40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଅନୁଭବଙ୍କ ପ୍ରେସ୍ ରିଲିଜ୍‌

ଅନୁଭବଙ୍କ ପ୍ରେସ୍ ରିଲିଜ୍‌

କଟକ : ଅନୁଭବ – ବର୍ଷା ସଂପର୍କକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଆଜି ଏକ ପ୍ରେସ୍ ରିଲିଜ୍ କରିଛନ୍ତି ଅନୁଭବ ମହାନ୍ତି । ଛାଡ଼ପତ୍ର ପିଟିସନକୁ ନେଇ ସାଂସଦ ଅନୁଭବ ମହାନ୍ତି ପ୍ରେସ୍ ରିଲିଜ କରି କହିଛନ୍ତି ଯେ, ବ୍ୟକ୍ତିଗତ ଜୀବନକୁ ସର୍ବସାଧାରଣ ସମ୍ମୁଖକୁ ଆସିବାକୁ ଚାହୁଁ ନଥିଲି ।ସେ କହିଛନ୍ତି ଯେ,’ ଗତ କିଛି ଦିନ ହେବ ମୁଁ ନିରବ ଥିଲି । ଗଣମାଧ୍ୟମରେ ମୋ ବିରୋଧରେ ଉଦ୍ଦେଶ୍ୟମୂଳକ ଖବର ପ୍ରସାରିତ ହେଲା । ସ୍ୱାଭିମାନ ସମସ୍ତଙ୍କର ଅଧିକାର, ସବୁ କାହାଣୀର ୨ଟି ପାଖ ଅଛି । ବିବାହ ବିଫଳତା କେବଳ ମୋ ପକ୍ଷରେ ଘଟିନାହିଁ । ବର୍ଷାଙ୍କୁ ମୁଁ ବହୁତ ଭଲପାଏ ଓ ତାଙ୍କୁ ବିବାହ କରିଛି । ସଫଳ ନାରୀ ଭାବେ ବର୍ଷାଙ୍କୁ ବହୁତ ସମ୍ମାନ କରେ । ବହୁତ ଦିନରୁ ମୋ ବୈବାହିକ ଜୀବନରେ ବିଭ୍ରାଟ ଦେଖାଦେଇଛି । ସମସ୍ୟାର ସମାଧାନ ପାଇଁ ବହୁତ ଉଦ୍ୟମ କରି ବିଫଳ ହୋଇଛି । ଆପୋଷ ବୁଝାମଣାରେ ଛାଡପତ୍ର ପାଇଁ ମୁଁ ଓ ମୋ ପରିବାର ଚେଷ୍ଟା କରିଥିଲୁ । ଉଭୟଙ୍କ ସାମାଜିକ ପ୍ରତିଷ୍ଠା ଓ ସ୍ୱାଭିମାନକୁ ଧ୍ୟାନରେ ରଖି ଉଦ୍ୟମ କରିଥିଲୁ ।’

ଏହା ପରେ ଶେଷରେ ଗତ ଜୁଲାଇରେ କୋର୍ଟର ଦ୍ୱାରସ୍ଥ ହେଲି । ବର୍ଷାଙ୍କୁ ଜଣେ ମହିଳା, ଜଣେ ବ୍ୟକ୍ତି ଓ ପରିଶ୍ରମୀ କର୍ମୀଭାବେ ସମ୍ମାନ କରେ । ମୁଁ ଓ ମୋ ଓକିଲ ଆମ ଆବେଦନକୁ ଗୁପ୍ତ ରଖିଥିଲୁ । ଗତ କିଛି ମାସ ହେଲା ମୋ ବାପା ଅସୁସ୍ଥ ଅଛନ୍ତି । ଇଶ୍ୱର ଓ ନ୍ୟାୟ ବ୍ୟବସ୍ଥା ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି ବୋଲି ଅନୁଭବ କହିଛନ୍ତି । ତେବେ ମାମଲା ବିଚାରଧୀନ ଅଛି, ତେଣୁ ଅଧିକ ମନ୍ତବ୍ୟ ଦେବାକୁ ଚାହୁଁନାହିଁ ବୋଲି ଅନୁଭବ କହିଥିଲେ । ଏହା ସହ ବର୍ଷା ଓ ତାଙ୍କ ପରିବାର, ମୁଁ ଓ ମୋ ପରିବାର ସ୍ୱାଭିମାନକୁ ସମ୍ମାନ ଦିଆଯାଉ । ଏହି ଦୁଃଖବେଳେ ମୋ ବ୍ୟକ୍ତିଗତ ଜୀବନକୁ ନେଇ ଅପପ୍ରଚାର କରାନଯାଉ ବୋଲି ଅନୁଭବ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking