You are here
Home > ଲାଟେଷ୍ଟ > ପିପିପି ମୋଡରେ ରାଜ୍ୟରେ ଖୋଲିବ ୨୭ ଶହ ଶଯ୍ୟା ବିଶିଷ୍ଟ ୨୦ଟି ମେଡିକାଲ

ପିପିପି ମୋଡରେ ରାଜ୍ୟରେ ଖୋଲିବ ୨୭ ଶହ ଶଯ୍ୟା ବିଶିଷ୍ଟ ୨୦ଟି ମେଡିକାଲ

ଭୁବନେଶ୍ୱର: ରାଜ୍ୟର ୨୦ଟି ସହରରେ ଘରୋଇ ସରକାରୀ ସହଭାଗିତା( ପିପିପି ମୋଡ)ରେ ୨୦ଟି ଡାକ୍ତରଖାନା ଖୋଲିବ। ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୧୧ଟି ଜିଲ୍ଲାର ୨୦ଟି ସ୍ଥାନରେ ପବ୍ଲିକ ପ୍ରାଇଭେଟ ପାଟର୍ନରସିପ୍ ଦ୍ୱାରା (ପିପିପି ମୋଡ)ରେ ମେଡିକାଲ ସ୍ଥାପନ କରାଯିବ । ଏହା ଫଳରେ ରାଜ୍ୟରେ ଅଧିକ ୨୭୦୦ ଶଯ୍ୟା ରୋଗୀମାନଙ୍କ ପାଇଁ ଉପଲବ୍ଧ ହେବା ସହିତ ୧୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ। ଏଥିପାଇଁ ୧୦୦୦ କୋଟି ଟଙ୍କା ଘରୋଇ ସହଯୋଗରେ ବିନିଯୋଗ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

୨୦୧୬ ପୁଞ୍ଜି ନିବେଶ ନୀତି ଅନୁଯାୟୀ ଏହି ମେଡିକାଲ ଗୁଡିକର ସ୍ଥାପନା କରାଯିବ । ଶୁକ୍ରବାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟସେବା ପୁଞ୍ଜି ବିନିଯୋଗ ନୀତି ୨୦୧୬ ଅନୁଯାୟୀ ରାଜ୍ୟର ପୁରୀ, ଜୟପୁର, ଅନୁଗୁଳ, ଢେଙ୍କାନାଳ, ବଡ଼ବିଲ, ବାରିପଦା, ରାଇରଙ୍ଗପୁର, ବଲାଙ୍ଗୀର, ଝାରସୁଗୁଡ଼ା, ଭଦ୍ରକ,କଳାହାଣ୍ଡି, ଫୁଲବାଣୀ,ବୌଦ୍ଧ, ପାରଲାଖେମୁଣ୍ଡି, ନୂଅପଡ଼ା, ମାଲକାନଗିରି, ନବରଙ୍ଗପୁର, ସୁବର୍ଣ୍ଣପୁର,ରାୟଗଡ଼ା ଓ କେନ୍ଦ୍ରାପଡ଼ାରେ ପିପିପି ମୋଡ୍‌ରେ ଆଧୁନିକ ସୁବିଧା ସୁଯୋଗ ଥାଇ ଡାକ୍ତରଖାନା ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ ସରକାରଙ୍କ ଆଫୋଡେବୁଲ୍ ହେଲ୍ଥ ପ୍ରୋଜେକ୍ଟ ଅଧିନରେ ଏହି ଡାକ୍ତରଖାନାଗୁଡ଼ିକ ଖୋଲାଯିବ। କେତେକ ଡାକ୍ତରଖାନା ପରିଚାଳନା କେନ୍ଦ୍ର ବା ହବ୍‌ ଭଳି କାର୍ଯ୍ୟ କରିବ ଓ ଆଉ କେତେକ ଶାଖା ଭଳି କାର୍ଯ୍ୟ କରିବ। ଏହି ସବୁ ଡାକ୍ତରଖାନାରେ ଅସ୍ଥିଶଲ୍ୟ, ଭେଷଜ, ଶଲ୍ୟ. ଶିଶୁ, ସ୍ତ୍ରୀ ଓ ପ୍ରସୂତି ରୋଗ ପାଇଁ ଚିକିତ୍ସା ସୁବିଧା ରହିବ।

ONA

Leave a Reply

Top