ଆଦର ଯାହାକୁ ପସନ୍ଦ କରେ ଅଥବା ଯାହା ଆଡକୁ ଆକର୍ଷିତ ହୁଏ ସେ ବା ତାହା ଆମର ପ୍ରିୟ ହୋଇଯାଏ। ଶିକ୍ଷା ଦିଗକୁ ଗଲେ ଶିକ୍ଷିତ,ହିଂସା ଆଡ଼କୁ ଗଲେ ହିଂସୁକ,ତାଚ୍ଛଲ୍ୟ ଆଡକୁ ଗଲେ ନିନ୍ଦୁକ,ଅବୋଧ୍ୟ କି ଅବମାନନା ଆଡ଼କୁ ଗଲେ ଅଜ୍ଞାନ ଓ ସତ୍ ଭାବନା ଦିଗକୁ ଗଲେ ମଣିଷ ସାଧୁ ହୋଇଯାଏ ll
ଯଦି ସମ୍ପର୍କ ବଞ୍ଚେଇବା ପାଇଁ ନଇଁବାକୁ ପଡେ ତାହେଲେ ନଇଁଯାଅ , ଯଦି ସମ୍ପର୍କ ରକ୍ଷା କରିବା ପାଇଁ କିଛି ସହିବାକୁ ହୁଏ ତହେଲେ ରହିଯାଅ , ଯଦି ବାରମ୍ବାର ତୁମକୁ ହିଁ ସହିବାକୁ ଆଉ ନଇଁବାକୁ ପଡେ ତାହେଲେ ରହିଯାଅ । କାରଣ ସମ୍ପର୍କ ଜଣେ ଚାହିଁଲେ ବଞ୍ଚେନି ଉଭୟ ପକ୍ଷରୁ ସମ୍ପର୍କ ପାଇଁ ଯଥେଷ୍ଟ ସମ୍ମାନ ରହିବା ଆବଶ୍ୟକ ।।
ଖୁସିରେ ରହିବାକୁ ହେଲେ ଯୋଉଟା ଆତ୍ମା କହୁଛି ସେଇଟା କରନ୍ତୁ….
ବନ୍ଧୁ ଦୁନିଆର କଥାକୁ କେବେ ଭୟ କରନ୍ତୁ ନାହିଁ….
କାରଣ
ଦୁନିଆ କେବଳ କହିଥାଏ କେବେ କିଛି ଦେଇ ନଥାଏ….
ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ
ଦୁନିଆରେ ସେହି ଲୋକଙ୍କୁ ଅଧିକ ଦୁଃଖ ମିଳେ ଯିଏ ସମସ୍ତଙ୍କୁ ନିଜର ବୋଲି ଭାବେ।କାହିଁକି ନା ତୁମକୁ ବୁଝେଇବା ମଣିଷ ତ ବହୁତ୍ ମିଳିବେ କିନ୍ତୁ ତୁମକୁ ବୁଝିବା ମଣିଷ ଖୁବ୍ କମ ମିଳିବେ।
ଯଦି କୋୖଣସି କାମରେ ବିଫଳ ହେଉଛ ତା’ହେଲେ ସେଥିରୁ ଆଶା ଛାଡ଼ନ୍ତୁ ନାହିଁ,ସଫଳ ହେବା ପର୍ଯ୍ୟନ୍ତ ଚେଷ୍ଟା ଜାରିରଖ କାହିଁକି ନା ଅନେକ ସଫଳତା ପ୍ରାପ୍ତ ବ୍ୟକ୍ତି କହିଛନ୍ତି ବାରମ୍ବାର ହାରିବା ହେଉଛି ଜିତିବାର ଲକ୍ଷଣ।
ଅଦ୍ୟ ଜାନୁଆରୀ ମାସ ୨୧ ତାରିଖ ୨୦୨୫ ମସିହା (ମଙ୍ଗଳବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୨
ସମ୍ବତ୍ସର-କାଳ
ମାଘମାସ- କୃଷ୍ଣପକ୍ଷ
ତିଥି- ସପ୍ତମୀ ଦିବା ଘ୧୨/୩୮ ଗତେ ଅଷ୍ଟମୀ
ନକ୍ଷତ୍ର- ଚିତ୍ରା ରାତ୍ରି ଘ୧୨/୧୫ ଗତେ ସ୍ୱାତି
ଚନ୍ଦ୍ର -କନ୍ୟା ଦିବା ଘ୧୦/୪୧ ଗତେ ତୁଳା
ଯୋଗ- ଧୃତି
କରଣ – ବବ
ସୌରମାସ- ମକର ୦୮ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୫୨
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୯/୧୭
*✧═════•❁❀
ଯୋଗିନୀ ବାୟବ୍ୟେ ଦିବା ଘ୧୨/୩୮ ଗତେ ଐଶାନ୍ୟେ
ଅଷ୍ଟମୀ ପାର୍ବଣ ଶ୍ରାଦ୍ଧ
ମକର ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ ୦୧/୨୪ ଗତେ ଘ୦୨/୪୭ ମଧ୍ୟେ
ବାରବେଳା – ଦିବା ଘ ୦୭/୫୦ ଗତେ ଘ୦୯/୧୨ମଧ୍ୟେ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୯/୧୩ଗତେ ଘ୧୧/୧୫ ମଧ୍ୟେ ଓ ଘ୦୨/୪୦ଗତେ ଘ୦୩/୧୬ ମଧ୍ୟେ ଓ ଘ୦୪/୦୪ ଗତେ ଘ୦୫/୩୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି
═✧*══•❁❀❁•═════✧
ଅଦ୍ୟ ତାଳ ଦିବା ଘ୧୨/୩୮ ଗତେ ନଡ଼ିଆ ଭକ୍ଷଣ ନିଷେଧ
✧═════•❁❀❁•═════
ଆଜିର ରାଶିଫଳ
✧═════•❁❀❁•═════
ମେଷ
: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।*
✧═════•❁❀❁•═════
ବୃଷ
: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।*
✧═════•❁❀❁•═════
ମିଥୁନ
: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।*
✧═════•❁❀❁•═════
କର୍କଟ
: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।*
✧═════•❁❀❁•═════
ସିଂହ
: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।*
✧═════•❁❀❁•═════
କନ୍ୟା
: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।*
✧═════•❁❀❁•═════
ତୁଳା
: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।*
✧═════•❁❀❁•═════
ବିଛା
: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।*
✧═════•❁❀❁•═════
ଧନୁ
: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।*
✧═════•❁❀❁•═════
ମକର
: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।*
✧═════•❁❀❁•═════
କୁମ୍ଭ
: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।*
✧═════•❁❀❁•═════
ମୀନ
: ଦିନଟି ଆପଣଙ୍କ ପାଇଁ ଉତ୍ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।