You are here
Home > ବଡ଼ଖବର > ଯୋଗକୁ ନେଇ ରାଜନୀତି ବିବାଦ

ଯୋଗକୁ ନେଇ ରାଜନୀତି ବିବାଦ

ଯୋଗକୁ ନେଇ ରାଜନୀତି ବିବାଦ
ଭୁବନେଶ୍ୱର: ଆନ୍ତର୍ଜାତୀୟ ଯୋଗ ଦିବସକୁ ରାଜ୍ୟ ସରକାର ପାଳନ ନ କରିବା ନେଇ ପ୍ରଶ୍ନ ଉଠିଛି । ସରକାରୀ ଭାବେ ଏହି ଯୋଗ ଦିବସକୁ ରାଜ୍ୟରେ କାର୍ଯ୍ୟକାରୀ ନ କରିବା ନେଇ ସମାଲୋଚନା ମଧ୍ୟ ଆସିଛି । ବିଜେପି ଓ କଂଗ୍ରେସ ଏ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଉଚିତ ହୋଇନାହିଁ ବୋଲି କୁହାଯାଇଛି । ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସବୁଆଡ଼େ ଯୋଗ ଶିକ୍ଷା ଦିଆଯାଉଛି ଏବଂ ମନ୍ତ୍ରୀଠାରୁ ଆରମ୍ଭ କରି ପଦାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । କିନ୍ତୁ ଓଡ଼ିଶା ସରକାର କିମ୍ବା ତାଙ୍କର କୌଣସି ମନ୍ତ୍ରୀ, ବିଧାୟକ ଏଥିରୁ ବିରତ ରହିଛନ୍ତି । ଗତବର୍ଷ ମଧ୍ୟ ଓଡ଼ିଶା ସରକାର ଏଥିôରୁ ଦୂରେଇ ରହିଥିଲେ । ପ୍ରଥମ ବର୍ଷ ଓଡ଼ିଶା ସରକାର ରାଜ୍ୟରେ ଏହାକୁ ପ୍ରଶାସନିକ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରିଥିଲେ । ହେଲେ ଦେଖାଯାଉଛି କିଛିଦିନ ହେଲା କେନ୍ଦ୍ର ସହ ଅସହଯୋଗ ମନୋଭାବ ପ୍ରଦର୍ଶନ କରିବା ପରଠାରୁ ବିଜେପି ସରକାରଙ୍କର କୌଣସି କାର୍ଯ୍ୟକ୍ରମକୁ ଆଉ ବିଜେଡି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗକୁ ସାର୍ବଜନୀନ କରିବା ପାଇଁ ଲଗାତାର ଭାବେ ଉଦ୍ୟମ ଚଳାଇଛନ୍ତି । ନିଜେ ଯୋଗ କରି ତାର ଫଟୋ ଭାଇରାଲ କରାଇଛନ୍ତି । ମୋଦିଙ୍କ ଯୋଗାଭ୍ୟାସ ଫଟୋ ସୋଶାଲ ମିଡିଆରେ ଘୁରି ବୁଲୁଛି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରୁ ଦୂରେଇ ରହିଛନ୍ତି । ନବୀନ ସାର୍ବଜନୀନ ଭାବେ ଯୋଗରୁ ଦୂରେଇ ରହିଥିôବା ଦର୍ଶାଉଥିଲେ ମଧ୍ୟ ସୁସ୍ଥ ରହିବା ପାଇଁ ଘରେ ଯୋଗଗୁରୁଙ୍କୁ ଡାକି ଯୋଗାଭ୍ୟାସ କରୁଥିବା କଥା କେହିକେହି ଆଲୋଚନା କରୁଛନ୍ତି । ହେଲେ ଏଥିନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।
ରାଜ୍ୟ ସରକାର ଆର୍ନ୍ତଜାତୀୟ ଯୋଗ ଦିବସରୁ ଦୂରେଇ ରହିବା ଘଟଣା ନେଇ ବିଜେପି କଡ଼ା ସମାଲୋଚନା କରିଛନ୍ତି । ଦଳର ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ‘ଓଡ଼ିଶା ସରକାର ନିଜର ସଂକୀର୍ଣ୍ଣମନା କାରଣ ଯୋଗୁ, ନିଜର ରାଜନୈତିକ ଉଦ୍ଦେଶ୍ୟ ଯୋଗୁ ଓ ନିଜର ଅପରିପକ୍ୱତା ଯୋଗୁ ଆନ୍ତର୍ଜାତୀୟ ଯୋଗ ଦିବସ ଭଳି ଏକ ଦିବସକୁ ପାଳନ କରିବାକୁ ବାରଣ କରିଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିରୁ ମୁଖ୍ୟମନ୍ତ୍ରୀଙ୍କର ରାଷ୍ଟ୍ରବିରୋଧୀ ମନୋଭାବ ସିଧାସଳଖ ପ୍ରତିଫଳିତ ହେଉଛି । ଏଥିରେ ବିଜୁ ଜନତାଦଳ, ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ବିଶ୍ୱସ୍ତରରେ, ରାଜ୍ୟରେ ଓ ସାଧାରଣ ଭାବେ ଭାରତରେ ଅପନିନ୍ଦିତ ହେଲେ । ଓଡ଼ିଶା ପ୍ରଦେଶକୁ ଅପନିନ୍ଦିତ କରାଇଲେ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।’
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନାପସନ୍ଦ କରିଛନ୍ତି । ସେ କହିଛନ୍ତି ‘ଆଜି ଯେତେବେଳେ ଆନ୍ତର୍ଜାତୀୟ ଯୋଗ ଦିବସ, ଏହାକୁ ପାଳନ କରିବା ଉଚିତ ଥିଲା । ମୁଖ୍ୟମନ୍ତ୍ରୀ କେତେବେଳେ ନୀତି ଆୟୋଗକୁ ଯାଉନାହାଁନ୍ତି, କେତେବେଳେ ସମଦୂରତା ଅବଲମ୍ବନ କରୁଛନ୍ତି ପୁଣି କେତେବେଳେ ପାଖ ହୋଇଯାଉଛନ୍ତି ଏଥିରେ କ’ଣ କହିବା । ତାଙ୍କର କେତେବେଳେ କ’ଣ ହେଉଛି କହିବା କଷ୍ଟକର । ଯୋଗଟା କଣ ଖରାପ ଜିନିଷ । ଆନ୍ତର୍ଜାତୀୟ ଯୋଗ ଦିବସ ଯେତେବେଳେ ଏହା କରାଯିବା ଉଚିତ ।’
ଉଭୟ ବିଜେପି ଓ କଂଗ୍ରେସର ସମାଲୋଚନା ପରେ ବିଜେଡି ତାର ପ୍ରତିକ୍ରୀୟା ରଖିଛି । ବିଜେଡି ମୁଖପାତ୍ର ବିଧାୟକ ଅରୁଣ ସାହୁ କହିଛନ୍ତି, ‘ରାଜ୍ୟ ସରକାର ଯୋଗ ପାଇଁ କୌଣସି ଅନୁଷ୍ଠାନକୁ ବାରଣ କରିନାହାଁନ୍ତି । କିନ୍ତୁ ରାଜ୍ୟ ସରକାର ଏହି ଯୋଗ ଦିବସ ପାଳନ କରିବେ ବୋଲି କୌଣସି ଜାଗାରେ ବାଧ୍ୟବାଧକତା ନାହିଁ । ବିଜେପି ଯେଉଁ ଅଭିଯୋଗ କରୁଛି କେବଳ ଟାଣି ଓଟାରି କଳି କରିବା ଓ ଯେଉଁ ପ୍ରକାର ଆଧାରନାହିଁ ସେ କଥାକୁ ଉତ୍ଥାପନ କରି ଅଯଥାରେ ମାଇଲେଜ୍ ନେବାକୁ ଚେଷ୍ଟା କରୁଛି ।’

ONA

Leave a Reply

Top