28.1 C
Bhubaneswar
Sunday, July 14, 2024
Homeଓଡିଶାଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା

ଦିନ ପରେ ରାତି ରାତି ପରେ ଦିନ
ସମୟ ଚକ୍ର ଘୂରୁଛି,
ଜନ୍ମ ପରେ ମୃତ୍ଯ ମୃତ୍ଯୁ ପରେ ଜନ୍ମ
ଜୀବ-ଜଗତ ରହିଛି ।

ଏ ଦୁନିଆରେ କେହି ନୁହେଁ କାହାର…..*
ଆଜି ଯିଏ ନିଜର କାଲି ସିଏ ପର, ଆଜିର ବନ୍ଧୁତା କାଲିର ଶତ୍ରୁତା,ଆଜି ଯିଏ ମନେପକାଉଛି କାଲି ସିଏ ଭୁଲି ଯାଉଛି ।

ସମ୍ପର୍କ ରକ୍ତର ନୁହେଁ ବିଶ୍ୱାସର ହୁଏ ,ଯଦି ସମ୍ପର୍କରେ ବିଶ୍ୱାସ ଥାଏ ପରଲୋକ ମାନେ ନିଜର ହୋଇଯାଆନ୍ତି ଆଉ ଯଦି ସମ୍ପର୍କରେ ବିଶ୍ୱାସ ନ ଥାଏ ରକ୍ତର ସମ୍ପର୍କ ବି ପର ହୋଇଯାଏ ।

ସତରେ ଏଇ ଦୁନିଆଟା ବଡ ଅଜବ……
ଯାହା ପାଇଁ ଏତେ ସବୁ କରିଥାଉ ତାଙ୍କ ପାଇଁ ନିଜ ଘର ଲୋକଙ୍କଠୁଁ ଶୁଣୁ ଆଉ ତାଙ୍କ ପାଇଁ ଆମେ ସବୁ କିଛି ଭୁଲି ତାକୁ Time ଦଉ ଆଉ ଏତେ ସବୁ କରିଲା ପରେ Last ରେ ସେଇ ଲୋକଟି କହିଦେଇ ଯାଏ….
ତମେ ମୋ ପାଇଁ କରିଛ କଣ .
ଭାଗ୍ୟ ଏବଂ ହୃଦୟ ମଧ୍ୟରେ କେବେବି ଭଲ ସମ୍ପର୍କ ନଥାଏ….

କାହିଁକି ନା

ଯାହା ହୃଦୟରେ ଥାଏ, ତାହା ଭାଗ୍ୟରେ ନଥାଏ….

ଅଦ୍ୟ ଜୁଲାଇ ମାସ ୦୯ ତାରିଖ ୨୦୨୪ ମସିହା(ମଙ୍ଗଳବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-କାଳ
ଆଷାଢ଼ ମାସ- ଶୁକ୍ଳପକ୍ଷ
ତିଥି- ତୃତୀୟା ପ୍ରାତଃ ଘ ୦୬/୦୦ ଗତେ ଚତୁର୍ଥୀ
ନକ୍ଷତ୍ର- ଅଶ୍ଳେଷା ଦିବା ଘ ୦୮/୨୬ ଗତେ ମଘା
ଚନ୍ଦ୍ର-କର୍କଟ ଦିବା ଘ ୦୮/୨୬ ଗତେ ସିଂହ
ଯୋଗ- ଅଶ୍ରୁକ୍
କରଣ – ଗର
ସୌରମାସ- ମିଥୁନ ୨୫ ଦିନ
✧═════•❁❀❁•════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୨୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୪
*✧═════•❁❀
ଯୋଗିନୀ ଅଗ୍ନିକୋଣେ ପ୍ରାତଃ ଘ ୦୬/୦୦ ଗତେ ନୈରୁତେ
ଚତୁର୍ଥୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
କର୍କଟ ଓ ମକର ରାଶିର ଘାତଚନ୍ଦ୍ର
ମକର ରାଶି ର ଘାତବାର
✧═════•❁❀❁•═══
କାଳବେଳା -ଦିବା ଘ୦୧/୩୧ ଗତେ ଘ ୦୩/୧୦ ମଧ୍ୟେ
ବାରବେଳା – ଦିବା ଘ୦୭/୫୬ ଗତେ ଘ ୦୮/୩୫ ମଧ୍ୟେ
ଅଦ୍ୟ ମୃତେ ଏକପାଦ ପୁଷ୍କର ଦୋଷ
══•❁❀❁•═
ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୪୩ ମଧ୍ୟେ ଓ ଘ୦୯/୧୯ ଗତେ ଘ୧୧/୪୩ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୧୧ଗତେ ଘ୦୪/୩୨ ମଧ୍ୟେ
═✧*══•❁❀❁•═════✧
ଅଦ୍ୟ ମୂଳା ଭକ୍ଷଣ ନିଷେଧ

✧═════•❁❀❁•═════✧
ଆଜିର ରାଶିଫଳ
✧═════•❁❀❁•═════✧
ମେଷ
ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରିପାରନ୍ତି। ଅପରାହ୍ନେ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରହୋଇଯିବ।
✧═════•❁❀❁•═════✧

ବୃଷ
ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ । ପରିବାର, ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ପ୍ରକାର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଖଳଲୋକଙ୍କ କଥାକୁ ସତ ମଣି ଘରେ ଝଗଡ଼ା ହେବ।

✧═════•❁❀❁•═════✧
ମିଥୁନ
ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ । ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ର ମନ୍ଦ ହେବନି, ତଥାପିି ରୋଜଗାରଠାରୁ ଖର୍ଚ୍ଚ ବଳିଯିବ।

✧═════•❁❀❁•═════✧
କର୍କଟ
କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ କିନ୍ତୁ ବିବାଦୀୟ ପରିସ୍ଥିତି କିମ୍ବା ମାଲି ମକଦ୍ଦମାରେ ସଫଳତା ପାଇବେ ନାହିଁ । ଉଚ୍ଚ ପଦାଧିକାରୀଙ୍କ ନିକଟରେ ନିଜର ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ।
✧═════•❁❀❁•═════✧

ସିଂହ
ପରୋକ୍ଷ ଶତ୍ରୁତା କାରଣରୁ କାର୍ଯ୍ୟ ସାଧନରେ ନିଜର ଲୋକମାନଙ୍କ ତରଫରୁ ସହଯୋଗ ପାଇବେନି । ଯାନବାହନ, ବ୍ୟବସାୟ ଓ ବାଣିଜ୍ୟରୁ ଲାଭବାନ୍‌ ହେବେ । ନିର୍ମାଣାଧୀନ ଗୃହ, ରାସ୍ତାକାମ, ହଠାତ୍‌ କିଛିଦିନ ସକାଶେ ଅଟକି ରହିଯାଇପାରେ । ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ ।

✧═════•❁❀❁•═════✧
କନ୍ୟା
ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ମନ ଏକ ପ୍ରକାର ହାଲୁକା ହୋଇଯିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିଶେଷ ଉନ୍ନତି କରିବେ। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ। ଧାରକରଜ କରି ଆବଶ୍ୟକତା ପୂରଣ କରିବା ପାଇଁ ମନସ୍ଥ କରିପାରନ୍ତି।

✧═════•❁❀❁•═════✧
ତୁଳା
ବିଭିନ୍ନ ପ୍ରକାର କାମରେ ଅନୁପ୍ରବେଶକରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମକ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ, କିନ୍ତୁ କୌଣସି ଉପାୟ ପାଇବେ ନାହିଁ । ପାଖ ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।

✧═════•❁❀❁•═════✧
ବିଛା
ଆଶା କରୁଥିବା ଦିଗରୁ ଅର୍ଥ ପାଇବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୂଆଁଇବାକୁ ବାଧ୍ୟ ହୋଇପାରନ୍ତି।ସୁସ୍ବାଦୁ ଭୋଜନ ଉପୋଭୋଗ କରିବେ।

✧═════•❁❀❁•═════✧
ଧନୁ
କୌଣସି କାର୍ଯ୍ୟସାଧନ କ୍ଷେତ୍ରରେ ଟେନ୍‌ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। କିନ୍ତୁ କାରବାର ବୃଦ୍ଧି ହେତୁ ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତି ଲାଭ କରିବେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ। ସଭାସମିତିରେ ଆଲୋଚନାରେ ଏକମତ ହେବାକୁ ବାଧ୍ୟ ହେବେ ।

✧═════•❁❀❁•═════✧
ମକର
ଆପଣଙ୍କ ପରାମର୍ଶ ବନ୍ଧୁମାନଙ୍କ ମନକୁ ବେଶ୍‌ ପାଇବ, ଫଳରେ ପ୍ରଶଂସା ପାଇ ଖୁସୀ ହେବେ। ପ୍ରକାଶନ, ଏଜେନ୍ସିପ୍‌, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି। ଉପରିସ୍ଥଙ୍କ ନିର୍ଦ୍ଦେଶରେ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ। ମାତ୍ର ରାସ୍ତାରେ ଅପରିଚିତ ବ୍ୟକ୍ତିବିଶେଷ ଚିନ୍ତାର କାରଣ ହୋଇପାରନ୍ତି।

✧═════•❁❀❁•═════✧
କୁମ୍ଭ
କର୍ମକ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ। ପ୍ରତୀକ୍ଷା କରିଥିବା କୌଣସି ଖବର ପାଇ ଖୁସି ହୋଇପାରନ୍ତି। ପାରିବାରିକ ସମସ୍ୟା, ହଜିଯାଇଥିବା ଜିନିଷ ପାଇଁ ବ୍ୟସ୍ତତା ବଢ଼ିଯିବ। ଅଫିସରେ ଛୋଟ ଘଟଣାକୁ ଚିନ୍ତା କରି ଟେନ୍‌ସନରେ ରହିପାରନ୍ତି।

✧═════•❁❀❁•═════✧
ମୀନ
ଆଜିର ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାହିତ୍ୟ, ସାମ୍ବାଦିକତା କାମରେ ଉଚ୍ଚ ପ୍ରଶଂସା ପାଇବେ। କଥା କଟାକଟି କାରଣରୁ ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ିହେବ ନାହିଁ। ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking