You are here
Home > ଲାଟେଷ୍ଟ > ସୁରାତ ଗଣଦୁଷ୍କର୍ମ, ହତ୍ୟା ଶୀକାର ପୀଡିତା ଓଡିଶାର ! ଚିହ୍ନଟ ଲାଗି ଓଡିଶା ପୋଲିସର ସହାୟତା ମାଗିଲା ସୁରତ ପୋଲିସ

ସୁରାତ ଗଣଦୁଷ୍କର୍ମ, ହତ୍ୟା ଶୀକାର ପୀଡିତା ଓଡିଶାର ! ଚିହ୍ନଟ ଲାଗି ଓଡିଶା ପୋଲିସର ସହାୟତା ମାଗିଲା ସୁରତ ପୋଲିସ

ଭୁବନେଶ୍ବର : ଜାମ୍ମୁ-କାଶ୍ମୀର କଠୱା ଘଟଣାର ପୁନରାବୃତ୍ତି ଗୁଜରାଟରେ । ପୁଣି ଜଣେ କୁନି ଝିଅକୁ ଗଣଦୁଷ୍କର୍ମ ପରେ ନିର୍ମମ ହତ୍ୟା । ନାବାଳିକାଙ୍କ ମୃତଦେହରେ ରହିଛି ୮୬ଟି କ୍ଷତ ଚିହ୍ନ । ଯାହା ଚିହ୍ନଟରେ ସମସ୍ୟା ସୃଷ୍ଟି କରିଛି । ଝିଅଟି ଓଡ଼ିଆ ବୋଲି ଶୁଣାଯାଉଥିବା ବେଳେ ସୁରତ ପାଣ୍ଡେସର୍ ପୋଲିସ୍ କିନ୍ତୁ ନିଶ୍ଚିତ କରିପାରୁନି ।
ସୁରତ ଘଟଣାକୁ ନେଇ ଚର୍ଚ୍ଚା । ଗୁଜରାଟ ସୁରଟରେ ଜାମ୍ମୁ-କାଶ୍ମୀର କଠୱା ଭଳି ଜଣେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଛନ୍ତି । ପୀଡ଼ିତା ଜଣକ ଓଡ଼ିଆ ବୋଲି ଚର୍ଚ୍ଚା ହେଉଥିବା ବେଳେ ସୁରତ ପୋଲିସ କିନ୍ତୁ କିଛି ନିଶ୍ଚିତ କରାଇ ପାରୁନି । କଠୱା ଭଳି ସୁରତରେ ବି ଘଟିଛି ଅନୁରୂପ ଘଟଣା । ଦୁଷ୍କର୍ମକାରୀ ଅତି ନିର୍ମମ ଭାବେ ଝିଅଟିକୁ ମାରି ଦେଇଛନ୍ତି । ତା ଦେହରେ ରହିଛି ୮୬ଟି କ୍ଷତ ଚିହ୍ନ । ଯାହା ବର୍ବରତାର ସବୁ ସୀମା ଟପି ଯାଇଛି । ସୁରତ୍ ପାଣ୍ଡେସର୍ ଥାନା ଅନ୍ତର୍ଗତ ଭେଷ୍ଟାନ୍ ଅଞ୍ଚଳରେ ଘଟିଛି ଏହି ବର୍ବରୋଚିତ ଲଜ୍ଜାଜନକ ଘଟଣା । ଖେଳ ପଡ଼ିଆ ପାଖରେ ଏକ ବୁଦା ମୂଳେ ଜଣେ ଶିଶୁକନ୍ୟାର ମୃତଦେହ ପଡ଼ିଥିବା, କିଛି ଲୋକ ଦେଖିଥିଲେ । ଆଉ ପୋଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇବା ପରେ ଯେଉଁ ତଥ୍ୟ ଆସିଛି ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଲା ଭଳି । ଝିଅଟିର ବୟସ ୯ରୁ ୧୧ ବର୍ଷ ମଧ୍ୟରେ ହେବ । ପ୍ରାୟ ସପ୍ତାହେ ଧରି ତାଙ୍କୁ ଯୌନ ନିର୍ଯାତନା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଶାରିରୀକ ନିର୍ଯାତନା ଦିଆଯାଇଛି । ଧାରୁଆ ଅସ୍ତ୍ରରେ ତା ଶରୀରରେ ୮୬ଟି କ୍ଷତ କରାଯାଇଛି । ପୁଣି ଶେଷରେ ତଣ୍ଟି ଚିପି ତାକୁ ମାରି ଦିଆଯାଇଛି । ହତ୍ୟା ପରେ ଦୁଷ୍କର୍ମକାରୀ ତାକୁ ନେଇ ବୁଦା ମୂଳେ ପକାଇ ଦେଇଥିଲେ ।
ଝିଅଟିକୁ ଚିହ୍ନି ହେଉନି କି ତାର ପରିଚୟ ମିଳୁନି । ତେବେ ସୁରତର ଯେଉଁ ଅଞ୍ଚଳରେ ଏହି ଘଟଣା ଘଟିଛି ସେଠାରେ ଅଧିକାଂଶ ଓଡ଼ିଆ ଏବଂ ବଙ୍ଗାଳି ରହୁଛନ୍ତି । ସୁରତ ପୋଲିସ, ଏନେଇ ଅଜଣା ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ଏବଂ ଦୁଷ୍କର୍ମ ମାମଲା ରୁଜୁ କରିଛି । ସୂଚନା ପାଇଁ ସହରର ବିଭିନ୍ନ ସ୍ଥାନରେ ଫଟୋ ଲଗାଇଛି । କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ଭାର ହସ୍ତାନ୍ତର କରାଯାଇଛି । ଏପଟେ ଓଡିଶା ପୋଲିସ ମଧ୍ୟ ନାବାଳିକାର ପରିଚୟ ଖୋଜୁଛି । ଗୁଜୁରାଟ ପୋଲିସର ଖବର ପାଇବା ପରେ ତତ୍ପର ହୋଇପଡିଛି ଓଡିଶା ପୋଲିସ । ଏନେଇ ସବୁ ଥାନାକୁ ପିଡିତାଙ୍କ ଫଟୋ ପଠାଯାଇଛି ସୂଚନା ମିଳିବାପରେ ସୁରଟାପୋଲିସକୁ ସୂଚନା ଦିଆଯିବ ବୋଲି କହିଛନ୍ତି ପୋଲିସ ଡିଜି ।

ONA

Leave a Reply

Top