You are here
Home > କୃଷି > ଅକ୍ଷିମୁଠି ଅନୁକୂଳ କଲେ ନବୀନ: ରାଜ୍ୟସ୍ତରୀୟ କୃଷକ ଦିବସ ପାଳିତ

ଅକ୍ଷିମୁଠି ଅନୁକୂଳ କଲେ ନବୀନ: ରାଜ୍ୟସ୍ତରୀୟ କୃଷକ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ନାକଚି ଗ୍ରାମରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିର ଏହି ପବିତ୍ର ଅକ୍ଷୟ ତୃତୀୟାରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଅଖିମୁଠି ଅନୁକୂଳ କରିଛନ୍ତି ।

ରାଜ୍ୟରେ ସମସ୍ତ ଚାଷୀମାନେ ଅକ୍ଷୟ ତୃତୀୟା ପାଳନ କରୁଥିବା ବେଳେ ସରକାରୀ ଭାବେ ଏହି ଦିନଟିକୁ କୃଷକ ଦିବସ ଭାବେ ପାଳନ କରାଯାଉଛି । ରାଜ୍ୟସ୍ତରୀୟ କୃଷକ ଦିବସ ଉତ୍ସବରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସ୍ଥାନୀୟ ବିଧାୟକ ସଞ୍ଜିବ ସାହୁ, ବିଧାୟକ ବ୍ରଜକିଶୋର ପ୍ରଧାନ, ସାଂସଦ ତଥାଗତ ଶତପଥୀ ଏବଂ ବିଧାୟକ ରଜନୀକାନ୍ତ ସିଂହ ଯୋଗ ଦେଇଛନ୍ତି ।

ONA

Leave a Reply

Top