You are here
Home > ଲାଟେଷ୍ଟ > କୋରାପୁଟରୁ ବିପୁଳ ବିସ୍ଫୋରକ ଜବତ: ମାଓବାଦୀଙ୍କ ସମ୍ପୃକ୍ତି ନେଇ ସନ୍ଦେହ

କୋରାପୁଟରୁ ବିପୁଳ ବିସ୍ଫୋରକ ଜବତ: ମାଓବାଦୀଙ୍କ ସମ୍ପୃକ୍ତି ନେଇ ସନ୍ଦେହ

କୋରାପୁଟ: ବିପୁଳ ପରିମାଣର ମରଣାନ୍ତକ ବିସ୍ଫୋରକ ଜବତ । ଜବତ ସାମଗ୍ରୀ ନକ୍ସଲପ୍ରବଣ ଘଞ୍ଚ ଜଙ୍ଗଲ ଘେରା ଏକ ଗ୍ରାମରୁ ମିଳିଛି । ବିଏସଏଫ ଜବାନଙ୍କ ଦ୍ୱାରା ଏହି ବିସ୍ଫୋରକ ପଦାର୍ଥ ଜବତ ହୋଇଛି । ଆଜି କୋରାପୁଟ ଜିଲ୍ଲା ଅନକାଡ଼େଲି ଗ୍ରାମରୁ କୌଣସି ସୂତ୍ରରୁ ଖବର ପାଇ ବିଏସଏଫର ଏକ ପ୍ଲାଟୁନ ଜବାନ ଅନକାଡ଼େଲି ଗ୍ରାମରେ ଚଢାଉ କରିଥିଲେ ।

ଜବତ ହୋଇଥିବା ବିସ୍ଫୋରକ ସାମଗ୍ରୀ ମଧ୍ୟରେ ବିପୁଳ ପରିମାଣର ଜିଲୋଟିନ, ବହୁ ପରିମାଣର ଡ଼ିଟୋନିଟର ଏବଂ ଅବ୍ୟବହୃତ କିଛି ପରିମାଣର ପେଟ୍ରୋଲ । ତେବେ ଏହି ବିସ୍ଫୋରକ ପଦାର୍ଥ କ’ଣ ପାଇଁ ଏଠାରେ ମହଜୁଦ ରହିଥିଲା ତାହାର ଛାନଭିନ କରୁଛି କୋରାପୁଟ ପୋଲିସ । ତେବେ ଏଥିରେ ମାଓବାଦୀଙ୍କ ସମ୍ପୃକ୍ତି ରହିଛି କି ନାହିଁ ତାହା ତଦନ୍ତ ଚାଲିଛି ।

ONA

Leave a Reply

Top