You are here
Home > ଲାଟେଷ୍ଟ > ସଚିନ ଗଳିରେ ଖେଳିଲେ କ୍ରିକେଟ !

ସଚିନ ଗଳିରେ ଖେଳିଲେ କ୍ରିକେଟ !

ମୁମ୍ବାଇ: ସଚିନଙ୍କ କିଛି କାରନାମା ତାଙ୍କ ପ୍ରଶଂସକଙ୍କୁ ଏବେ ମଧ୍ୟ ଆମୋଦିତ କରିଥାଏ । ମୁମ୍ବାଇର ଏକ ଷ୍ଟ୍ରିଟ୍ ବା ଗଳିରେ କିଛି ଯୁବକ କ୍ରିକେଟ ଖେଳୁଥିବା ବେଳେ ସଚିନ କାରରୁ ଓହ୍ଲାଇ କ୍ରିକେଟ ଖେଳିଥିଲେ । ଏହି ଦୃଶ୍ୟକୁ ଜଣେ ଯୁବକ ତାଙ୍କ ମୋବାଇଲ୍ରେ ରେକର୍ଡ଼ କରିନେଇଥିଲେ । ତେବେ ସଚିନଙ୍କ ବାଲ୍ୟବନ୍ଧୁ ବିନୋଦ କାମ୍ବଲୀ ଏହି ଭିଡ଼ିଓଟିକୁ ଟ୍ୱିଟ୍ କରିଦେବା ପରେ ଏବେ ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହୋଇଯାଇଛି ।

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ କେତୋଟି କଥା ତାଙ୍କ ଫ୍ୟାନଙ୍କୁ ବେଶ ପସନ୍ଦ ହୋଇଥାଏ । ସଚିନ ବେଳେ ବେଳେ ଟ୍ରାଫିକ ପୋଷ୍ଟରେ ଗାଡ଼ି ଅଟକିଥିବା ବେଳେ ନିଜ କାରରୁ ମୁଣ୍ଡକାଢି ବାଇକ ଆରୋହୀଙ୍କୁ ହେଲମେଟ ପିନ୍ଧିବା ନେଇ ପରାମର୍ଶ ଦେଇଥାଆନ୍ତି । ଗଳିରେ ଛୋଟ ପିଲାମାନେ କ୍ରିକେଟ ଖେଳୁଥିବା ବେଳେ ସଚିନ କାରରୁ ବାହାରି ପିଲାଙ୍କ ସହିତ କ୍ରିକେଟ ଖେଳିଥାଆନ୍ତି ।

ଏମିତି ମୁମ୍ବାଇର ଅନେକ ଗଳିରେ ସଚିନଙ୍କୁ ଦେଖିବାକୁ ମିଳିଛି । ସଚିନ କାର ଚଳାଇ ଯାଉଥିବା ବେଳେ ଯଦି କେଉଁଠି ପିଲାମାନେ କ୍ରିକେଟ ଖେଳୁଥିବାର ଦେଖନ୍ତି ତେବେ ରହିପାରନ୍ତି ନାହିଁ । କାରରୁ ବାହାରି ବ୍ୟାଟିଂ କରିବାକୁ ଯାଆନ୍ତି । ଗଳିରେ ଖେଳୁଥିବା ପିଲାମାନେ ନିଜ ଆଖିକୁ ବିଶ୍ୱାସ କରିପାରନ୍ତିନି ପ୍ରଥମେ । ତେବେ ସେମାନେ ସଚିନଙ୍କୁ ବ୍ୟାଟିଂ କରିବାକୁ ବ୍ୟାଟ ଧରାଇ ଦିଅନ୍ତି ଏବଂ ସଚିନ ମନଭରି ୧୦/୧୫ ଟି ବଲ୍ ଖେଳି ନିଜ ମନକୁ ସନ୍ତୁଷ୍ଟ କରିଥାଆନ୍ତି ।

ONA

Leave a Reply

Top