You are here
Home > ଲାଟେଷ୍ଟ > ସାବଧାନ ତୃତୀୟ ବିଶ୍ୱଯୁଦ୍ଧ ! ଦେଶବାସୀଙ୍କୁ ସଜାଗ ରହିବାକୁ ଋଷିଆ ଟିଭି ଚ୍ୟାନେଲରେ ଖବର ପ୍ରସାରଣ

ସାବଧାନ ତୃତୀୟ ବିଶ୍ୱଯୁଦ୍ଧ ! ଦେଶବାସୀଙ୍କୁ ସଜାଗ ରହିବାକୁ ଋଷିଆ ଟିଭି ଚ୍ୟାନେଲରେ ଖବର ପ୍ରସାରଣ

ଦିଲ୍ଲୀ : ତୃତୀୟ ବିଶ୍ୱ ଯୁଦ୍ଧ ହେବ ! ଏଥିପାଇଁ ଆବଶ୍ୟକୀୟ ପ୍ରସ୍ତୁତ ହୁଅ । ଭାରତ ନୁହେଁ ଏମିତି ସତର୍କ ସୂଚନା ଦିଆଯାଇଛି ଋଷିଆରେ । ଋଷିଆର ଏକ ଟିଭି ଚ୍ୟାନେଲ ଏମିତି ଏକ ସୂଚନା ଦେଇଛି ଯାହା ଋଷିଆ ବାସୀଙ୍କୁ ଚକିତ କରିଛି । କେବଳ ଋଷିଆ ନୁହେଁ ସାରା ବିଶ୍ୱରେ ମଧ୍ୟ ଏହା ଚର୍ଚ୍ଚାର ପ୍ରସଂଙ୍ଗ ହୋିଛି । ଏହି ଟିଭି ଚ୍ୟାନେଲ ପକ୍ଷରୁ ନାଗରିକମାନଙ୍କୁ ତୃତୀୟ ବିଶ୍ୱ ଯୁଦ୍ଧ ଲାଗି ପ୍ରସ୍ତୁତ ରହିବାକୁ ସୂଚନା ପ୍ରଦାନ କରିଛି । କିଭଳି ଯୁଦ୍ଧ ସମୟରେ ନୂଆ ନୂଆ କୈଶଳ ଆପଣାଇ ନିଜକୁ ସୁରକ୍ଷିତ ରଖିପାରିବ ତାର ଟିପ୍ସ ବି ଦେଇଛି ଏହି ଚ୍ୟାନେଲ । ଏହି ଚ୍ୟାନେଲ ନାଗରିକ ମାନଙ୍କୁ ନିଜ ନିଜର ସୁରକ୍ଷିତ ସରଞ୍ଜାମ ସବୁ ପ୍ୟାକିଙ୍ଗ କରି ରଖିବାକୁ ପରାମର୍ଶ ବି ଦେଇଛି । ରୋସିଆ-୨୪ ନାମକ ଚ୍ୟାନେଲ ଏପରି ଖବର ପ୍ରସାରଣ କରିଛି । ରୁଷ ଓ ଆମେରିକା ମଧ ।ରେ ବିବାଦ ଦିନକୁ ଦିନ ଚରମସୀମାରେ ପହଁଚିଥିବା ଖବର ସହ ସିରିଆ ସଂପର୍କରେ ଚ୍ୟାନେଲରେ ଖବର ପ୍ରସାରଣ ହୋଇଛି ।

ONA

Leave a Reply

Top