30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗପ୍ରବଚନ ଦେଇପାରିବେ ସାରଥି

ପ୍ରବଚନ ଦେଇପାରିବେ ସାରଥି

ଭୁବନେଶ୍ୱର: ଏଣିକି ପ୍ରବଚନ ଦେଇପାରିବେ ବହୁ ଚର୍ଚ୍ଚିତ ସାରଥି । ସାରଥିଙ୍କୁ ପ୍ରବଚନ ଦେବା ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ସାରଥି ପ୍ରବଚନ ଦେଇପାରିବେ । ତେବେ କୋଭିଡ କଟକଣା ମାନି ପ୍ରବଚନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପୂର୍ବରୁ ପ୍ରବଚନ ପାଇଁ ଅନୁମତି ଦେବାକୁ ଅପିଲ କରିଥିଲେ ସାରଥୀ । ସୂଚନା ଯୋଗ୍ୟ , ୨୦୧୫ ଅଗଷ୍ଟ ୭ରେ ଭଣ୍ଡ ସାରଥିଙ୍କ ଅନୈତିକ କାର୍ଯ୍ୟକଳାପ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କର ଗିରଫଦାରୀକୁ ନେଇ ବାରିମୂଳରେ ହିଂସାକାଣ୍ଡ ଘଟିଥିଲା।  ଜୁଲାଇ ୨୨ରେ ଆତ୍ମଘୋଷିତ ବାବା ସାରଥିଙ୍କ ହାଇକୋର୍ଟରେ ସର୍ତମୂଳକ ଜାମିନ ମଞ୍ଜୁର ହୋଇଥିଲା । ୨ଲକ୍ଷ ଟଙ୍କା ଓ ୨ଜଣ ଜାମିନଦାରଙ୍କ ସର୍ତ୍ତ ପରେ ତାଙ୍କୁ ଜାମିନ ଦିଆଯାଇଥିଲା । ସାରଥିଙ୍କ ନାଁରେ ତିନୋଟି ମାମଲା ରହିଥିଲା । ଦୁଇଟି ମାମଲାର ଜାମିନ ପୂର୍ବରୁ ମିଳିଥିବା ବେଳେ ସୋମବାର ଦିନ ଅନ୍ୟ କେନ୍ଦ୍ରାପଡ଼ା ବାରିମୂଳ ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଶୁଣାଣୀ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking