You are here
Home > ବଡ଼ଖବର > “ଟିଟୋ-ଅପରାଧ-ଆତଙ୍କୀ” ସମ୍ପର୍କର ସିବିଆଇ ଓ ଏନଆଇଏ ତଦନ୍ତ କରାଯାଉ : ବିଜେପି

“ଟିଟୋ-ଅପରାଧ-ଆତଙ୍କୀ” ସମ୍ପର୍କର ସିବିଆଇ ଓ ଏନଆଇଏ ତଦନ୍ତ କରାଯାଉ : ବିଜେପି

ଭୁବନେଶ୍ୱର: ୧୦ ହଜାର କୋଟି ଟଙ୍କାର ଟିଟୋ ସାମ୍ରାଜ୍ୟ । ଏହି ସାମ୍ରାଜ୍ୟ ୧୯ ବର୍ଷ ଧରି ଶାସକ ବିଜେଡି ଦଳର ବିଧାୟକ, ସାଂସଦ, ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ବିସ୍ତାରର ତଥ୍ୟ ପ୍ରମାଣ ହାଟରେ ପଡି ଦାଣ୍ଡରେ ଗଡୁଛି । ଏପରି ଏକ ସମ୍ବେଦନଶୀଳ ମାମଲାରେ ଟିଟୋକୁ ଖସାଇଦେବା ପାଇଁ ସାକ୍ଷୀ ପ୍ରମାଣ ନଷ୍ଟ କରିବାକୁ ଷଡଯନ୍ତ୍ରର ପ୍ରମାଣ ମଧ୍ୟ ସ୍ପଷ୍ଟ ହୋଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଏହା ସହ ପାକିସ୍ଥାନରୁ କାଯ୍ୟ କରୁଥିବା ଭାରତ ବିରୋଧୀ ଆତଙ୍କବାଦୀ ସଙ୍ଗଠନ ସହ ଟିଟୋ ଓ ତାଙ୍କର ସହଯୋଗୀ ମାନଙ୍କର ଘନିଷ୍ଠ ସମ୍ପର୍କକୁ ନେଇ ଅନେକ ତଥ୍ୟ ପ୍ରମାଣ ସ୍ପଷ୍ଟ ହେବା ପରିପ୍ରେକ୍ଷୀରେ ଟିଟୋ ସାମ୍ରାଜ୍ୟର ସିବିଆଇ ଓ ଏନଆଇଏ ତଦନ୍ତ ଅତ୍ୟନ୍ତ ଜରୁରୀ ବୋଲି ଲେଖାଶ୍ରୀ ଏହି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।
କେନ୍ଦ୍ରାପଡାର ବହୁଚର୍ଚ୍ଚିତ ଟିଟୋ ସାର୍ପ ସୁଟରଙ୍କ ଦ୍ୱାରା ବିଶ୍ୱଜିତ ସାହୁ ହତ୍ୟାକାଣ୍ଡର ଗୁରୁତ୍ୱପୂର୍ଣ ସାକ୍ଷୀ ବିଚିତ୍ର ନାୟକଙ୍କ କେନ୍ଦ୍ରାପଡା ଜିଲାର ଛଘରିଆ ଠାରେ ଗତରାତିରେ ସଡକ ଦୁର୍ଘଟଣାରେ ଅଜଣା ଗାଡି ଧକ୍କାର ମୃତ୍ୟ ଘଟିଛି । ଏହା ପଛରେ ଟିଟୋର ଅପରାଧ ଦୁନିଆଁ ଉପରେ ସାକ୍ଷୀପ୍ରମଣା ନଷ୍ଟ କରି ତାକୁ ସୁରକ୍ଷା ଦେବା ପାଇଁ ଏକ ଯୋଜନାବଦ୍ଧ ଷଡଯନ୍ତ୍ରର ଅଙ୍ଗ ବୋଲି ଡ.ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।
ଏସଟିଏ‘ର ଟିଟୋ ଠିକଣାରେ ଚଢଉ ବେଳେ ପାକିସ୍ଥାନର କାଗଜପତ୍ର, ଲସ୍କର ଆତଙ୍କବାଦୀ ସମ୍ପର୍କିତ ପୁସ୍ତକ, େ‘ାନ ନମ୍ବର ସମ୍ପର୍କ ଥିବା ସମ୍ପର୍କରେ ଖୋଦ ଏସଟିଏ‘ କହିଥିଲା । ଏହା ମଧ୍ୟରେ ଦିଲ୍ଲୀରେ କେନ୍ଦ୍ରାପଡା ଜିଲାର ମୂଳବାସିନ୍ଦା ତଥା ଲସ୍କର-ଇ-ତୋଇବାର ଆତଙ୍କବାଦୀ ହବିବୁର ରେହମାନ ଗିର‘ ହୋଇଛନ୍ତି । ଏହି ସନ୍ଧିଗ୍ଧ ବ୍ୟକ୍ତି ଜଣେ କୁଖ୍ୟାତ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ସେଖ ଅବଦୁଲ ନଇମକୁ ଆଣି କଟକରେ ଲୁଚାଇ ରଖିଥିବାର ପ୍ରମାଣ ସ୍ପଷ୍ଟ ହୋଇଛି । ହବିବ କଟକରେ ନଇମକୁ ଆଶ୍ରୟ ଦେବାଛଡା ମୋବାଇଲ ସିମ୍ ଏବଂ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ସହ ଜାଲ ପରିଚୟପତ୍ର ଯୋଗାଡ କରିଥିଲା । ବଙ୍ଗଳାଦେଶ ପଟୁ ଖାଲି ନଇମ ନୁହେଁ ଅହମ୍ମଦ ରାଟୋଥ, ମହମ୍ମଦ ଅବଦୁଲା, ମହମ୍ମଦ ୟୁନୁସ ଭାରତସୀମାରେ ପ୍ରବେଶ କରି ଦେଶର ବିଭିନ୍ନ ସ୍ଥାନରେ ଲୁଚାଇବାରେ ହବିବର ସନ୍ଧିଗ୍ଧ ଭୂମିକା ଥିବା ଏନଆଇ ତଦନ୍ତରୁ ସ୍ପଷ୍ଟ ହୋଇଛି । ପୂର୍ବରୁ କଟକ ଜିଲାରୁ ଅବଦୁର ରେହମାନ ଅନ୍ତରାଷ୍ଟୀୟ ଆତଙ୍କବାଦୀ ସଙ୍ଗଠନ ସହ ସମ୍ପୃକ୍ତି ପାଇଁ ତଦନ୍ତର ସାମ୍ନା କରୁଛନ୍ତି । ଭାରତର ସୁରକ୍ଷା ଓ ଓଡିଶାଭଳି ଶାନ୍ତିପ୍ରିୟ ରାଜ୍ୟ ଆତଙ୍କବାଦର ଚରାଭୂଇଁ ହୋଇଥିବା ବେଳେ ଟିଟୋ ପରି ୧୦ ହଜାର କୋଟିଟଙ୍କାର ଅପରାଧିକ ସାମ୍ରାଜ୍ୟ ସହ ଅନ୍ତରାଷ୍ଟରୀୟ ଆତଙ୍କବାଦୀ ସମ୍ପର୍କ ଓଡିଶାବାସୀଙ୍କୁ ବିବ୍ରତ କରୁଛି ବୋଲି ଡ.ଲେଖାଶ୍ରୀ ଏହି ସାମ୍ବାଦିକ ସମ୍ମିଳନୀରେ ଚିନ୍ତାବ୍ୟକ୍ତ କରିଛନ୍ତି
ଏପରି ଏକ ଚିନ୍ତାଜନକ ପରିସ୍ଥିତିରେ ଓଡିଶାରେ ଆତଙ୍କବାଦୀ ସମ୍ପର୍କର ତଦନ୍ତପାଇଁ ଓଡିଶାର ଜଣେ ସନ୍ଧିଗ୍ଧ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ବରିଷ୍ଠ ଅଧିକାରୀ ପୂର୍ବରୁ ନେସନ୍ୟାଲ ହେରାଲଡ ମହାଦୁର୍ନୀତି ମାମଲାରେ ଗାନ୍ଧି ପରିବାରକୁ ସୁରକ୍ଷା ଦେବା ପ୍ରମାଣିତ ହେବା କାରଣରୁ ପ୍ରବର୍ତନ ନିର୍ଦ୍ଦେଶାଳୟରୁ ବିଦା କରାଯାଇଥିଲା । ‘ବଂଟି-ବବଲି’ ଯୋଡି ଭାବେ ପରିଚିତ ଏହି ପ୍ରଶାସନିକ ଅଧିକାରୀ ଦମ୍ପତିଙ୍କର ଦୁର୍ନୀତି ସହିତ ଖୋଲା ଜଡିତ ହେବା କାରଣରୁ ସିବିଆଇ କାଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଲେ ମଧ୍ୟ ରାଜ୍ୟ ସରକାର ସୁରକ୍ଷା ଦେଇଛନ୍ତି । ବବଲିଙ୍କୁ ସିଏଜି ରିପୋର୍ଟ ଆଧାରରେ ଚାର୍ଜସିଟ କରାଯାଇଥିବା ବେଳେ ବଂଟିକୁ ପ୍ରବର୍ତନ ନିର୍ଦ୍ଦେଶାଳୟରୁ ନିର୍ଦାରିତ ସମୟ ପୂର୍ବରୁ ବିଦା କରାଯାଇଛି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଏପରି ପରିସ୍ଥିତିରେ ଏହି ବରିଷ୍ଠ ଅଧିକାରୀଙ୍କୁ ଟିଟୋର ଆତଙ୍କବାଦୀ ସମ୍ପର୍କରେ ସୁରକ୍ଷା ଦେବାପାଇଁ ରାଜ୍ୟ ସରକାରଙ୍କର ଷଡଯନ୍ତ୍ରର ଗନ୍ଧ ସ୍ପଷ୍ଟ ହେଉଛି । ରାଷ୍ଟ୍ରର ସୁରକ୍ଷା ପ୍ରସଙ୍ଗରେ ଶାସକ ବିଜୁ ଜନତା ଦଳର ଆଭିମୁଖ୍ୟକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରି ପରିସ୍ଥିତିରେ ଏନଆଇଏ ଓ ସିବିଆଇ ତଦନ୍ତ କରି ଆତଙ୍କବାଦୀ ସମ୍ପର୍କ ଓ ଅପରାଧିକ ସାମ୍ରାଜ୍ୟର ପର୍ଦା‘ାସ କରି ଟିଟୋ ଓ ତାଙ୍କର ସହଯୋଗୀଙ୍କୁ ଦେଶର ନିୟମ ଅନୁସାରେ କଠୋର ଦଣ୍ଡ ପାଇଁ ଲେଖାଶ୍ରୀ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ଅନ୍ୟତମ ରାଜ୍ୟ ସଂପାଦକ ଶ୍ରୀ ଦିଲୀପ ମଲ୍ଲିକ ମ୍ମ ଉପସ୍ଥିତ ଥିଲେ ।

ONA

Leave a Reply

Top