You are here
Home > ଲାଟେଷ୍ଟ > ସିୱେଜ୍ ମ୍ୟାନେଜର ହତ୍ୟା ମାମଲା: କୋଲକାତାରେ ଓଡ଼ିଶା ପୋଲିସ

ସିୱେଜ୍ ମ୍ୟାନେଜର ହତ୍ୟା ମାମଲା: କୋଲକାତାରେ ଓଡ଼ିଶା ପୋଲିସ

ପାରାଦୀପ: ପାରାଦ୍ୱୀପସ୍ଥିତ ସିୱେଜ ସିପିଂ ସଂସ୍ଥାର ଜିଏମ ମହେନ୍ଦ୍ର ସ୍ୱାଇଁଙ୍କ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବା ପାଇଁ ଆଜି ଓଡ଼ିଶା ପୋଲିସର ଏକ ଟିମ କୋଲକାତା ଗସ୍ତ କରିଛି ବୋଲି ଅତିରିକ୍ତ ଆରକ୍ଷୀ ଅଧିକାରୀ ଗଦାଧର ପ୍ରଧାନ ସୂଚନା ଦେଇଛନ୍ତି  । ଅଭିଯୁକ୍ତଙ୍କୁ ଧରିବା ପାଇଁ ଗତକାଲି  କଟକ, ଯାଜପୁର, ମାହାଙ୍ଗା, କେନ୍ଦ୍ରାପଡାର ବିଭିନ୍ନ  ଅଞ୍ଚଳରେ ଚଢ଼ଉ କରିଥିଲା । ସୂଚନାଯୋଗ୍ୟ, ଅକ୍ଟୋବର ୨୬ ତାରିଖ ଦିନ ସିୱେଜ ମ୍ୟାନେଜର ମହେନ୍ଦ୍ରଙ୍କୁ ହତ୍ୟା କରାଯିବା ପରେ  ତାଙ୍କ ବଡ ଭାଇ ଓଏସଏଲ ପରିଚାଳନା ନିଦେ୍ର୍ଦଶକ ମହିମା ମିଶ୍ର, ମ୍ୟାନେଜର ବସନ୍ତ କୁମାର ବଳ, ଦେବୀ ତ୍ରିପାଠୀ ଏବଂ ଶୁଭ ଆଚାର୍ଯ୍ୟଙ୍କ ନାରେ ଥାନାରେ ଏତଲା ଦେଇଥିଲେ ।    ନିକଟରେ ମନୋଜଙ୍କ ପରିବାରବର୍ଗଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ୍ ବିଭିନ୍ନ ସ୍ଥାନରେ ଚଢଉ ଆରମ୍ଭ କରିଛି । ପାରାଦ୍ୱୀପରେ ଥିବା ଓଏସଏଲ କାର୍ଯ୍ୟାଳୟ ଏବଂ ଓଏସଏଲ ଅଧିକାରୀଙ୍କ ଘର ଉପରେ ଚଢଉ କରିବା ସହ ୩ ଅଧିକାରୀଙ୍କ ୧୦ଟି ବ୍ୟାଙ୍କ ଆକାଉଣ୍ଟ ସିଲ କରିଥିଲା । ଗତମାସ ୨୬ତାରିଖରେ ସିୱେଜ ଷ୍ଟିଭେଡର ସଂସ୍ଥାର ଜିଏମ ମହେନ୍ଦ୍ର ସ୍ୱାଇଁଙ୍କୁ ବିଚ ରାସ୍ତାରେ ହତ୍ୟା କରାଯାଇଥିଲା । ଅପରାଧୀମାନେ ତାଙ୍କ ଗାଡି ଉପରେ ବୋମାମାଡ ପରେ ଗୁଳିମାଡ କରିଥିଲେ । ଘଟଣାସ୍ଥଳରେ ମହେନ୍ଦ୍ରଙ୍କ ମୃତୁ୍ୟ ଘଟିଥିଲା । ଏ ନେଇ ତାଙ୍କ ପରିବାର ପକ୍ଷରୁ ପାରାଦ୍ୱୀପ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଷ୍ଟିଭେଡରିଂ କାରବାର ପାଇଁ ମହେନ୍ଦ୍ରଙ୍କୁ ହତ୍ୟା କରାଯାଇଛି ଓ ଓଏସଏଲ ଅଧିକାରୀମାନେ ହତ୍ୟା ପଛରେ ଅଛନ୍ତି ବୋଲି ପରିବାର ପକ୍ଷରୁ ଆଶଙ୍କା କରାଯାଇଥିଲା । ହତ୍ୟାକାଣ୍ଡ ଘଟଣାର କିଛିଦିନ ପରେ ଓଏସଏଲ ଅଧିକାରୀଙ୍କ ନାମରେ ପୋଲିସ ଲୁକ ଆଉଟ ସର୍କୁଲାର ଜାରି କରିଥିଲା । ତଥାପି ସେମାନେ ପୋଲିସ ସାମ୍ନାକୁ ଆସି ନ ଥିଲେ ।

ONA

Leave a Reply

Top