You are here
Home > ଲାଟେଷ୍ଟ > ନକ୍ସଲଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ

ନକ୍ସଲଙ୍କ ଉପରେ ସର୍ଜିକାଲ ଷ୍ଟ୍ରାଇକ

-୬ ମୃତ ଦେହ ଠାବ , ୧୫ ଜଣଙ୍କ ମୃତୁ ୍ୟ ସମ୍ଭାବନା
ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାର ତୁଷାପାଳ ଏବଂ ବେଚାକିଲମ ଜଙ୍ଗଲରେ ଆଜି ସକାଳୁ ସୁରକ୍ଷା କର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ଅନେକ ନକ୍ସଲ ମୃତାହତ ହୋଇଥିବା ଜଣା ପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରୁ ୬ ଜଣ  ମାଓବାଦୀଙ୍କର ଶବ ଉଦ୍ଧାର କରାଯାଇଥିବା ବେଳେ ୫ଟି ବନ୍ଧୁକ ଜବତ ହୋଇଛି । ବିଶେଷ ସୁତ୍ରରୁ ସୂଚନା ମିଳିବା ପରେ ପୋଲିସ ମାଓବାଦୀ ଆଡ୍ଡା ଉପରେ ଚଢ଼ଉ କରାଯାଇଥିଲା । ନକ୍ସଲଙ୍କ ଉପରେ ହୋଇଥିବା ଏହି ସର୍ଜିକାଲ ଷ୍ଟ୍ରାଇକରେ ୧୫ଜଣ ନକ୍ସଲଙ୍କ ମୃତୁ ୍ୟ ହୋଇଥିବା ଅନୁମାନ କରାଯାଉଛି । ନାରାୟଣପୁର ପୋଲିସ ଅଧୀକ୍ଷକ ଅଭିଷେକ ମିନା କହିଛନ୍ତି ଯେ, ନାରାୟଣପୁର ଓ କୋଣ୍ଡାଗାଓ ଜିଲ୍ଲା ପୋଲିସର ମିଳିତ ଚଢ଼ଉ କରାଯାଇଥିଲା ।
ଗତ ଗୁରୁବାର ମାଲକାନଗିରି ସୀମାନ୍ତ ଛତିଶଗଡର ଦାନ୍ତେୱାଡା ଜିଲ୍ଲା ଗଣ୍ଡପାଲି ଜଙ୍ଗଲରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୬ଜଣ ମାଓବାଦୀଙ୍କ ମୃତୁ ୍ୟ ହୋଇଥିଲା ।  ସେମାନଙ୍କ ମଧ୍ୟରେ ତିନି ଜଣ ମହିଳା ମାଓବାଦୀ ଥିଲେ । ଗଣ୍ଡପାଲି ଜଙ୍ଗଲରେ ମାଓବାଦୀ ଶିବିର ଚାଲିଥିବା ଖବର ପାଇ ଗତକାଲି ସ୍ଥାନୀୟ ଡିଆରଜି, ସିଆରପିଏଫ୍, ଏସଟିଏଫ୍ ଓ ସୁକମା ଡିଆରଜି ପକ୍ଷରୁ ମିଳିତ ଅପରେସନ୍ କରାଯାଇଥିଲା । ପୋଲିସର ଉପସ୍ଥିତି ଜାଣିପାରି ମାଓବାଦୀମାନେ ପାଲଟା ଗୁଳି ଚଳାଇଥିଲେ । ପୋଲିସ ମଧ୍ୟ ଉପଯୁକ୍ତ ଜବାବ ଦେଇଥିଲା । ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା । ଗତମାସ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଆନ୍ଧ୍ର ଗ୍ରେହାଉଣ୍ଡ ଓ ଓଡ଼ିଶା ପୋଲିସର ମିଳିତ ଅପରେସନରେ ୩୦ଜଣ ମାଓବାଦୀଙ୍କ ମୃତୁ ୍ୟ ହୋଇଥିଲା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ କୁୁଡୁମୁଲୁଗୁମ୍ମା ବ୍ଲକ ପଣସପୁଟ ପଞ୍ଚାୟତ ଯନ୍ତ୍ରୀଠାରେ ପୋଲିସ ଏକ ମାଓବାଦୀ ଶିବିରରେ ଚଢ଼ଉ କରିବା ଫଳରେ ୧୦ଜଣ କ୍ୟାଡର ମାଓବାଦୀଙ୍କ ସମେତ ପ୍ରାୟ ୩୦ଜଣ ମାଓବାଦୀ ନିହତ ହୋଇଥିଲେ । ଏହି ବଡ ଧରଣର ଏନକାଉଣ୍ଟର ପରେ  ଲାଲ ଗଡ ଭୁଷୁଡିବାକୁ ଲାଗିଛି । ଗଲା ୨୦ ଦିନ ମଧ୍ୟରେ ୧୦ରୁ ଉଦ୍ଧ୍ୱର୍ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ପାଖାପାଖି ୫୦ଜଣ ନିହତ ହୋଇଛନ୍ତି ।

ONA

Leave a Reply

Top