You are here
Home > ବଡ଼ଖବର > ଏଥର ରେକର୍ଡ କଲା ବାହୁଡ଼ା ଯାତ୍ରା

ଏଥର ରେକର୍ଡ କଲା ବାହୁଡ଼ା ଯାତ୍ରା

ଭୁବନେଶ୍ୱର: ଏଥର ବାହୁଡ଼ା ଯାତ୍ରା ସର୍ବକାଳୀନ ରେକର୍ଡ କରିଛି । ରଥଯାତ୍ରାର ୫୦ ବର୍ଷ ଇତିହାସ ଭିତରେ କେବେ ଏତେଶୀଘ୍ର ରଥଯାଇ ସିଂହଦ୍ୱାରରେ ପହଞ୍ôଚ ନ ଥିଲା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏପରି କି ସଂସ୍କୃତି ଗବେଷକମାନେ ବି ଏକଥା କହୁଛନ୍ତି । ରଥ ଅପରାହ୍ନ ୪ଟାରେ ଟଣା ହେବାର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଥିଲା । କିନ୍ତୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଅପରାହ୍ନ ୩.୩୦ରେ ଯାଇ ସିଂହଦ୍ୱାରରେ ପହଞ୍ôଚଥିଲା । ଦେବୀ ଶୁଭଦ୍ରାଙ୍କ ଦେବଦଳନ ରଥ ୩.୫୦ରେ ପହଞ୍ôଚଥିଲା । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଟଣା ଚାଲିଛି । କୌଣସି ପ୍ରକାର ବ୍ୟତିକ୍ରମ କିମ୍ବା ଅଘଟଣ ଘଟିନାହିଁ । ଠାକୁରଙ୍କ ନୀତିକାନ୍ତି ଯଥାରୀତି ଚାଲିଥିଲା । ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରହି କାର୍ଯ୍ୟ ସୁରୁଖୁରୁରେ ହେବାରୁ ଏହି ସଫଳତା ମିଳିଛି । ଏପରି କି ରଥଯାତ୍ରା ସମୟରେ ବି ସେପରି କୌଣସି ବିଶୃଙ୍ଖଳା ଦେଖାଯାଇ ନ ଥିଲା । ବର୍ଷା ସତ୍ତେ୍ୱ ଭକ୍ତଙ୍କ ଭିଡ଼ ହୋଇଛି ।

ONA

Leave a Reply

Top