You are here
Home > ଲାଇଫ୍ ଷ୍ଟାଇଲ୍ > କାର୍ଟିନାଙ୍କୁ ସଲମନ କହିଲେ ୟେ ଏ ମୋ ବେବି

କାର୍ଟିନାଙ୍କୁ ସଲମନ କହିଲେ ୟେ ଏ ମୋ ବେବି

ଭୁବନେଶ୍ୱର: ବଲିଉଡ୍ର ସୁପରଷ୍ଟାର ସଲ୍ମାନ୍ ଖାନ୍ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । ଏବେ କାର୍ଟିନାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଚାଲିଛି ଚର୍ଚ୍ଚା । ଏପରିକି ଗଣମାଧ୍ୟମ ଆଗରେ ମଧ୍ୟ କାର୍ଟିନାଙ୍କ ସହ ତାଙ୍କର ସମ୍ପର୍କ କେତେ ନୀବିଡ଼ ତାହା ଜଣାଇବାକୁ ପଛାଇ ନାହାଁନ୍ତି । ସାମ୍ବାଦିକମାନଙ୍କ ଆଗେର କାର୍ଟିନାଙ୍କୁ ସଲ୍ମାନ୍ “ମାଇ ବେବି” ବୋଲି ସମ୍ବର୍ଦ୍ଧିତ କରିଥିଲେ । ଏହି ଘଟଣା ମାୟାନଗରୀରେ ବେଶ୍ ଚହଳ ପକାଇଛି । ଦୁଇଜଣଙ୍କ ଭିତରେ ଥିବା ଭିତରେ ଥିବା ଲୁକ୍କାୟିତ ସମ୍ପର୍କ ଏବେ ପଦାକୁ ଆସିଛି । ଚଳଚ୍ଚିତ୍ର ‘ଦବଙ୍ଗ-୨’ର ସାମ୍ବାଦିକ ସମ୍ମିଳନୀ ଟରେଣ୍ଟୋଠାରେ ଆୟୋଜିତ ହୋଇଥିଲା । ସେଠାରେ ସଲମାନ୍, କାର୍ଟିନା ଓ ଅନ୍ୟ ଚଳଚ୍ଚିତ୍ର ଅଭିନେତା ଉପସ୍ଥିତ ରହି ସାମ୍ବାଦିକମାନଙ୍କୁ ଚଳଚ୍ଚିତ୍ର ସମ୍ପର୍କରେ ସୂଚନା ଦେଇଛନ୍ତି । ଉପସ୍ଥାପିକା କିଛି ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେବାକୁ ଯାଇ ସଲମାନ କହିଥିଲେ ମୋ ବେବିର ଜନ୍ମ ଦିନ ଜୁଲା ୧୬ରେ । ତାଙ୍କୁ ଯେତେବେଳେ ମୋ ବେବି କିଏ ବୋଲି ପଚରା ଗଲା ସେ କାର୍ଟିନାଙ୍କ ଆଡ଼କୁ ଆଙ୍ଗୁଳି ଦେଖାଇ ଇସାରାରେ କହିଲେ ୟେ ଏ ମୋ ବେବି । ସାମ୍ବାଦିକ ସମ୍ମିଳନୀ ଚାଲିଥିଲା ଭିତରେ ଦୁହିଁଙ୍କ ମସ୍ତି ଦେଖିବାକୁ ମିଳିଥିଲା । ରିଲ୍ ଲାଇଫ୍ରୁ ରିୟଲ୍ ଲାଇଫ୍ ଦୁହିଁଙ୍କ କେମେଷ୍ଟ୍ରି ଏବେ ଜମୁଛି ବୋଲି ଚର୍ଚ୍ଚା ହେଉଛି । ଆଗକୁ ଏହି ଦୁଇଜଣଙ୍କ ସମ୍ପର୍କ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ଅଛି ।

ONA

Leave a Reply

Top