You are here
Home > ଲାଟେଷ୍ଟ > ବଲାଙ୍ଗୀର ରେଲଓ୍ବେ ଷ୍ଟେସନ ଶୌଚାଳୟରୁ ଯାଆଁଳା ଶିଶୁ କନ୍ୟା ଉଦ୍ଧାର

ବଲାଙ୍ଗୀର ରେଲଓ୍ବେ ଷ୍ଟେସନ ଶୌଚାଳୟରୁ ଯାଆଁଳା ଶିଶୁ କନ୍ୟା ଉଦ୍ଧାର

ବଲାଙ୍ଗୀର : ବଲାଙ୍ଗୀର ରେଲଓ୍ବେ ଷ୍ଟେସନର ଶୌଚାଳୟ ଭିତରୁ ଉଦ୍ଧାର ହୋଇଛନ୍ତି ଦୁଇ ଶିଶୁ କନ୍ୟା । ଯାଆଁଳା ଶିଶୁ କନ୍ୟାଙ୍କୁ ଛାଡି କୁଆଡେ ଚାଲି ଯାଇଛି ମାଆ । ଦୁଇ ଶିଶୁ କନ୍ୟାଙ୍କୁ ଉଦ୍ଧାର କରି ରେଲୱେ ପୋଲିସ ଚାଇଲ୍ଡଲାଇନ କୁ ହସ୍ତାନ୍ତର କରିଛି । ସେପଟେ ଶିଶୁ ଦୁଇଜଣଙ୍କୁ କିଏ ଏମିତି ଛାଡି ଦେଇଛି ସେନେଇ ତନାଘନା କରୁଛି ।

ସକାଳ ସମୟ । ବ୍ୟସ୍ତ ବହୁଳ ବଲାଙ୍ଗିର ରେଲୱେ ଷ୍ଟେସନରେ ଶୁଭୁଥିଲା ଶିଶୁର କାନ୍ଦ ସ୍ବର। ଷ୍ଟେସନରେ ଥିବା ଯାତ୍ରୀ କିଛି ବୁଝି ପାରି ନଥିଲେ। କିଛି ସମୟପରେ ପ୍ଲାଟଫର୍ମ ନମ୍ବର ଦୁଇରେ ଥିବା ଶୌଚାଳୟରୁ କାନ୍ଦ ଶବ୍ଦ ଆସୁଥିବା ଜଣା ପଡିଥିଲା । ଶୌଚାଳୟରେ ଗୋଟିଏ ବ୍ୟାଗ ଭିତରେ ଥିଲେ ଦୁଇ ଶିଶୁ କନ୍ୟା ।  ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଜିଆରପି ଓ ଆରପିଏଫକୁ ଜଣାଇଥିଲେ ।  ଚାଇଲ୍ଡ ଲାଇନକୁ ଜଣାଇଥିଲା ପୋଲିସ।  ଘଟଣାସ୍ଥଳରେ ଚାଇଲ୍ଡଲାଇନ ସଦସ୍ୟ ପହଞ୍ଚି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ବଲାଙ୍ଗୀର ରେଲଓ୍ବେ ଷ୍ଟେସନରୁ ଯାଆଁଳା ଶିଶୁ କନ୍ୟା ଉଦ୍ଧାର ହେବା ଘଟଣା ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଉଦ୍ଧାର ହୋଇଥିବା ଦୁଇ ଶିଶୁଙ୍କ ଡାକ୍ତରୀ ପରିକ୍ଷା ପରେ ସ୍ବାସ୍ଥ୍ୟ ଅବସ୍ଥା ଠିକ ଥିବା କହିଛନ୍ତି ଡାକ୍ତର ।  ଏପଟେ ଶିଶୁ ଦୁଇ ଜଣଙ୍କୁ କିଏ ଏମିତି ଛାଡି ଦେଇଛି ସେନେଇ ପୋଲିସ ଛାନଭିନ କରୁଛି ।

ଶିଶୁକନ୍ୟାଙ୍କୁ ଅଲୋଡା କରି ଏପରି ଛାଡିଯିବା ଘଟଣା ନୂଆ ନୁହେଁ । ବଲାଙ୍ଗିରର ଚଳିତବର୍ଷର ଏହା ନବମ ଘଟଣା । ସେଥି ମଧ୍ୟରୁ କିଛି ଶିଶୁଙ୍କର ମୃତ୍ୟୂ ହୋଇଥିବା ବେଳେ ବାକି ଶିଶୁ ଚାଲଲ୍ଡ ଲାଇନ୍ ତତ୍ବାବଧାନରେ ଅଛନ୍ତି । ଆଜି ଏମିତି ଅଲୋଡା ଭାବରେ ରେଲୱେ ଷ୍ଟେସନରେ ଦୁଇ ଶିଶୁ ମିଳିବା, ପୁଣିଥରେ ଅନେକ ପ୍ରଶ୍ନ ଉଠାଇଛି । ଏବେ ଦୁଇ ଶିଶୁ ଚାଇଲଡ୍ ଲାଇନ୍ ତତ୍ବାବଧାନରେ ଅଛନ୍ତି । ଅପେକ୍ଷା କେବେ ଏହି ଦୁଇ ଶିଶୁଙ୍କୁ ମାଆ କୋଳ ମିଳିବ ।

 

 

 

 

 

 

 

 

ONA

Leave a Reply

Top