You are here
Home > ବଡ଼ଖବର > ଟିଟୋ ଲିଙ୍କକୁ ନେଇ ରାଜନୀତି ଝଡ଼

ଟିଟୋ ଲିଙ୍କକୁ ନେଇ ରାଜନୀତି ଝଡ଼

ପୁଣି ଦାମ-ବିଷ୍ଣୁ କଳି

ଭୁନନେଶ୍ୱର: ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ ଘଟଣାକୁ ନେଇ ଏବେ ବିଜେଡି ରାଜନୀତି ସରଗରମ ହୋଇଛି । ବିଜେଡି ନେତାଙ୍କ ଭିତରେ ଏବେ ଚାଲିଛି ପରସ୍ପର ବିରୋଧୀ ମତ । ଟିଟୋ ସହଯୋଗୀ କୁହାଯାଉଥିବା ପାରାଦୀପର ବ୍ୟବସାୟୀ ବାପୁ ପରିଡ଼ାକୁ ଏସଟିଏଫ ଗିରଫ କରିବା ପରେ ବିଜେଡି ନେତା ଡାକ୍ତର ଦାମୋଦର ରାଉତ ଏହାକୁ ବିରୋଧ କରି କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ । ହେଲେ ଡାକ୍ତର ରାଉତଙ୍କ ଏହି ମତ ସହ ତାଙ୍କ ପୁଅ ସମ୍ବିତ ରାଉତରାୟ ସହମତ ହେଲେନାହିଁ । ସେ ଭିନ୍ନମତ ରଖିଲେ । ବାପ-ପୁଅଙ୍କ ଭିତରେ ଏହି ମତପାର୍ଥକ୍ୟ ଦେଖାଦେବା ପରେ କଂଗ୍ରେସ ନେତା ବାପି ସର୍ଖେଲ ସାମ୍ବାଦିକ ସମ୍ମିଳନୀ କରି ଟିଟୋ ଲିଙ୍କନେଇ ଡାକ୍ତର ରାଉତ ଓ ତାଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଏ ସମ୍ପର୍କରେ ବିଜେଡି ଜଗତସିଂହପୁର ଜିଲ୍ଲା ସଭାପତି ତଥା ଯୋଜନାବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ବକ୍ତବ୍ୟ ରଖି ଡାକ୍ତର ରାଉତଙ୍କୁ କଟାକ୍ଷ କରିଛନ୍ତି । ଏଥିରେ ଡାକ୍ତର ରାଉତ କ୍ଷୁବ୍ଧ ହୋଇ ବିଷ୍ଣୁଙ୍କ ଉପରେ ବର୍ଷିଛନ୍ତି । ଏପରି କି ବାପି ସର୍ଖେଲଙ୍କୁ ମଧ୍ୟ ସେ ଛାଡ଼ିନାହାଁନ୍ତି । ଏହିପରି ଭାବରେ ଟିଟୋ ଲିଙ୍କକୁ ନେଇ ରାଜନୀତିକ କଳି ଦେଖାଦେଇଛି ।
ଡାକ୍ତର ରାଉତ ବାପୁ ପରିଡ଼ା ନିର୍ଦ୍ଦୋଷ ବୋଲି କହିଥିଲେ । ଟିଟୋ ସହ ବାପୁର କୌଣସି ସମ୍ପର୍କ ନାହିଁ । ବାପୁ ଏକ ହତ୍ୟା ଘଟଣାରେ ସାକ୍ଷୀ ଦେବାର ଥିଲା । ସେଥିପାଇଁ ଷଡ଼ଯନ୍ତ୍ର କରି ତାକୁ ଗିରଫ କରାଯାଇଛି । ଏଭଳି ମନ୍ତବ୍ୟ ଡକ୍ଟର ରାଉତ ରଖିବା ପରେ ରବିବାର ତାଙ୍କ ପୁଅ ସମ୍ବିତ ରାଉତରାୟ ପ୍ରତିକ୍ରିୟା ରଖି ଟିଟୋ ସହ ସମ୍ପର୍କ ନ ଥିôବା ଘଟଣା ନେଇ ସେ ଜାଣିନାହାଁନ୍ତି । ପାରାଦୀପର ଲୋକ କେନ୍ଦ୍ରାପଡ଼ା ଦେଇ ଆସିବ, କାହା ସାଙ୍ଗରେ ସମ୍ପର୍କ ନଥିôବ ଏକ ଥା କହିବା କଷ୍ଟ । ବାପ-ପୁଅଙ୍କ ଏହି ମତପାର୍ଥକ୍ୟ ପରେ ଆଜି କଂଗ୍ରେସ ନେତା ବାପି ସର୍ଖେଲ ଏହି ପ୍ରସଙ୍ଗ ନେଇ ଡକ୍ଟର ରାଉତଙ୍କୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି ପାରାଦୀପରେ ଡକ୍ଟର ରାଉତ ଅପରାଧ ସାମ୍ରାଜ୍ୟ ଚଳାଇଛନ୍ତି । ଯେଉଁମାନେ ଅପରାଧୀକ ସାମ୍ରାଜ୍ୟ ଚଳାଇଛନ୍ତି ସେମାନେ ସମସ୍ତେ ଦାବବାବୁଙ୍କ ଛତ୍ରଛାୟା ତଳେ ଅଛନ୍ତି । ଦାମବାବୁ ଏମାନଙ୍କ ସହ ସିଧାସଳଖ ସମ୍ପର୍କ ନ ରଖି ବାପୁ ପରିଡ଼ା ଭଳି ପିଲାଙ୍କ ମାଧ୍ୟମରେ ଏହାକୁ ଅପରେଟ କରନ୍ତି । ପାରାଦୀପରେ ସ୍କ୍ରାପ ବ୍ୟବସାୟ କୁହନ୍ତୁ କି ବାଲିଘାଟ ଲିଜ୍ କଥା କୁହନ୍ତୁ ସବୁଥିରେ ତାଙ୍କର ସମ୍ପୃକ୍ତି ରହିଛି । ୟୁନିୟନ ନାଁରେ ଚାନ୍ଦା ଆଦାୟ କରନ୍ତି । ଏମାନଙ୍କୁ ହୋଟେଲରେ ଡାକି ଦାମବାବୁଙ୍କ ସହ ସାକ୍ଷାତ କରାଇ କେତେପଇସା ନେବେ ତାହା ଚୂଡାନ୍ତ କରାଯାଉଛି । ପ୍ରଶାସନ କଣ କରିବ? ସେଠି ତ ବାହାରେ ପୁଲିସ ଛିଡ଼ା ହୋଉଛି । ଏ ଯେଉଁ କଳା ସାମ୍ରାଜ୍ୟ ଚାଲିଛି ଏ କଳା ସାମ୍ରାଜ୍ୟ ଉପରେ ଏସଟିଏଫର ଯେଉଁ ତଦନ୍ତ ଚାଲିଛି ତାକୁ ଆମେ ସ୍ୱାଗତ କରୁଛୁ । ଯେଉଁ କ୍ରାଇମ ସିଣ୍ଡଇକେଟ ଚାଲିଛି ଏଥିରେ ଆହୁରି ବଡ଼ ମାଛ ଦୁଇ ତିନି ଜଣ ରହିଯାଇଛନ୍ତି, ତାହାର ତଦନ୍ତ ହେବା ଦରକାର । ଯେଉଁ ଯୁବକମାନଙ୍କୁ ଲଗାଇ ଏହି କ୍ରାଇମସିଣ୍ଡିକେଟ ଦାମବାବୁ ଓ ତାଙ୍କ ପୁଅ ସମ୍ବିତ ରାଉତରାୟ ଚଲାଇଛନ୍ତି ତାର ପର୍ଦ୍ଦାଫାଶ ହେବା ଦରକାର ବୋଲି ସେ ଦାବି କରିଛନ୍ତି । ବାପୁ ହେଉଛି ଡକ୍ଟର ରାଉତରଙ୍କର ଡାହାଣ ହାତ । ପାରାଦୀପ ମୁନା ପତି ହତ୍ୟାକାଣ୍ଡର ତଦନ୍ତ କରାଯାଉ । ପାରାଦୀପରେ କ୍ରାଇମସିଣ୍ଡିକେଟ ଚଳାଇଛନ୍ତି ଡକ୍ଟର ରାଉତ । ଟିଟୋ-ବାପୁ ମଧ୍ୟରେ ମଧ୍ୟସ୍ଥତା କରୁଥିଲେ ଡକ୍ଟର ରାଉତ । ଟିଟୋ ସହ ବାପୁର ସମ୍ପର୍କ ନାହିଁ ଏକଥା ସେ ଜାଣିଲେ କେମିତି । ଅପରାଧୀକୁ ସାଥୀରେ ନେଇ ସେ ରାଜନୀତି କରୁଛନ୍ତି । ରାଜନୀତିରେ ମୁଁ ପ୍ରତିଦ୍ୱନ୍ଦ୍ୱୀ ହେବାରୁ ଟାର୍ଗେଟ ହେଲି ବୋଲି ବାପି କହିଛନ୍ତି ।
ଡାକ୍ତର ରାଉତ କହିଛନ୍ତି ଟିଟୋ ଲିଙ୍କରେ ବାପୁ ପରିଡ଼ା ଗିରଫ ହୋଇ ନାହାଁନ୍ତି । ବାପୁ ପରିଡ଼ାଙ୍କୁ ନିର୍ଦ୍ଦିଷ୍ଟ ଏତଲା ବଳରେ ଗିରଫ କରାଯାଇଛି । ବାପୁ ପରିଡ଼ା ମୋ ନିର୍ବାଚନମଣ୍ଡଳୀର ପିଲା ସେଥିପାଇଁ ମୁଁ ତାକୁ ଜାଣିଛି । ମୋ ଜାଣିବାରେ ତା’ର କୌଣସି ଅପରାଧୀକ ସମ୍ପର୍କ ନାହିଁ । ୭/୮ ବର୍ଷ ଭିତରେ ବାପୁର କୌଣସି ଅପରାଧୀକ ରେକର୍ଡ ନାହିଁ । ଏସଟିଏଫ କାହିଁକି ବାପି ସର୍ଖେଲ, ସନ୍ତୋଷ ପଟ୍ଟନାୟକମାନଙ୍କ ସମ୍ପର୍କରେ ତଦନ୍ତ କରୁନାହିଁ । ଏମାନେ ଟିଟୋର ଘନିଷ୍ଠ ସହଯୋଗୀ । ଏସଟିଏଫ ଡିଆଇଜିଙ୍କୁ ଫୋନ କଲେ ସେ ଧରୁ ନାହାଁନ୍ତି । ବାଳିଆ ଛାଡି ଏସଟିଏଫ ଦଣ୍ଡକିରି ଧରୁଛି । ଯଦି ତାକତ ଅଛି ମୋତେ ଓ ମୋ ପୁଅକୁ ତଦନ୍ତ ପରିସରଭୁକ୍ତ କରିବାକୁ ଡାକ୍ତର ରାଉତ ଆହ୍ୱାନ ଦେଇଛନ୍ତି । ବାପି ସର୍ଖେଲ ୭ ବର୍ଷରେ କୋଟିପତି ହେଲେ କେମିତି । ଟିଟୋର ପେଟ୍ରୋଲପମ୍ପ ପାଇଁ କିଏ ସୁପାରିସ କରିଥିଲା ବୋଲି ଡାକ୍ତର ରାଉତ ପ୍ରଶ୍ନ କରିଛନ୍ତି ।
ବାପିଙ୍କ ଏହି ମନ୍ତବ୍ୟ ଉପରେ ଡକ୍ଟର ରାଉତରଙ୍କ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବା ପାଇଁ ଜିଲ୍ଲାସଭାପତି ବିଷ୍ଣୁ ଦାସ ମନା କରିି କଟାକ୍ଷ କରି କହିଛନ୍ତି । ଡକ୍ଟର ରାଉତ ହେଉଛନ୍ତି ଆମ ଦଳର ତୁଣ୍ଡ । ସେ ଚାହିଁଲେ ମୋ ଗତିପଥକୁ ବଦଳାଇ ଦେଇପାରିବେ । ତାଙ୍କୁ ମୁଁ ଭୟ କରେ । ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ରାଜ୍ୟ, ଜିଲ୍ଲାକୁ ବଦନାମ କରିଛି । ତାଙ୍କର ଭାବମୂର୍ତ୍ତି କଣ ରାଜ୍ୟବାସୀ ଜାଣିଛନ୍ତି । ତାଙ୍କ ସହ ବହୁତ ଲୋକ ଅଛନ୍ତି । ସେ ଭାରି କଡ଼ା ଲୋକ ଓ କଡ଼ା ମନ୍ତବ୍ୟ ଦେଉଛନ୍ତି । ବାପୁ ସମ୍ପର୍କରେ ଏସଟିଏଫ ତଦନ୍ତ କରୁଛି ତଦନ୍ତରୁ ପ୍ରମାଣ ମିଳିଲେ ଜିଲ୍ଲାସଭାପତି ଭାବେ କାର୍ଯ୍ୟାନୁଷ୍ଠାନ ନେବି ।
ବିଷ୍ଣୁଙ୍କ ମନ୍ତବ୍ୟ ଉପରେ କଡ଼ା ଟିପ୍ପଣୀ ଦେଇ ଡାକ୍ତର ରାଉତ ତାଙ୍କୁ ତାତ୍ସଲ୍ୟ କରିଛନ୍ତି । ବିଷ୍ଣୁ ଦାସ ମୋର ସମାସ୍କନ୍ଦ ନୁହଁନ୍ତି । ତାଙ୍କ ସମ୍ପର୍କରେ ମୁଁ କଣ କହିବି । ଘୁ କାଳିଆ ଗୋଟେ ଚଢ଼େଇ ଆଉ ବିଷ୍ଣୁ ଦାସ ଗୋଟିଏ ଲୋକ ମୁଁ ତା ସମ୍ପର୍କରେ କହିବି । ସେ ପ୍ରତିମାସରେ ବାପି ସର୍କଲର ଲୋକ ସନ୍ତୋଷଠାରୁ ଚାନ୍ଦା ଆଣନ୍ତି । ଏଭଳି ଲୋକଙ୍କ ବିଷୟରେ ମୋତେ ପଚାରନ୍ତୁନାହିଁ ବୋଲି ଡାକ୍ତର ରାଉତ କହିଛନ୍ତି ।

ONA

Leave a Reply

Top