You are here
Home > ଲାଟେଷ୍ଟ > ସାରଥୀ ନିରାଶ : ସୁପ୍ରିମକୋର୍ଟରେ ଜାମିନ୍ ଆବେଦନ ପୁଣି ଖାରଜ

ସାରଥୀ ନିରାଶ : ସୁପ୍ରିମକୋର୍ଟରେ ଜାମିନ୍ ଆବେଦନ ପୁଣି ଖାରଜ

ଭୁବନେଶ୍ୱର : ପୁଣି ନିରାଶ ହୋଇଛନ୍ତି ଆତ୍ମଘୋଷିତ ଗଡ୍ ମ୍ୟାନ୍ ସନ୍ତୋଷ ରାଉଳ ଓରଫ ସାରଥୀ । ବାରିମୂଳ ଆଶ୍ରମରେ ମା, ଝିଅଙ୍କୁ ନିର୍ଯାତନା ଦେବା ମାମଲାରେ ସାରଥୀଙ୍କ ଜାମିନ୍ ଆବେଦନ ଦ୍ବିତୀୟ ଥର ପାଇଁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ ।

ଜେଲରୁ ମୁକୁଳି ଖୋଲାରେ ନିଶ୍ବାସ ନେବାକୁ ସାରଥୀଙ୍କର ଯେତିକି ବ୍ୟଗ୍ରତା ବଢିଛି, ସେତିକି ନିରାଶ ହେବାକୁ ପଡୁଛି । ଦ୍ବିତୀୟ ଥର ଲାଗି ସୁପ୍ରିମକୋର୍ଟଙ୍କ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ରାପଡା ବାରିମୂଳ ଆଶ୍ରମରେ ମା, ଝିଅଙ୍କୁ ନିର୍ଯାତନା ଦେବା ମାମଲା ବେଶ ସଂଗୀନ । ତେଣୁ ସର୍ବୋଚ୍ଚ ନ୍ୟାୟାଳୟର ଜଷ୍ଟିସ ଏମ୍.ଭି ରମନ୍ନା ଓ ଜଷ୍ଟିସ ଅବଦୁଲ ନାଜିରଙ୍କ ଖଣ୍ଡପୀଠ ଜାମିନ ପାଇଁ ସାରଥୀ ଓକିଲଙ୍କ ଯୁକ୍ତିକୁ ଗ୍ରହଣ କରି ନାହାନ୍ତି । ଆଗରୁ ୨୦୧୭ରେ ଏହି ମାମଲାରେ ସାରଥୀଙ୍କ ଜାମିନ୍ ଖାରଜ ହୋଇ ଯାଇଥିଲା ।

୨୦୧୫ ଅଗଷ୍ଟ ୮ରେ ବାରିମୂଳ ଆଶ୍ରମରୁ ସାରଥୀକୁ ଗିରଫ କରିଥିଲା ପୋଲିସ । ଏଭିତରେ ଚୌଦ୍ବାର ଜେଲ ଭିତରେ ପ୍ରାୟ ୩ବର୍ଷ ପୁରିବାକୁ ବସିଲାଣି । ବିଶ୍ବାସ ନାଁରେ ଲୋକଙ୍କୁ ପ୍ରବଞ୍ଚନା ଦେବା, ଭରସାର ସୁଯୋଗ ନେଇ ନିର୍ଯାତନା ଦେବା ଭଳି ସଂଗୀନ ଅଭିଯୋଗ ଆସିଥିଲା ସାରଥୀଙ୍କ ବିରୋଧରେ । ବର୍ଷ ବର୍ଷ ଧରି ବିଶ୍ବାସର ମାୟାଜାଲରେ ଫସାଇ ଶହ ଶହ ଭକ୍ତଙ୍କୁ ଠକି ଆସୁଥିଲେ । ତେବେ ଏସବୁ ସୀମା ଡେଇଁ ଯିବା ପରେ ଧରା ପଡି ଯାଇଥିଲେ ସାରଥୀ । ଗିରଫ ହେବା ବେଳେ ନିଜେ କରିଥିବା ଭୁଲ ସବୁକୁ ମାନିବାକୁ ପ୍ରସ୍ତୁତ ନଥିଲେ । ଏସବୁ ଯେ ଅପରାଧ ତାହା ମାନିବାକୁ ତୟାର ନଥିଲେ । ଜାଲିଆତି ଓ ଠକେଇ ଭଳି ସଂଗୀନ ଅଭିଯୋଗରେ ଆଇନର ଜାଲରେ ଛନ୍ଦି ହେବା ପରେ ସାରଥୀଙ୍କ ମୁହଁରୁ ସବୁ ମୁଖା ଖସି ଯାଇଥିଲା । ବାରିମୂଳ ଆଶ୍ରମରୁ ସୁନା ରୁପା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ଜବତ ହୋଇଥିଲା ।

ହାଇଦ୍ରାବାଦର ଏକ ହୋଟେଲରେ ବାବା ସାରଥୀଙ୍କ ଏଇ ଫଟୋକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।  ହେଲେ ପରେ ସାରଥୀଙ୍କର ସବୁ କାରନାମା ପଦାକୁ ଆସିଥିଲା । ଠିକ ଯେମିତି ରାମରହିମ ଏବଂ ଆଶାରାମଙ୍କ କ୍ଷେତ୍ରରେ । ହଜାର ହଜାର ଭକ୍ତଙ୍କ ବିଶ୍ବାସ ସହ ଖେଳି ସେମାନଙ୍କୁ ପ୍ରତାରିତ କରିବା, ଯୌନ ଉତ୍ପୀଡନ, ହତ୍ୟା, ନିର୍ଯାତନା ଦେବା ଭଳି ସଂଗୀନ ମାମଲାରେ ରାମ ରହିମ ଏବଂ ଆଶାରାମ ଏବେ ଦୋଷୀ ସାବ୍ୟସ୍ତ ହୋଇ କଠୋର ଜେଲ ଦଣ୍ଡ ଭୋଗୁଛନ୍ତି । ଏହି ଦୁଇ ମାମଲା ପରେ ଆଇନ ଆହୁରି ଶକ୍ତ ହୋଇଛି । କୋର୍ଟ ଉପରେ ଲୋକଙ୍କ ଭରସା ବଢିଛି । ତେଣୁ ସାରଥୀଙ୍କ ଦ୍ବାରା ନିର୍ଯାତିତ ହୋଇଥିବା ଅଭିଯୋଗକାରୀଙ୍କୁ ଯେ ନ୍ୟାୟ ମିଳିବ ଏଥିରେ ସନ୍ଦେହ ନାହିଁ ।

 

 

ONA

Leave a Reply

Top