29.4 C
Bhubaneswar
Thursday, April 18, 2024
Homeଖେଳବିରାଟ ଏବଂ ରୋହିତ ନେଲେ ଓ୍ଵିକେଟ, ଖୁସିରେ ନାଚିଲେ ଅନୁଷ୍କା

ବିରାଟ ଏବଂ ରୋହିତ ନେଲେ ଓ୍ଵିକେଟ, ଖୁସିରେ ନାଚିଲେ ଅନୁଷ୍କା

ବ୍ୟୁରୋ : ବିଶ୍ୱକପରେ ରେକର୍ଡ କରିଛି ଭାରତୀୟ ଟିମ୍‌ । ବିଶ୍ୱକପ ୨୦୨୩ର ସମସ୍ତ ଲିଗ୍‌ ମ୍ୟାଚକୁ ଜିତି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି ଭାରତ । ଶେଷ ଲିଗ୍ ମ୍ୟାଚରେ ନେଦରଲାଣ୍ଡକୁ ହରାଇ ବିଜୟ ହାସଲ କରିଛି ଭାରତ । ଅପରାଜେୟ ଦଳ ଭାବରେ ସେମି ଫାଇନାଲ ପହଞ୍ଚିଛି ଟିମ୍‌ ଇଣ୍ଡିଆ । ଆଉ ଶେଷ ମ୍ୟାଚରେ କିଛି ନୂଆ ତରିକା ଆପଣାଇଥିଲେ ଅଧିନାୟକ ରୋହିତ ଶର୍ମା । ରୋହିତ ଶର୍ମା, କିଙ୍ଗ କୋହଲି, ଶୁଭମନ ଗିଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ସହ ବୋଲିଂ କରିଥିଲେ । ଆଉ ଏହି ମ୍ୟାଚରେ ବିରାଟ ଏବଂ ରୋହିତ ନିଜର ପ୍ରଥମ ବିଶ୍ୱକପ ୱିକେଟ ହାସଲ କରିଛନ୍ତି ।ନେଦରଲାଣ୍ଡ ମ୍ୟାଚ ସମୟରେ ଏକ କ୍ୟାଚ୍‌ ଧରି ଷ୍ଟାର ବୋଲର ମହମ୍ମଦ ସିରାଜ ଆହତ ହେବା ପରେ ବିରାଟ କୋହଲି ବୋଲିଂ ଦାୟିତ୍ୱ ନେଇଥିଲେ । ୨୫ତମ ଓଭରର ତୃତୀୟ ବଲରେ ନେଦରଲାଣ୍ଡର ଅଧିନାୟକ ସ୍କଟ ଏଡୱାର୍ଡସଙ୍କ ଓ୍ଵିକେଟ ହାସଲ କରିଥିଲେ ବିରାଟ । ବିରାଟଙ୍କୁ ବୋଲିଂରେ ସଫଳତା ପାଇବା ଦେଖି ଷ୍ଟାଡିୟମରେ ନାଚି ଉଠିଥିଲେ ଅନୁଷ୍କା ଶର୍ମା । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଅନୁଷ୍କାଙ୍କ ସମେତ ବିରାଟ ଫ୍ୟାନ୍ସମାନେ ମଧ୍ୟ ବିରାଟଙ୍କ ଏହି ଜଲୱା ଦେଖି ଖୁସିରେ ନାଚି ଉଠିଥିଲେ ।ସେହିପରି ଭାରତୀୟ ଅଧିନାୟକ ରୋହିତ ଶର୍ମା ୪୮ ଓଭରରେ ତେଜା ନିଦାମନୁରଙ୍କ ଓ୍ଵିକେଟ ନେଇଥିଲେ । ରୋହିତ ୭ ବର୍ଷ ପରେ ଦିନିକିଆ ଫର୍ମାଟରେ ଓ୍ଵିକେଟ ନେଇଛନ୍ତି । ଆଉ ଏହାକୁ ଦେଖିବା ପରେ ରୋହିତଙ୍କ ପତ୍ନୀ ରିତିକା ସଜଦେହ ବହୁତ ଖୁସି ହୋଇଯାଇଛନ୍ତି । ଆଉ ଏହାର ଭିଡିଓ ମଧ୍ୟ ଭାଇରଲ ହେବାରେ ଲାଗିଛି । ଭାଇରଲ ଭିଡିଓରେ ୟୁଜର୍ସ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking