You are here
Home > ବଡ଼ଖବର > ଥମୁନି ଗଣଦୁଷ୍କର୍ମ, ପୁଣି କୋରେଇରେ ଜଣେ ମହିଳାଙ୍କୁ ରାତିସାରା ଗଣଦୁଷ୍କର୍ମ

ଥମୁନି ଗଣଦୁଷ୍କର୍ମ, ପୁଣି କୋରେଇରେ ଜଣେ ମହିଳାଙ୍କୁ ରାତିସାରା ଗଣଦୁଷ୍କର୍ମ


କୋରେଇ : ରାଜ୍ୟରେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଘଟଣା ଘଟିଚାଲିଛି । ଏହି ଘଟଣା ଏବେ ଏପରି ହୋଇଛି ଯାହା ଏବେ ସମସ୍ତଙ୍କୁ ଚକିତ କରିବାରେ ଲାଗିଛି । ସବୁପ୍ରାନ୍ତରରେ ଏଭଳି ଘଟଣାମାନ ଘଟୁଥିବାର ଖବାର ଆସୁଛି । କେଉଁଠି ନାବାଳିକା ତ ଆଉ କେଉଁଠି ଯୁବତୀ ବା କେଉଁଠି ମହିଳା ଏହି ଦୁଷ୍କର୍ମର ଶୀକାର ହେଉଛନ୍ତି । ଟିଟିଲାଗଡ଼, ରାଉରକେଲାର ବିଶ୍ରା, ଭଦ୍ରକ, କେନ୍ଦ୍ରାପଡ଼ାଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଦୈନିକ ଘଟଣା ଘଟିଥିଲା ବେଳେ ଏବେ ଯାଜପୁର ଜିଲ୍ଲା କୋରେଇ ଅଂଚଳରୁ ଆଉ ଏକ ଦୁଃଖଦ ଘଟଣା ପଦାକୁ ଆସିଛି । ପୂର୍ବରୁ କୋରେଇରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିଲା । ଏବେ ଜଣେ ନିରାଶ୍ରୟ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ଦୁର୍ବୃତ୍ତମାନେ କାମ ଦେବାର ଆଶା ଦେଇ ରାତିସାରା ଗଣଦୁଷ୍କର୍ମ କରିଛନ୍ତି । ଦୁଷ୍କର୍ମ ପରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦୁବୃର୍ତ୍ତମାନେ ଚାଲି ଯାଇଛନ୍ତି । ଗାଁ ଲୋକଙ୍କଠୁ ଖବର ପାଇ ପୁଲଇସ ଘଟଣାସ୍ଥଳରେ ପହଂଚି ମହିଳାଙ୍କୁ ଉଦ୍ଧାର କରି ଡାକ୍ତରୀମାଇନା କରାଇଛି । ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଜଣେ ଦୁଷ୍କର୍ମକାରୀଙ୍କୁ ଗିରଫ କରିଛନ୍ତି । ଏହିଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇଜଣ ଫେରାର ଅଛନ୍ତି ।
ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ବ୍ରହ୍ମବରଦା ଅଂଚଳରେ ଜଣେ ସ୍ୱାମୀ ପରିତ୍ୟକ୍ତ ମହିଳା ଶାଶୂଘର ଛାଡ଼ି ଆସି ରହୁଥିଲେ । ନିଜେ ରୋଜଗାର କରିବା ଆଶା ରଖି ତାଙ୍କ ଭାଉଜ ନିକଟରେ ପୁଅକୁ ଛାଡ଼ି ଭୁୁବନେଶ୍ୱରର ଏକ ଘରୋଇ କଲେଜରେ କାମ କରୁଥିଲେ । ସେଠାରେ କିଛି ଅସୁବିଧା ହେବାରୁ କୋରୋଇର ଚିଲିପଦା ଗ୍ରାମରେ ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ଶନିବାର ଯାଇଥିଲେ । ବସଯୋଗେ ଆସି ସନ୍ଧ୍ୟାରେ ପାଣିକୋଇଲିଠାରେ ଓହ୍ଲାଇ ଗାଡ଼ିକୁ ଅପେକ୍ଷା କରିଥିଲେ । ଏହି ସମୟରେ ସେଠାରେ ରବୀନ୍ଦ୍ର ମଳିକ ଓରଫ ବୁଜିଆ ମଳିକ, ଲାଲା ମଳିକ ଓ ହନି ରାଉତ ନାମକ ୩ ଜଣ ଯୁବକ ପହଞ୍ôଚ ସମ୍ପୃକ୍ତା ମହିଳାଙ୍କୁ କାମ ଯୋଗାଇ ଦେବା କଥା କହି ତାଙ୍କୁ ପ୍ରବର୍ତ୍ତାଇଥିଲେ । ତାଙ୍କୁ ଏକ ଗାଡ଼ି ସୋରୁମ୍ରେ କାମ ଦେବେ ବୋଲି କହି ତାଙ୍କଠାରୁ ନଗଦ ୮ହଜାର ଟଙ୍କା ଛଡ଼ାଇନେବା ସହିତ ୩ ଜଣ ଯାକ ରାତିସାରା ଦୁଷ୍କର୍ମ କରିଥିଲେ । ପରେ ରାସ୍ତାରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ । ଏପରିକି ଦୁର୍ବୃତ୍ତମାନେ କାହାକୁ କିଛି ନ କହିବାକୁ ଧମକ ମଧ୍ୟ ଦେଇଥିଲେ । ରାସ୍ତାରେ ପଡ଼ି ମହିଳା ଜଣକ କରୁଣଭାବେ କାନ୍ଦୁଥିବା ବେଳେ ସେହିବାଟେ ଯାଉଥିବା କିଛି ଲୋକେ କୋରୋଇ ଥାନାକୁ ଖବର ଦେଇଥିଲେ । ଖବର ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ôଚ ପୀଡ଼ିତାଙ୍କୁ ଉଦ୍ଧାର କରି ଡାକ୍ତରୀମାଇନା ପାଇଁ ପଠାଇଥିଲା । ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ଅଭିଯୁକ୍ତମାନଙ୍କୁ ଖୋଜିବାକୁ ଲାଗିଥିଲା । ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କ ମଧ୍ୟରୁ କେବଳ ବୁଜିଆକୁ ପୁଲିସ ଗ୍ରିଫ କରିବାରେ ସମର୍ଥ ହୋଇଥିଲା । ଅନ୍ୟ ଦୁଇଜଣଙ୍କୁ ଧରିବା ପାଇଁ ଖୋଜାଖୋଜି ଚାଲିଛି ।

ONA

Leave a Reply

Top