You are here
Home > ଲାଟେଷ୍ଟ > କୁହୁଡ଼ି: ଏକାଧିକ ଦୂରଗାମୀ ଟ୍ରେନ ବାତିଲ

କୁହୁଡ଼ି: ଏକାଧିକ ଦୂରଗାମୀ ଟ୍ରେନ ବାତିଲ

ନୂଆଦିଲ୍ଲୀ/ଭୁବନେଶ୍ୱର: ଉତ୍ତର ଭାରତରେ ଘନ କୁହୁଡ଼ି ପ୍ରଭାବରେ ପୂର୍ବତଟ ରେଳପଥ ଦେଇ ଚଳାଚଳ କରୁଥିବା ବହୁ ଦୂରଗାମୀ ଟ୍ରେନ ପ୍ରଭାବିତ ହେଉଛି । ଅନେକ ଟ୍ରେନର ଚଳାଚଳ ବାତିଲ କରାଯାଉଥିବା ବେଳେ ଆଉ କିଛି ଟ୍ରେନ ବହୁ ବିଳମ୍ବରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚୁଛି । ସୂଚନା ଅନୁସାରେ ଆଜି ନୂଆଦିଲ୍ଲୀରୁ  ଛାଡିବାକ୍ୁ ଥିବା ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସକୁ କୁହୁଡି ପାଇଁ ବାତିଲ କରାଯାଇଛି । ବିପରୀତ ଦିଗରୁ ଆସିବାକୁ ଥିବା ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି । ସେହିପରି  ୧୨୮୦୧ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ ଏବଂ ବୁଧବାର ନୂଆଦିଲ୍ଲୀରୁ ଛାଡ଼ିବାକୁ ଥିବା ୧୨୮୦୨ ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ, ମଙ୍ଗଳବାର ୧୨୮୭୫ ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ, ମଙ୍ଗଳବାର ନୂଆଦିଲ୍ଲୀରୁ ଛାଡ଼ିବାକୁ ଥିବା ୧୨୮୧୬ ନୂଆଦିଲ୍ଲୀ-ପୁରୀ ନୀଳାଚଳ ଏକ୍ସପ୍ରେସ ଆଦି ଟ୍ରେନର ଚଳାଚଳ ବାତିଲ କରାଯାଇଛି । ଅନ୍ୟପକ୍ଷରେ  ବିଶାଖାପାଟଣାରୁ ବାହାରିବାକୁ ଥିବା ୧୨୮୬୧ ବିଶାଖାପାଟଣା-କାଜିପେଟ ଲିଙ୍କ ଏକ୍ସପ୍ରେସକୁ ମଧ୍ୟ ବାତିଲ କରାଯାଇଛି ।

ବୁଧବାର ଘନ କୁହୁଡି ଆଶଙ୍କା
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିିବା ଲଘୁଚାପ ଓଡ଼ିଶା ଉପରେ ବିଶେଷ ପ୍ରଭାବ ପକାଇବାର ସମ୍ଭବାନ ନାହିଁ। ହୁଏତ  କେବଳ ଉତ୍ତର ଓଡ଼ିଶାରେ ଠାଏ ଠାଏ ଅଳ୍ପ ବର୍ଷା ହୋଇପାରେ। କିନ୍ତୁ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କୁହୂଡ଼ି ହେବ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ହେବ ବୋଲି ପାଣପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ,  ଓଡ଼ିଶାର ପାଗ ଶୁଖିଲା ରହିବ। ଆଗାମୀ ୨ ଦିନ ମଧ୍ୟରେ ପାଗରେ ସେପରି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆଜି  ରାଜ୍ୟରେ କେତେକ ଅଞ୍ଚଳରେ ହାଲୁକା କୁହୁଡ଼ି  ହୋଇଛି। କିନ୍ତୁ ଆସନ୍ତାକାଲି  ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହୋଇପାରେ।

ONA

Leave a Reply

Top