You are here
Home > ବଡ଼ଖବର > କେନ୍ଦ୍ରାପଡ଼ାରେ ଜଣେ ସରପଂଚ ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ

କେନ୍ଦ୍ରାପଡ଼ାରେ ଜଣେ ସରପଂଚ ପ୍ରାର୍ଥୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ

ଭୁବନେଶ୍ୱର: ଭାଇରାଲ ଭିଡ଼ିଓ ଏବେ ରାଜ୍ୟରେ ବ୍ୟାପୀଚାଲିଛି । ବିଭିନ୍ନ ଅଂଚଳରେ ଏହି ଘଟଣା ଦେଖିବାକୁ ମିଳୁଛି । ପୁଲିସର ସାଇବର ଅପରାଧ ଶାଖାର ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । କିଛିଦିନ ତଳେ କେନ୍ଦ୍ରପଡ଼ାରେ ଏକ ସେକ୍ସ ଭିଡିଓ ଭାଇରାଲ ହୋଇଥିଲା ବେଳେ ଏବେ ପୁଣି ଏକ ଭିଡ଼ିଓ ଭାଇରାଲ ହୋଇଛି । ଜଣେ କଲେଜ ଛାତ୍ରୀଙ୍କ ଭିଡ଼ିଓ ଭାଇରାଲ ପରେ ଏବେ ଜଣେ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହିଳାଜଣଙ୍କ ଜଣେ ନେତ୍ରୀ । ଗତ ସରପଂଚ ନିିର୍ବାଚରେ ପ୍ରାର୍ଥୀ ହୋଇଥିଲେ । ମହିଳାଜଣକଙ୍କର ଯେଉଁ ଭିଡ଼ିଓ ଭାଇିରାଲ କରାଯାଇଛି ସେଥିରେ ସେ ଜଣେ ବ୍ୟକ୍ତିଙ୍କ ସହ ଅସଞ୍ଜତ ଅବସ୍ଥାରେ ଥିବା ଦୃଶ୍ୟ ପରିଲକ୍ଷିତ ହୋଇଛି । ଭିଡ଼ିଓଟି ୱାର୍ଟସପ, ଫେସବୁକ, ପର୍ଣ୍ଣ ସାଇଟରେ କେହି ଅପଲୋଡ଼ କରିଛି । ଭିଡ଼ିଓର ଅବଧି ୧ ମିନିଟ ୪୨ ସେକେଣ୍ଡ ରହିଛି । ସମ୍ପୃକ୍ତା ମହିଳା ଜଣଙ୍କ ବିବାହିତା । ସହରର ଉପକଣ୍ଠ ଅଂଚଳରେ ସେ ବସବାସ କରନ୍ତି ବୋଲି କୁହାଯାଉଛି । ଅତିତରେ ଏକ ଦୂର୍ବଳ ମୁହୂର୍ତ୍ତର ଘଟଣାକୁ ନେଇ କିିଏ ଭିଡ଼ିଓ କରି ରଖିଥିଲା ତାହା ଏବେ ଭାଇରାଲ କରିଛି । ଏକ ନିର୍ଦ୍ଦିଷ୍ଟ ଦଳରୁ ସେ ୨୦୧୨ ସରପଂଚ ନିର୍ବାଚରେ ପ୍ରାର୍ଥୀ ହୋଇଥିଲେ । ପୁଲିସ ଏ ସମ୍ପର୍କରେ ଖବର ପାଇ ନ ଥିବା କହିଛି । କିନ୍ତୁ ବର୍ତମାନ ତା ଉପରେ ପୁଲିସ ପକ୍ଷରୁ ଯାଂଚ ଆରମ୍ଭ ହୋଇଛି ।

ONA

Leave a Reply

Top