You are here
Home > ଲାଇଫ୍ ଷ୍ଟାଇଲ୍ > ସଲମାନଙ୍କ ଆବେଦେନ ଅଗ୍ରାହ୍ୟ, ବିଦେଶ ଗସ୍ତ କଟକଣା ଜାରି

ସଲମାନଙ୍କ ଆବେଦେନ ଅଗ୍ରାହ୍ୟ, ବିଦେଶ ଗସ୍ତ କଟକଣା ଜାରି

ଯୋଧପୁର : ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ପାଇଁ ସୃଷ୍ଟି ହୋଇଛି ପୁଣି ଏକ ବଡ଼ ବିପଦ । ତାଙ୍କ ବିଦେଶ ଗସ୍ତ ଉପରେ କଟକଣା ଲାଗୁ ହୋଇଛି । ରାଜସ୍ଥାନରେ ସଲମାନ ଖାନ କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେ ଏବେ ଜାମିନରେ ଅଛନ୍ତି । କୋର୍ଟ ତାଙ୍କ ବିଦେଶ ଗସ୍ତ ଉପରେ କଟକଣା ଲଗାଇଛନ୍ତି । କୋର୍ଟଙ୍କ ବିନା ଅନୁମତିରେ ସେ ବିଦେଶ ଯାଇ ପାରିବେ ନାହିଁ । ଶନିବାର ରାଜସ୍ଥାନ ଯୋଧପୁରର ଏକ କୋର୍ଟ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । ସଲମାନ ବିଦେଶ ଯିବା ପାଇଁ ସ୍ଥାୟୀ ଅନୁମତି ଦେବାକୁ କୋର୍ଟରେ ତାଙ୍କ ଓକିଲ ଆବେଦନ କରିଥିଲେ । ଓକିଲ ମହେଶ ବୋରା ଏଥିରେ ଉଲ୍ଲେଖ କରିଥିଲେ ଯେ, ଫିଲ୍ମ ସୁଟିଂ ପାଇଁ ସଲମାନଙ୍କୁ ବାରମ୍ବାର ବିଦେଶ ଯିବାକୁ ପଡୁଛି । ଅନ୍ୟପକ୍ଷରେ ଯୋଧପୁରରେ ୨୦ ବର୍ଷ ହେଲା ଚାଲିଥିବା ବିଭିନ୍ନ ମାମଲାରେ ଯେତେବେଳେ ତାଙ୍କର ଆବଶ୍ୟକ ପଡୁଛି ସେତେବେଳେ ସଲମାନ କୋର୍ଟରେ ହାଜର ହେଉଛନ୍ତି । ତେଣୁ ବିଦେଶ ଯାତ୍ରା ପାଇଁ ସଲମାନଙ୍କୁ ସ୍ଥାୟୀ ଅନୁମତି ଦିଆଯାଉ ବୋଲି ଓକିଲ ବୋରା ଦର୍ଶାଇଥିଲେ । କିନ୍ତୁ କୋର୍ଟ ସଲମାନଙ୍କ ଓକିଲଙ୍କ ଏହି ଯୁକ୍ତିକୁ ଗ୍ରହଣ କରି ନ ଥିଲେ । ସ୍ଥାୟୀ ଅନୁମତି ପ୍ରଦାନ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ ।

ONA

Leave a Reply

Top