You are here
Home > ଲାଟେଷ୍ଟ > ଏଣିକି ବେଆଇନ ନିର୍ମାଣ ହୋଇପାରିବ ନିୟମିତ : ସର୍ବକ୍ଷମା ଯୋଜନା’ଘୋଷଣା କଲେ ରାଜ୍ୟ ସରକାର

ଏଣିକି ବେଆଇନ ନିର୍ମାଣ ହୋଇପାରିବ ନିୟମିତ : ସର୍ବକ୍ଷମା ଯୋଜନା’ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ବର : ଏଣିକି ବେଆଇନ ନିର୍ମାଣ ହୋଇପାରିବ ନିୟମିତ । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହେଲା ‘ସର୍ବକ୍ଷମା ଯୋଜନା’।  ରାଜ୍ୟରେ ଥିବା ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସହରାଞ୍ଚଳରେ ଅନୁମୋଦନ ହୋଇ ନ ଥିବା ଗୃହକୁ ସରକାରୀ ଭାବେ ଅନୁମୋଦନ କରିବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏହି ଯୋଜନା । ଏହି ଯୋଜନା ବିନା ଅନୁମୋଦନରେ ହୋଇଥିବା ଗୃହକାର୍ଯ୍ୟକୁ ଅନୁମୋଦନ କରିବାରେ ସାହାଯ୍ୟ କରିବ । ଏହି ନୋଟିସ ଜାରି ପୂର୍ବରୁ ନିର୍ମାଣ ହୋଇଥିବା ଗୃହ ମଧ୍ୟ ଏହି ଯୋଜନାରେ ସାମିଲ ହେବ । ଏହି ଯୋଜନା ପାଇଁ ଗୃହ ମାଲିକଙ୍କୁ ନିର୍ଦ୍ଦିଷ୍ଟ ଅର୍ଥ ପ୍ରଦାନ କରିବାକୁ ପଡ଼ିବ । ନିର୍ମାଣ କାର୍ଯ୍ୟାବଳୀର ବିବରଣୀ ସହ ଦାଖଲ କରିବାକୁ ହେବ । ଏଥିସହ ଅଗ୍ନିଶମ ବିଭାଗରୁ ଏନଓସି ଆଣିବାକୁ ପଡିବ । ସେହିପରି ବଡ଼ ନିର୍ମାଣ ହୋଇଥିଲେ ପୌର ସଂସ୍ଥାରୁ ଏନଓସି ଆଣିବାକୁ ପଡିବ । ଜିରୋ ସେଟ ବ୍ରେକ ଅନୁମୋଦନ ବ୍ୟବସ୍ଥା ମଧ୍ୟ ରହିଛି । ଏଥିପାଇଁ ପଡୋଶୀଙ୍କଠୁ ଏନଓସି ନେବାକୁ ପଡିବ । କିନ୍ତୁ ୩୦୦ ବର୍ଗ ମିଟର କ୍ଷେତ୍ରଫଳ ପ୍ଲଟ୍ ପାଇଁ ଏହି ନିୟମ ଅଲଗା । ଏଥିପାଇଁ ପଡୋଶୀଙ୍କ ଏନଓସି ନଥିଲେ ମଧ୍ୟ ଗ୍ରହଣୀୟ ହେବ । ସ୍ବାସ୍ଥ୍ୟ ସେବା ସହ ଜଡିତ ଗୃହ ଉପରେ ମାନଦଣ୍ଡ କୋହଳ କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ  ।

ONA

Leave a Reply

Top