You are here
Home > ବଡ଼ଖବର > ବିଦ୍ୟୁୂତ୍ କର୍ମଚାରୀଙ୍କ ପାଇଁ ଏସମା ମିଆଦ ୬ ମାସ ବଢ଼ିଲା

ବିଦ୍ୟୁୂତ୍ କର୍ମଚାରୀଙ୍କ ପାଇଁ ଏସମା ମିଆଦ ୬ ମାସ ବଢ଼ିଲା

ଭୁବନେଶ୍ୱର: ବିଦ୍ୟୁତ୍ କର୍ମଚାରୀଙ୍କ ଧର୍ମଘଟକୁ ବନ୍ଦ କରିବା ପାଇଁ ରାଜ୍ୟ ସରକାର ଅତ୍ୟାବଶ୍ୟକ ସେବା ଆଇନ (ଏସ୍ମା)ର ମିଆଦ ଆଉ ୬ ମାସ ବୃଦ୍ଧି କରିଛନ୍ତି । ଗ୍ରୀଡ଼କୋ, ଓପିଇସିଏଲ୍, ଓଏଚ୍ପିସି, ନେସ୍କୋ, ସେସ୍କୋ, ୱେସ୍କୋ, ସାଉଥ୍କୋ ସବୁ ବିଦ୍ୟୁତ୍ ସେବାର ସଂସ୍ଥାଗୁଡ଼ିକ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେଉଛି । ଏହି ୬ ମାସ ଭିତରେ ସେମାନେ କୌଣସି ଆନ୍ଦୋଳନକୁ ଯାଇପାରିବେ ନାହିଁ । ଯଦି ଏହି ନିୟମକୁ ଭଙ୍ଗ କରି ସେମାନେ ଆନ୍ଦୋଳନକୁ ଯାଆନ୍ତି । ତେବେ ସେମାନଙ୍କ ଆନ୍ଦୋଳନ ବେଆଇନ ଘୋଷିତ ହେବ ଏବଂ ପୋଲିସ୍ ସେମାନଙ୍କୁ ଗିରଫ କରିବ । ଏଥିରେ ପୋଲିସ୍କୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି ।

ONA

Leave a Reply

Top