You are here
Home > ଏକ୍ସକ୍ଲୁସିଭ୍ > କାହିଁକି ବୈଜୟନ୍ତଙ୍କ ଟାର୍ଗେଟରେ ବବି ?

କାହିଁକି ବୈଜୟନ୍ତଙ୍କ ଟାର୍ଗେଟରେ ବବି ?

ଭୁବନେଶ୍ୱର : ମନ୍ତ୍ରୀ ପଦରେ ଥିବାବେଳେ ହେଉକି ମନ୍ତ୍ରୀ ପଦ ଯିବା ପରେ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କର ନିଷ୍ଠା ହିଁ ତାଙ୍କୁ ପାୱାର କରିଡୋରରେ ରଖିଛି । ଦଳୀୟ କାର୍ଯ୍ୟକ୍ରମ ହେଉକି ସରକାରୀ ନିଷ୍ପତି ସବୁଥିରେ ଖୋଜା ପଡୁଛି ବିଧାୟକ ପ୍ରଣବ ପ୍ରକାଶଙ୍କୁ । ଦଳର ସ୍ରୁିମୋ ଓ କ୍ଷମତାକେନ୍ଦ୍ରର ନିକଟତର ହୋଇ କାମ କରୁଛନ୍ତି ପ୍ରବଣ ପ୍ରକାଶ ଓରଫ ବବି । ବିଭିନ୍ନ କାମରେ ନିଜ ଦକ୍ଷତା ଦେଖାଇ ସେ ସମସ୍ତଙ୍କ ଭରସା ପାଲଟିଛନ୍ତି । ଆଉ ଖାସ ସେଇଥିାଇଁ କୁଆଡେ ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା ବବିଙ୍କୁ କରୁଛନ୍ତି ଟାର୍ଗେଟ । କୁହାଯାଉଛି ବବିଙ୍କୁ ଦୁର୍ବଳ କରି ପରୋକ୍ଷରେ ନବୀନଙ୍କ
ୟଙ୍ଗ ବିଗ୍ରେଡ ଓ ଖୋଦ ନବୀନଙ୍କୁ ଦୁର୍ବଳ କରିବା ଲକ୍ଷ୍ୟରେ ଅଛନ୍ତି ନିଲମ୍ବିତ ସାଂସଦ ମହାଶୟ ।
ବିଜୁ ଜନତା ଦଳରେ ନବୀନଙ୍କ ପରେ କିଏ? କାହାକୁ ବେଶୀ ଭରସା କରୁଛନ୍ତି ନବୀନ । କେବେ ପ୍ୟାରୀ ମୋହନ ମହାପାତ୍ର ତ କେବେ କଳ୍ପତରୁ ଦାସଙ୍କୁ ନେଇ ବିଜେଡିରେ ଚର୍ଚ୍ଚା ହେଉଥିଲା । ଏମାନଙ୍କ ବି ଦଳରେ ବେଶ ପ୍ରଭାବ ଥିଲା । ହେଲେ ଏମାନେ ନବୀନଙ୍କ ଭରସା ରଖି ।ରିଲେ ନାହିଁ । ବାସ ତା ପରଠୁ ନବୀନ ୟଙ୍ଗ ବ୍ରିଗେଡଙ୍କ ଉପରେ ଭରସା କରିଛନ୍ତି । ଏହି ୟଙ୍ଗ ବିଗ୍ରେଡଙ୍କ ଭିତରେ ନବୀନଙ୍କ ଭରସା ଓ ବିଶ୍ୱାସ ଜିତିାରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି । ଲଗାତାର ଚାରିଥର ଶାସନ ଗାଦିରେ ବସିଥିବା ନବୀନ ଏବେ ୫ମଥର ଶାସନ ଗାଦିରେ ବସିବା ଲାଗି ଯେଉଁ ରଣନୀତି କରୁଛନ୍ତି ସେ ସବୁର ସଫଳ ରୂାୟନ ବବି ଦେଉଛନ୍ତି । କୁହାଯାଉଛି ୨୦୧୪ ମନ୍ତ୍ରୀ ମଣ୍ଡଳକୁ ନେଇ ସରକାର ବିବାଦକୁ ଆସିଲେ ସେତେବେଳେ ମନ୍ତ୍ରୀ ଥିବା ପ୍ରଣବ ପ୍ରକାଶ ଦାସ ହିଁ କୁଆଡେ କାଢିଥିଲେ ସମାଧାନର ରାସ୍ତା । ତାଙ୍କର ହିଁ ପ୍ରସ୍ତାବ ଥିଲା ୟଙ୍ଗ ବିଗ୍ରେଡ ଶାସନରେ ନରହି ଦଳ ସମ୍ଭାଳିବେ ଆଉ ୫ମ ଥର ଲାଗି ନବୀନ ପଟ୍ଟନାୟକ ହେବେ ମୁଖ୍ୟମନ୍ତ୍ରୀ । ସେବେଠୁ ପ୍ରଣବ ହିଁ ନବୀନଙ୍କ ଭରସା ପାଲଟିଛନ୍ତି । କ୍ଷମତାକେନ୍ଦ୍ରର ନିକଟତର ହୋଇ ବିଧାୟକ ପ୍ରଣବ ପ୍ରକାଶ ଦାସ ଉଭୟ ସରକାର ଓ ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ ରୂାୟନ ଦେଉଛନ୍ତି । ସରକାରଙ୍କ କୈଣସି ବଡ ନିଷ୍ପତି ହେଉ କି ଦଳୀୟ ନିଷ୍ପତି ନବୀନଙ୍କ ପରେ
ପ୍ରଣବ ବାବୁଙ୍କ ମତର ଯଥେଷ୍ଟ ଗୁରୁତ୍ୱ ରଖୁଛି ଓ ତାଙ୍କର ସବୁଥିରେ ପ୍ରମ୍ମୁଖ ଭୂମିକା ରହୁଛି । ଦଳର ବରିଷ୍ଠ ଓ ଯୁବ ବର୍ଗଙ୍କ ମନଜିଣି କିଭଳି ଦଳର ସଂଗଠନକୁ ଆଗକୁ ବଢାଇ ହେବ ଓ ବିଭିନ୍ନ କାର୍ଯ୍ୟକ୍ରମ କରିହେବ ସେଥିରେ ହିଁ ତାଙ୍କର ରୋଲ ରହୁଛି । ଆଉ ଲୋ ପ୍ରୋଫାଇଲରେ ରହି ସବୁ କାମର ଶ୍ରେୟ ଅନ୍ୟ ଉପରେ ଦେଉଥିବାରୁ ଦଳର ସବୁ ନେତା ବି ତାଙ୍କୁ ପସନ୍ଧ କରୁଛନ୍ତି । ବିଜେପୁର ଉପ ନିର୍ବାଚନରେ ବିଜେଡିର ଆଶାତୀତ ବିଜୟ ପ୍ରଣବ ପ୍ରକାଶଙ୍କ ଦକ୍ଷତା କୁଆଡେ ଜଣାଇ ଦେଇଛି ବୋଲି ଚର୍ଚ୍ଚା ହେଉଛି । ବିଜେପୁରରେ କଂଗ୍ରେସର ଦିବଙ୍ଗତ ବିଧାୟକଙ୍କ ପତ୍ନୀଙ୍କୁ ଦଳକୁ ଆଣି ଟିକେଟ ଦେବାର ନିଷ୍ପତି ଠୁ ଆରମ୍ଭ କରି ବିଜେପିର ଜିଲ୍ଲାସଭାପତିଙ୍କ ସହ ମାଳ ମାଳ ନେତାଙ୍କୁ ଦଳକୁ ଆଣିବା ଶ୍ରେୟ ବବିଙ୍କ ପାଖକୁ ଯାଇଛି ବୋଲି ଦଳରେ ଏବେ ବି ଚର୍ଚ୍ଚା ହେଉଛି । ବିଜେପୁରରେ ଦଳର ନେତାଙ୍କୁ ଏକାଠି କରି ଦଳକୁ ଜିତାଇବାର ଶ୍ରେୟ ବି ତାଙ୍କ ପାଖକୁ ଯାଇଛି । ସେହିରି ସରକାରଙ୍କ ବିଭିନ୍ନ କାର୍ଯ୍ୟର ସଠିକ ସଂଯୋଜନାର କରି ଦେଖାଇଛନ୍ତ ବିଧାୟକ ପ୍ରଣବ ପ୍ରକାଶ ଦାସ । ଶିକ୍ଷକ ଆନ୍ଦୋଳନ ହେଉ କି, ଅଙ୍ଗନଓାଡି କର୍ମୀଙ୍କ ଆନ୍ଦୋଳନ ଅବା ଶିକ୍ଷା ସହାୟକଙ୍କ ଷ୍ଟ୍ରାଇକ । ଏସବୁ ସମସ୍ୟା ସମାଧାନ ଲାଗି ଆଗକୁ ଆସି ପ୍ରଣବ ପ୍ରକାଶ ବାବୁ ହିଁ ସରକାର ଓ ସଂଗଠନ ମଧ୍ୟରେ ଯୋଗସୁତ୍ର ରଖି ସମଧାନ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି । ସେମିତି ବସ ଧର୍ମଘଟ ପ୍ରତ୍ୟାହାର କରାଇ ସଂଘକୁ ବୁଝାଇବା ହେଉ କି କୃଷକ ଆନ୍ଦୋଳନର ସମାଧାନର ରାସ୍ତା କାଢିବାରେ ହେଉ ସବୁଥିରେ ପ୍ରଣବ ପ୍ରକାଶଙ୍କ ଭୂମିକା ଦେଖିବାକୁ ମିଳିଛି । ଆଉ ଖାସ ଏଇଥି ପାଇଁ କୁଆଡେ ବୈଜୟନ୍ତଙ୍କ ଟାର୍ଗେଟକୁ ଆସିଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରଣବଙ୍କୁ ମିଡିଆ ମାଧ୍ୟମରେ ବିଭିନ୍ନ ପ୍ରସଂଗରେ ଛନ୍ଦି ଅଡୁଆରେ ପକାଇବାକୁ ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା ଚେଷ୍ଟା କରୁଛନ୍ତି ବୋଲି ଚର୍ଚ୍ଚା ଚାଲିଛି । ପ୍ରଣବଙ୍କୁ ଆଟାକ କରି ବୈଜୟନ୍ତ କୁଆଡେ ଗୋଟିଏ ଗୁଳିରେ ତିନୋଟି ଶିକାର କରିବା ଯୋଜନାରେ ଥିବା ଶୁଣାଯାଉଛି । ପ୍ରଥମେ ବବିଙ୍କୁ ମାନସିକ ଦିର୍ବଳ କରାଇବା । ଦ୍ୱିତୀୟରେ ବିରିମାଡ ଦେଖି କୋଲଥ ଚେପା ନ୍ୟାୟରେ ନବୀନଙ୍କ ୟଙ୍ଗ ବିଗ୍ରେଡଙ୍କୁ ପରୋକ୍ଷରେ ମିଡିଆ ଡର ଦେଖାଇ ଭୟଭିତ କରିବା । ଆଇ ତୃତୀୟରେ ଉଭୟ ନବୀନ ଓ କ୍ଷମତାକେନ୍ଦ୍ରଙ୍କ ଠାରୁ ବବିଙ୍କୁ ଦୂରେଇ ରଖିବା । ଏହା ଯଦି ହେଲା ତେବେ ବବି ଆଗଭଳି ଆଉ ଆଗ୍ରେସିଭ ହେବେନି ଓ ନିଜକୁ ସବୁଠୁ ଦୂରେଇ ରଖିବାକୁ ଚେଷ୍ଟା କରିବେ ବୋଲି କାଳେ ବୈଜୟନ୍ତ ବୁଝି ସାରିଥିବା କୁହାଯାଉଛି । ଏମିତିକି ସେ ଉଭୟ ନବୀନ ଓ କ୍ଷମତା କେନ୍ଦ୍ରଙ୍କ ନିକଟତର ହେଇଥିବାରୁ ଓ ତାଙ୍କ ନିଷ୍ପତିର ଗୁରୁତ୍ୱ ରହୁଥିବାରୁ ବବିଙ୍କୁ ଆଟାକ କରି ପ୍ରଥମେ କ୍ଷମତାକେନ୍ଦ୍ର ଓ ପରେ ନବୀନଙ୍କୁ କୁଆଡେ ଦୁର୍ବଳ କରିବାକୁ ବୈଜୟନ୍ତ ରଣନିତୀ କରିଛନ୍ତି । ସେଥିଲାଗି ସେ ନିଜ ପାରିବାରିକ ମାଲିକାନାରେ ଥିବା ଗଣମାଧ୍ୟମରେ ବାରମ୍ବାର ପ୍ରଣବଙ୍କ ଉପରେ ଖବର ପ୍ରସାରଣ କରାଉଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ତେବେ ନିଜର ରାଜନୈତିକ ଅଭିସନ୍ଧି ରଖି ନବୀନଙ୍କୁ ଦୁର୍ବଳ କରିବା ଚାଲରେ କାଳେ ବିଜେଡି ପଡିବ ନାହିଁ କି ବୈଜୟନ୍ତ ତାଙ୍କ ଚାଲରେ ସଫଳ ହେବେନି ବୋଲି ଦଳରେ ନେତାଏ ଖୋଲା ଖୋଲି କହୁଥିବା ଶୁଣିବାକୁ ମିଳୁଛି ।

ONA

Leave a Reply

Top