You are here
Home > କ୍ରାଇମ୍‍ > ଦରମା ଟଙ୍କା ମାଗିବାରୁ ଅଧ୍ୟାପକଙ୍କୁ ଗଛରେ ବାନ୍ଧି ମାଡ ମାରିଲେ କୋଚିଂ ସେଣ୍ଟର ମାଲିକ

ଦରମା ଟଙ୍କା ମାଗିବାରୁ ଅଧ୍ୟାପକଙ୍କୁ ଗଛରେ ବାନ୍ଧି ମାଡ ମାରିଲେ କୋଚିଂ ସେଣ୍ଟର ମାଲିକ

ନୟାଗଡ : ଦରମା ଟଙ୍କା ମାଗିବାରୁ ଅଧ୍ୟାପକଙ୍କୁ ଗଛରେ ବାନ୍ଧି ମାଡ ମାରିଲେ କୋଚିଂ ସେଣ୍ଟର ମାଲିକ ।  ମାଡମାରୁଥିବା ସମୟର ଭିଡିଓକୁ ଭାଇରାଲ  କରାଯିବା ପରେ ପୀଡିତ ଅଧ୍ୟାପକ ଖଣ୍ଡପଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅତିଶିଘ୍ର ଦୋଷୀଙ୍କୁ ଧରାଯିବ ବୋଲି କହିଛି ।

ଶିକ୍ଷା ଦାନର ପ୍ରାପ୍ୟ ପାଉଛନ୍ତି ଅଧ୍ୟାପକ । ଦେଖନ୍ତୁ ଏହି ଭିଜୁଆଲକୁ । କିପରି ଜଣ ଅଧ୍ୟାପକଙ୍କୁ ଗଛରେ ବାନ୍ଧି, ବେକରେ ଚପଲମାଳ ପକାଇ ଦିଆଯାଉଛି ନିର୍ଯାତନା । ଅଧ୍ୟାପକଙ୍କ ଭୁଲ ଏଇଆ ଯେ ସେ କୋଚିଂ ସେଣ୍ଟରର ମାଲିକଙ୍କୁ ତାଙ୍କ ୨ ମାସର ବକେୟା ପ୍ରାପ୍ୟ ମାଗିଥିଲେ । ତା ପରେ ତାଙ୍କୁ ଏଭଳି ନିର୍ଯାତନା ଦିଆଯାଉଛି।କେବଳ ନିର୍ଯାତନା ଦିଆଯାଇନାହିଁ ଏହି ଘଟଣାର ଭିଡିଓକୁ ଭାଇରାଲ୍ କରାଯାଇଛି ।କଣ୍ଟିଲୋ ପେଟ୍ରୋଲ୍ ଟାଙ୍କି ନିକଟରେ ଥିବା ସତ୍ୟସାଇ କୋଚିଂ ସେଣ୍ଟରରେ ଫତେଗଡ କରବର ଗଁ।ର ମାୟାଧର ମହାପାତ୍ର ଇଂରାଜୀ ଅଧ୍ୟାପକ ଭାବେ ପାଠ ପଢାନ୍ତି । କିଛିଦିନହେଲା କୋଚିଂ ସେଣ୍ଟରର ମାଲିକ ତପନ ମହପାତ୍ର ମାୟାଧରଙ୍କୁ ଦରମା ଦେଉନଥିଲେ । ତେଣୁ ମାୟାଧର ଅନ୍ୟ ଏକ କୋଚିଂ ସେଣ୍ଟରକୁ ପଢାଇବାକୁ ଚାଲିଯାଇଥିଲେ । ଏଥିରେ କ୍ଷୁବ୍ଧ ହୋଇ ତପନ ଗତ ୫ତାରିଖରେ ଟଙ୍କା ଦେବାକୁ କହି ମାୟାଧରଙ୍କୁ ବାଇକରେ ଏକ ନିଛାଟିଆ ଯାଗାକୁ ନେଇ ଏଭଳି ଅବସ୍ଥା କରିବା ସହ ଜୀବନରେ ମାରିବାକୁ ଧମକ ଦେଇଥିଲା ।

ସମ୍ପୃକ୍ତ ଅଧ୍ୟାପକଙ୍କୁ ନିର୍ଯାତନା ଦିଆଯାଉଥିବା ବେଳର ଦୃଶ୍ୟ ଗତ ଦୁଇଦିନ ତଳେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି । ଅଧ୍ୟାପକ ନ୍ୟାୟପାଇଁ ଖଣ୍ଡପଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁକରି ଅଭିଯୁକ୍ତ ଓ ତାର ଦୁଇ ସହଯୋଗୀଙ୍କୁ ଗିରଫ ପାଇଁ ଚଢାଉ ଜାରି ରଖିଛି ।

ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସମ୍ପୃକ୍ତ ଅଧ୍ୟାପକଙ୍କୁ ପୋଲିସ ସୁରକ୍ଷା ଏବଂ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।

ONA

Leave a Reply

Top