You are here
Home > ଲାଟେଷ୍ଟ > ପୃଥ୍ୱୀ-୨ର ସଫଳ ପରୀକ୍ଷଣ

ପୃଥ୍ୱୀ-୨ର ସଫଳ ପରୀକ୍ଷଣ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ରଗାରରୁ ମାତ୍ର ଗୋଟିଏ ମିନିଟ୍ ବ୍ୟବଧାନରେ ଆଜି ଦୁଇଟି ମଧ୍ୟମ ଦୂରଗାମୀ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ୩ ନମ୍ବର ଲଞ୍ଚପ୍ୟାଡ ଆରଟିଆରରୁ ଆଜି ସକାଳ ୯ଟା ୩୭ ଓ ୯ଟା ୩୮ ମିନିଟରେ ଏହି ଦୁଇଟି କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ସାଲଭୋ ମୋଡରେ ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ରକୁ ଛଡାଯାଇଥିଲା । ଜରୁରୀକାଳିନ ପରିସ୍ଥିତିର ମୁକାବିଲା ଓ ପ୍ରସ୍ତୁତି ସମ୍ପର୍କରେ ଅବଗତ ହେବା ପାଇଁ ଏହି ପରୀକ୍ଷା ହୋଇଥିବା କୁହାଯାଉଛି । ସରଫେସ୍ ଟୁ ସରଫେସ ବାଲେଷ୍ଟିକ କ୍ଷେପଣାସ୍ତ୍ର ପୃଥ୍ୱୀର ଲମ୍ବ ୮.୫୬ ମିଟର, ମୋଟେଇ ୧୧୦ ମେଣ୍ଟିମିଟର ଏବଂ ଓଜନ ୪୬୦୦ କିଲୋଗ୍ରାମ । ପ୍ରାୟ ୨୫୦ରୁ ୩୫୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ରର ୫୦୦ରୁ ୧୦୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି ।
ସେହିପରି ଗତ ୧୬ ତାରିଖରେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୪ ନମ୍ବର ଲଞ୍ଚପ୍ୟାଡରୁ ‘ଇଣ୍ଟରସେପ୍ଟର’ କ୍ଷେପଣାସ୍ତ୍ର ପରୀକ୍ଷାଣ କରାଯାଇଥିଲା । କ୍ଷେପଣାସ୍ତ୍ରକୁ ଲକ୍ଷ୍ୟ କରାଯାଇ ଅବଦୁଲ କଲାମ ଦ୍ୱିପରୁ ଆଉ ଏକ ‘ଏୟାର ଡିଫେନ୍ସ’ କ୍ଷେପଣାସ୍ତ୍ର ଛଡାଯାଇଥିଲା । କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ଉତକ୍ଷେପଣ ହୋଇପାରି ନଥିଲା । ଫଳରେ ଆକାଶ ମାର୍ଗରେ କ୍ଷେପଣାସ୍ତ୍ର ଦ୍ୱାରା ଧ୍ୱଂସ କରାଯିବା ଲକ୍ଷ୍ୟ ସଫଳ ହୋଇପାରିନଥିଲା । ସମୁଦ୍ର ଭିତରେ ୪୦ କିଲୋମିଟର ଦୂରତ୍ୱ ମଧ୍ୟରେ ଇଣ୍ଟରସେପ୍ଟରକୁ ଲକ୍ଷ୍ୟଭେଦ କରିବାର ଯୋଜନା ରଖାଯାଇ ଏଭଳି ପରୀକ୍ଷଣ କରାଯାଇଥିଲା । ଏହି କ୍ଷେପଣାସ୍ତ୍ରର ଉଚ୍ଚତା ୭.୫ ମିଟର ଓ ଗୋଲେଇ .୦୫ ମିଟର ହୋଇଥିବା ବେଳେ ୧.୨ ଟନ୍ ଶକ୍ତି ବହନ କରିପାରିବ ।

ONA

Leave a Reply

Top