You are here
Home > Breaking News > ଶ୍ରୀମନ୍ଦିରକୁ ନେଇ ବିଧାନସଭା ଅଚଳ

ଶ୍ରୀମନ୍ଦିରକୁ ନେଇ ବିଧାନସଭା ଅଚଳ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଏବେ ନୀତି ବିଭ୍ରାଟ ଲାଗି ରହିଛି । ଅବ୍ୟବସ୍ଥାର ଶିକାର ହୋଇଛନ୍ତି ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ । ୨ ଦିନ ଓପାସରେ ରହିଛନ୍ତି ମହାପ୍ରଭୁ । ସେପଟେ ଅସନ୍ତୁଷ୍ଟ ସୁଆର-ମହାସୁଆରମାନେ ସେମାନଙ୍କ ଦାବି ପୂରଣ ଲାଗି ଧାରଣାରତ । ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ କିଛି ଦୃଢ ପଦକ୍ଷେପ ନେବାକୁ ଅନୁରୋଧ କରିଛି । କିନ୍ତୁ ଶ୍ରୀମନ୍ଦିରରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ଆଜି ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।

ବିରୋଧିଙ୍କ ଶ୍ରୀମନ୍ଦିର ନୀତି ବିଭ୍ରାଟକୁ ନେଇ ବିଭିନ୍ନ ସ୍ଲୋଗାନ ଦେବାରେ ଲାଗିଛନ୍ତି । ବିରୋଧି ଦଳର ପ୍ରାୟ ସମସ୍ତ ସଭ୍ୟମାନେ ବାଚସ୍ପତିଙ୍କ ନିକଟକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବାର ଦେଖାଯାଇଛି । ଫଳରେ ମାନ୍ୟବର ବାଚସ୍ପତି ଏକ ସର୍ବଦଳୀୟ ବୈଠକ ଡ଼କାଇଛନ୍ତି । ବିଧାନସଭାରେ ଏକ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏହି ସର୍ବଦଳୀୟ ବୈଠକରେ ଶ୍ରୀମନ୍ଦିରରେ ଦେଖାଦେଇଥିବା ଅଚଳାବସ୍ଥା ତଥା ବିଭ୍ରାଟର ସମାଧାନ କିପରି ତୁରନ୍ତ ହେବ ସେ ନେଇ ଆଲୋଚନା କରିବେ ସବୁଦଳର ସଦସ୍ୟମାନେ ।

ONA

Leave a Reply

Top