You are here
Home > ବଡ଼ଖବର > ଗ୍ୟାଙ୍ଗଷ୍ଟର ଟିଟୋ ପତ୍ନୀଙ୍କୁ ଜେରା

ଗ୍ୟାଙ୍ଗଷ୍ଟର ଟିଟୋ ପତ୍ନୀଙ୍କୁ ଜେରା

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧୀକ ସାମ୍ରାଜ୍ୟର ପରଦା ଖୋଲିବାରେ ଲାଗିଛି କ୍ରାଇବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ । ଟିଟୋକୁ ଏନ୍କାଉଣ୍ଟର କରି ଧରିବା ପରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ତାଙ୍କୁ ୨ ଥର ରିମାଣ୍ଡରେ ଆଣି ଜେରା କଲାଣି । ଆଜି ତାର ରିମାଣ୍ଡର ଅବଧି ସରିଥିବାରୁ ତାକୁ ନେଇ ଭୁବନେଶ୍ୱରରୁ କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯିବ । ତାକୁ ପୁଣି ରିମାଣ୍ଡରେ ଆଣିବା ପାଇଁ ମଧ୍ୟ କ୍ରାଇମବ୍ରାଞ୍ଚ ଯୋଜନା ରଖିଛି । ତାକୁ ଜେରା ସମୟରେ ତା’ଠାରୁ ମିଳିଥିବା ତଥ୍ୟକୁ ଆଧାର କରି ବିଭିନ୍ନ ଜାଗାରେ ଟିମ୍ ଚଢ଼ାଉ ଜାରି ରଖିଛି । ଟିଟୋର ପତ୍ନୀ ବେନଜୀରଙ୍କ ନାଁରେ ଏକ ଜାଗୁଆର ଦାମି ଗାଡ଼ି ରହିଛି । ସେ ଗାଡ଼ିର ପତା ଏପର୍ଯ୍ୟନ୍ତ ମିଳିନି । ବେନଜିରଙ୍କ ନାଁରେ ଅନେକ ଟଙ୍କା କାରବାର ହୋଇଛି । ଆଉ ବହୁ ତଥ୍ୟ ତଦନ୍ତକାରୀ ସଂସ୍ଥାକୁ ମିଳିଛି । ଏଥିରେ ଦୁଇ ଦୁଇଟି ପେଟ୍ରୋଲ ପମ୍ପ, ବେନଜୀର ଇନ୍ଫ୍ରା ମାଲିକାନା ରହିଛି । ଏସବୁ କିପରି ସେ କରିପାରିଛନ୍ତି ତାଙ୍କୁ ପଚାରିବା ପରେ ଯାଇ ଅସଲ ତଥ୍ୟ ପଦାକୁ ଆସିବ । ଏଥିନେଇ କ୍ରାଇବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ କିଛି ମହିଳା ଅଫିସର କେନ୍ଦ୍ରାପଡ଼ା ଯାଇଛନ୍ତି ବେନଜୀରଙ୍କୁ ଜେରା କରିବା ପାଇଁ । ଜଣେ ଡିଏସ୍ପି ଆଉ ୨ ଜଣ ଅଫିସର କେନ୍ଦ୍ରାପଡ଼ାସ୍ଥିତ ତାଙ୍କ ଘରେ ପହଞ୍ôଚ ବେନଜୀରଙ୍କୁ ଜେରା କରୁଥିବା ଜଣାପଡିଛି । ଏଥିସହ ଟିଟୋ ସହ ସମ୍ପର୍କ ଥିବା ନେଇ କେନ୍ଦ୍ରାପଡ଼ାର ଜଣେ ପୂର୍ବତନ କାଉନସିଲରଙ୍କୁ ଡାକି କ୍ରାଇବ୍ରାଞ୍ଚ ଜେରା କରିଛି । ସମ୍ପୃକ୍ତ କାଉନସିଲରଙ୍କ ନାଁରେ କାରବାର ଥିବା ଅଭିଯୋଗ ଆସିଛି । ବାଲିଘାଟ ଓ ଜମୀ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ବିଭିନ୍ନ ତହସିଲଦାରଙ୍କୁ କ୍ରାଇମବ୍ରାଞ୍ଚ ଚିଠି ଲେଖି ତଥ୍ୟ ମାଗିଛି । କେତେକ ତହସିଲଦାର ଏ ନେଇ ଅଡୁଆରେ ପଡ଼ିଛନ୍ତି । ବିଭିନ୍ନ ଅଫିସରଙ୍କୁ ମୋଟା ଅଙ୍କର ଅର୍ଥ ମଧ୍ୟ ସେ ଦେଇଛି । ସବୁ କିଛି ଖବର ତଦନ୍ତକାରୀ ସଂସ୍ଥା ପାଖରେ ପହଞ୍ôଚଲାଣି । ତାକୁ ଧରି ଏବେ ଖୋଳତାଡ଼ ଅବ୍ୟାହତ ରହିଛି । କିଛି ପ୍ରମୁଖ ରାଜନେତା, ଯନ୍ତ୍ରୀ, ଠିକାଦାର କିଭଳି ଟିଟୋର ସାମ୍ରାଜ୍ୟର ଆକାର ବଢ଼ାଇ ଚାଲିଥିଲେ, ସେ ସଂକ୍ରାନ୍ତରେ ମଧ୍ୟ ଠୋସ୍ ତଥ୍ୟ ଏସ୍ଟିଏଫ୍ର ହସ୍ତଗତ ହୋଇଛି । ଏ ଖବର ପାଇ ଟିଟୋ ସାମ୍ରାଜ୍ୟ ବିସ୍ତାର କରିବାରେ ସହଯୋଗ କରିଥିବା କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ ଓ ଭୁବନେଶ୍ୱରରେ କିଛି ଅଧିକାରୀ ଭୟଭୀତ ହୋଇ ପଡ଼ିଛନ୍ତି । ଇତି ମଧ୍ୟରେ କିଛି ବ୍ୟକ୍ତି ଆତ୍ମ ଗୋପନ କଲେଣି । ସେମାନଙ୍କ ଆଖିକୁ ଆଉ ନିଦନାହିଁ । ଟିଟୋ ସହ ସମ୍ପର୍କ ଥିବା କିଛି ଠିକାଦାର ମଧ୍ୟ ପ୍ରମାଦ ଗଣିଲେଣି ।
ଏସ୍ଟିଏଫ୍ କହିଛି, କେନ୍ଦ୍ରାପଡ଼ା ବଜାର ବ୍ରାଞ୍ଚରେ ଥିବା ବେନଜୀର ଓ ତାଙ୍କ ସମ୍ପର୍କୀୟଙ୍କ ୫ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ୧୬ ଲକ୍ଷ ୪୨ ହଜାର ୫୬୫ଟଙ୍କା ସିଲ୍ କରି ଦିଆଯାଇଛି । ଟିଟୋର ଅପରାଧ ସମ୍ରାଜ୍ୟ ବୁଝାସୁଝା କରୁଥିବା ପାରାଦୀପ ବାପୁ ବରିଡ଼ା ସମେତ ୩ ଜଣଙ୍କୁ ଜେରା କରାଯାଇଛି । ବାପୁ ପରିଡ଼ା ନାଁରେ ୨୫ରୁ ଅଧିକ ମାମଲା ରହିଛି । ଯେଉଁଥିରେ ହତ୍ୟା, ହତ୍ୟା ଉଦ୍ୟମ, ଦଙ୍ଗା ଭଳି ସଙ୍ଗିନ୍ ମାମଲା ରହିଛି । ବାପୁର ନିରାକାର ଡମ୍ପର ଆସୋସିଏସନ୍ ନାମକ ଏକ ସଙ୍ଗଠନ ମଧ୍ୟ ରହିଛି । ବାପୁର କନଷ୍ଟ୍ରକସନ୍ କମ୍ପାନୀ, ସପ୍ଳାଇ କାମ ଆଦି ମଧ୍ୟ କରିଥାଏ ।
ଟିଟୋ ଓ ତାର ସହଯୋଗୀମାନଙ୍କ ନାଁରେ ଅପରାଧିକ ମାମଲା ଥିଲାବେଳେ ସେମାନେ କିଳଭି ପେଟ୍ରୋଲ ପମ୍ପ ଓ ଅନ୍ୟାନ୍ୟ ବ୍ୟବସାୟ କରିବାକୁ ଅନୁମତି ପାଇଲେ ତାର ମଧ୍ୟ ତଦନ୍ତ ହେବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।
ଅନ୍ୟପକ୍ଷରେ ଟିଟୋ ବିରୋଧରେ ଦୁଇଟି ବଡ଼ ଅଭିଯୋଗ ଆସିଛି । କେନ୍ଦ୍ରାପଡ଼ା ଗୋଲ୍ଡେନ୍ ଲ୍ୟାଣ୍ଡ ଡେଭେଲେପମେଣ୍ଟେ ନାମକ ଏକ ବିଲଡର ସଂସ୍ଥା ଓ ସରୋଜିନୀ ମିଶ୍ର ନାମକ ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ତାଙ୍କର ୩ ଗୁଣ୍ଠ ଜମିକୁ ଟିଟୋ ଛଡ଼ାଇ ନେଇଛି । ଡମ୍ପର, ହାଇୱା ଓ ଟ୍ରକ ଆଦି ପାର୍କିଂ ହେଉଛି । ସେହି ଜମେିର ମେଟାଲ ଓ ଚିପ୍ସ ଗଦା ହେଉଛି । ସେଠାରେ ମଧ୍ୟ ଟିଟୋର ଅପରାଧିକ କାର୍ଯ୍ୟକଳାପ ପାଇଁ ନକ୍ସା ପ୍ରସ୍ତୁତ କରାଯାଏ ବୋଲି ଅଭିଯୋଗ ଆସିଛି ।
ସେହିପରି କେନ୍ଦ୍ରାପଡ଼ାରେ ପ୍ରେମାନନ୍ଦ ଲେଙ୍କା ନାମକ ଜଣେ ଠିକାଦାର ଏସ୍ଟିଏଫ୍ରେ ଅଭିଯୋଗ କରିଛନ୍ତି ଯେ, ସେ ରାଜନଗର ଓ ଆଳିର ଜଳ ସମ୍ପଦ ବିଭାଗରେ ୭ କୋଟି ଟଙ୍କାର ଠିକା କାମ ନେଇଥିଲେ । ଠିକା କାମ ପାଇବା ପରେ ଟିଟୋ ଓ ତାର ସହଯୋଗୀମାନେ ବନ୍ଧୁକ ମୂଳରେ ୭୦ ଲକ୍ଷ ଟଙ୍କା ଆଗୁଆ ନେଇଯାଇଥିଲେ । ଏହି ଦୁଇଅଭିଯୋଗକୁ ଭିତ୍ତିକରି ଟାସ୍କଫୋର୍ସ ଟିଟୋ ଓ ସହଯୋଗୀମାନଙ୍କ ବିରୋଧରେ ଆଉ ଦୁଇଟି ମାମଲା ରଜୁୁ କରି ତଦନ୍ତ ଆରମ୍ଭ କରିଛି ।

ONA

Leave a Reply

Top