You are here
Home > ବଡ଼ଖବର > ହେବାକୁ ଯାଉଛି କଙ୍ଗନା-ହ୍ରତିକଙ୍କ ମଧ୍ୟରେ ଟକ୍କର

ହେବାକୁ ଯାଉଛି କଙ୍ଗନା-ହ୍ରତିକଙ୍କ ମଧ୍ୟରେ ଟକ୍କର

ମୁମ୍ବାଇ: ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ଓ ଅଭନେତା ହ୍ରିିତିକଙ୍କ ଚଳଚ୍ଚିତ୍ର ଗୋଟିଏ ଦିନରେ ରିଲିଜ ହେବାକୁ ଯାଉଛି । ଏଣୁ ଦର୍ଶକଙ୍କ ମନରେ ବେଶ ଉକ୍ରଣ୍ଠା ଭରି ରହିଛି । ବିଭିନ୍ନ ଘଟଣାରେ ଉଭୟ ବେଶ୍ ଚର୍ଚ୍ଚାକୁ ଆସିଥାନ୍ତି । ଏବେ ଦୁଇ ଷ୍ଟାର ଭିନ୍ନ ଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କରୁଥିଲା ବେଳେ ସେମାନଙ୍କ ଚଳଚ୍ଚିତ୍ର ଗୋଟିଏ ଦିନରେ ରିଲିଜ୍ ହେବା ଦ୍ୱାରା କାହା ଚଳଚିତ୍ର କେତେ ଆଦ୍ରୁତ ହେଉଛି ତାହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି । ଏପରି କି ଚଳଚ୍ଚିତ୍ର ଜଗତର ତାରକାମାନଙ୍କ ମଧ୍ୟରେ ବି ଉକ୍ରଣ୍ଠା ରହିଛି । ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ଅଭିନେତା ହ୍ରିତିକ ରୋଶନଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁୟ ନେଇ ବହୁ ବାଦବିବାଦ ପରେ ଏବେ ବକ୍ସ ଅଫିସରେ ଲଢ଼େଇ ହେବାକୁ ଯାଉଛି । ଉଭୟଙ୍କ ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ ୨୬ ତାରିଖରେ ମୁକ୍ତଲାଭ କରିବ । କଙ୍ଗନାଙ୍କ ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ “ମଣିକର୍ଣ୍ଣିକା:ଦି କୁଇନ ଅଫ ଝାନସୀ” ଏବଂ ହ୍ରିତିକଙ୍କ “ସୁପର-୩୦” ଏକସମୟରେ ମୁକ୍ତି ଲାଭ କରିବାରେ ଅଛି । ଏଥିପାଇଁ କୁହାଯାଉଛି ଏହି ଫିଲ୍ମ ଯେଉଁ ଶୈଳୀରେ ନିର୍ମାଣ ହୋଇଛି ତାହା ମୁକ୍ତିଲାଭ କଲାପରେ ବକ୍ସ ଅଫିସ୍ରେ ଉଭୟଙ୍କ ମଧ୍ୟରେ ଟକ୍କର ହେବ ବୋଲି ଚର୍ଚ୍ଚା । ଫିଲ୍ମ ନିର୍ମାତା କମଲ୍ ଜୈନ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି ଯେ ସାଧାରଣନ୍ତ୍ର ସପ୍ତାହାନ୍ତରେ ଫିଲ୍ମ ମୁକ୍ତିଲାଭ ହେବ । ଏହି ଫିଲ୍ମରେ ରାଣୀ ଲକ୍ଷ୍ମୀବାଇଙ୍କ ଭୂମିକାରେ “କୁଇନ୍” ଷ୍ଟାରଙ୍କୁ ଦେଖିବାକୁ ମିଳିବ ।

ONA

Leave a Reply

Top